Advertisment

ଅଲଗା ହେବା ପରେ ବି କାହିଁକି ଛାଡ଼ପତ୍ର ନେଇ ନାହାନ୍ତି ଧନୁଷ? ଜାଣନ୍ତୁ

ଉଭୟ ନିଜର ୧୮ ବର୍ଷର ବିବାହକୁ ୨୦୨୨ରୁ ଭାଙ୍ଗି ସାରିଛନ୍ତି।

ଅଦ୍ୟତନ ହୋଇଛି
Dhanush and Aishwaryaa

Dhanush and Aishwaryaa

Advertisment

ସାଉଥ ସୁପରଷ୍ଟାର୍‌ ଧନୁଷ। ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ଦୁଇ ବର୍ଷରୁ ଅଧିକ ସମୟ ହେବ ଅଲଗା ହୋଇ ସାରିଲେଣି। ଉଭୟ ନିଜର ୧୮ ବର୍ଷର ବିବାହକୁ ଭାଙ୍ଗି ସାରିଛନ୍ତି। ତେବେ ଅଲଗା ହେବା ପରେ ବି ଏ ଦୁହେଁ ଏଯାଏ ନେଇ ନାହାନ୍ତି ଛାଡ଼ପତ୍ର। ଦୁହେଁ ଏବେ ନିଜ ନିଜର କାମକୁ ନେଇ ବ୍ୟସ୍ତ ଥିବା ସହ ଛାଡ଼ପତ୍ର ଆବେଦନ ପାଇଁ ଦୁହିଁଙ୍କ ପାଖରେ ସମୟ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ ନକରିବା ପଛର ଅସଲ କାରଣ ସାମ୍ନାକୁ ଆସିଛି।

Advertisment

୨୦୦୪ରେ ସାଉଥର ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଧନୁଷ। ତେବେ ବିବାହର ୧୮ ବର୍ଷ ପରେ ୨୦୨୨ରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଅଲଗା ହେବା ପରେ ବି ଏ ଦୁହେଁ ଝାଡ଼ପତ୍ର ନେଇ ନାହାନ୍ତି। ରିପୋର୍ଟ ମୁତାବକ, ଦୁହିଁଙ୍କ ମଧ୍ୟରୁ କେହି ଜଣେ ଯଦି ପ୍ରଥମେ ବିବାହ କରିବାକୁ ସ୍ଥିର କରିବେ ସେତେବେଳେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିବେ ବୋଲି ଜଣାପଡିଛି।

ବିବାହ ବିଚ୍ଛେଦ ପରେ, ଦୁହିଁଙ୍କର ଜଣେ ଭଲ ବନ୍ଧୁ କହିଥିଲେ ଯେ, ଧନୁଷ ସର୍ବପ୍ରଥମେ ନିଜ କାମକୁ ରଖନ୍ତି। ସେ କାମ କରିବାକୁ କେତେ ଭଲପାଆନ୍ତି ତାହା ତାଙ୍କ ସହ ଜଡ଼ିତ ଲୋକ ଭଲ ଭାବରେ ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଲା ଧନୁଷ କାହା ସହ ନିଜ ମନ କଥା ସେୟାର କରନ୍ତି ନାହିଁ। କେତେବେଳେ ସେ କ’ଣ ଭାବୁଛନ୍ତି। ବା ତାଙ୍କ ମନରେ କ’ଣ ଚାଲିଛି, ତାହା କେହି କହିପାରିବେ ନାହିଁ। ଯେତେବେଳେ ବି ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ଝଗଡ଼ା ହୁଏ ସେ ଆଲୋଚନା ନକରି ନୂଆ ଫିଲ୍ମ ହାତକୁ ନିଅନ୍ତି। ଝଗଡ଼ା ବଢ଼ିବା ଡରରେ ସେ ସବୁବେଳେ ନିଜକୁ କାମରେ ବ୍ୟସ୍ତ ରଖନ୍ତି। ହେଲେ ଦୁହିଁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବ‌ାରୁ ଶେଷରେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏବେ ଦୁହେଁ ଅଲଗା ରହୁଥି‌ଲେ ବି ନିଜ ପିଲମାନଙ୍କ ପାଇଁ ସମୟ ବାହାର କରି ସାଙ୍ଗ ହୋଇ ସମୟ କଟାଉଛନ୍ତି। ଆଗକୁ ଦୁହେଁ ଏକାଠି ନିଜର ଦୁଇ ପୁଅଙ୍କ ଲାଳନପାଳନ କରିବେ ବୋଲି କୁହାଯାଉଛି।

Tollywood Dhanush
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe