Advertisment

୫୦ ବର୍ଷ ପରେ ପୁଣି ଏକାଠି ହେଲେ ଧର୍ମେନ୍ଦ୍ର-ମୁମତାଜ୍‌

ପୁଣି ଥରେ ପରଦାରେ ଧର୍ମେନ୍ଦ୍ର ଓ ମୁମତାଜଙ୍କ ଯୋଡିକୁ ଦେଖିବାକୁ ମିଳିବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Dharmendra and mumtaz

Dharmendra and mumtaz

ପୁଣି ଏକାଠି ହେଲେ ହିନ୍ଦୀ ସିନେମାର ଦୁଇ ଭେଟେରାନ୍‌ ସୁପରଷ୍ଟାର୍‌। ୫୦ ବର୍ଷ ପରେ ଏକାଠି ହେଲେ ବଲିଉଡର ହି'ମ୍ୟାନ୍‌ ଧର୍ମେନ୍ଦ୍ର ଓ ଅଭିନେତ୍ରୀ ମୁମତାଜ୍‌। ପୁଣି ଥରେ ପରଦାରେ ଧର୍ମେନ୍ଦ୍ର ଓ ମୁମତାଜଙ୍କ ଯୋଡିକୁ ଦେଖିବାକୁ ମିଳିବ। ଟେଲିଭିଜନର ସିଙ୍ଗିଙ୍ଗ୍‌ ରିଆଲିଟି ଶୋ' ଇଣ୍ଡିଆନ୍‌ ଆଇଡଲ୍‌-୧୩ର ଅପ୍‌କମିଂ ଏପିସୋଡ୍‌ରେ ଏହି ଦୁଇ ଷ୍ଟାର୍‌ ଯୋଡି ନଜର ଆସିବେ।

Advertisment
dharmendra-mumtaz-ଧର୍ମେନ୍ଦ୍ର ଓ ମୁମତାଜ

ଇଣ୍ଡିଆନ୍ ଆଇଡଲ୍‌-୧୩ର ଏକ ପ୍ରମୋ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆଦିତ୍ୟ ନାରାୟଣ ଏକ ଭିନ୍ନ ଅନ୍ଦାଜରେ ମୁମତାଜ ଓ ଧର୍ମେନ୍ଦ୍ରଙ୍କ ପରିଚୟ ଦେଉଥିବା ଦେଖିବାକୁ ମିଳିଛି। ମୁମତାଜ ଓ ଧର୍ମେନ୍ଦ୍ର ଦୁଇଟି ଫିଲ୍ମରେ ଏକାଠି କାମ କରିଥିଲେ। 'ଲୋଫର୍‌' ଓ 'ଝିଲ୍‌ କେ ଉସ୍‌ ପାର୍‌'। ୧୯୭୩ରେ ଏହି ଦୁଇଟି ଫିଲ୍ମ ରିଲିଜ ହୋଇଥିଲା। ଏହି ଦୁଇଟି ଫିଲ୍ମରେ ମୁମତାଜ ଓ ଧର୍ମେନ୍ଦ୍ରଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଫିଲ୍ମ ଦୁଇଟି ବକ୍ସ ଅଫିସରେ ହିଟ୍‌ ମଧ୍ୟ ପ୍ରମାଣିତ ହୋଇଥିଲା।

ଧର୍ମେନ୍ଦ୍ର ବଲିଉଡରେ ସକ୍ରିୟ ଥିବା ବେଳେ ମୁମତାଜ କିନ୍ତୁ ବଲିଉଡରୁ ଦୂରେଇ ଯାଇଛନ୍ତି। ସେ କୌଣସି ଶୋ'କୁ ଅତିଥି ରୂପେ ଯାଆନ୍ତି ନାହିଁ। କିନ୍ତୁ ଏଥର ପ୍ରଥମ ଥର ପାଇଁ ଇଣ୍ଡିଆନ୍‌ ଆଇଡଲ-୧୩ରେ ତାଙ୍କୁ ଅତିଥି ରୂପେ ଯୋଗ ଦେଖିବାକୁ ମିଳିଛି। ସେ ଏହି ଶୋ'କୁ ନିଜ ଇଚ୍ଛାରେ ଆସିଛନ୍ତି। ନିଜର ଫେଭରେଟ୍‌ ସିଙ୍ଗରକୁ ଭେଟିବାକୁ ମୁମତାଜ ପ୍ରଥମଥର ପାଇଁ ଆସିଥିବା କୁହାଯାଉଛି।

Advertisment

ଉଲ୍ଲେଖଯୋଗ, ୭୦ ଓ ୮୦ ଦଶକର ସବୁଠାରୁ ପପୁଲାର ହେବା ସହ ସୁନ୍ଦର ଅଭିନେତ୍ରୀ ଥିଲେ ମୁମତାଜ। ସେହିପରି ସେତେବେଳେ ବଲିଉଡରେ ଧର୍ମେନ୍ଦ୍ରଙ୍କ ମଧ୍ୟ ଦବ୍‌ଦବା କିଛି କମ୍‌ ନଥିଲା। ୧୯୭୩ରେ ଏ ଦୁହେଁ ପ୍ରଥମ କରି ଏକାଠି ଫିଲ୍ମରେ ନଜର ଆସିଥିଲେ। ଏହାପର ଠାରୁ ଏମାନଙ୍କୁ ଆଉ କୌଣସି ଫିଲ୍ମରେ ଏକାଠି ଦେଖିବାକୁ ମିଳିନଥିଲା।

Bollywood News