Advertisment

ଥଲପତି ବିଜୟଙ୍କ ପାଇଁ ପାଗଳ ଫ୍ୟାନ୍‌, ଲକ୍ଷେ ଟଙ୍କାରେ କିଣିଲେ ‘ଲିଓ’ ଟିକେଟ

ତାମିଲନାଡୁ ଚେନ୍ନାଇରେ ବିଜୟଙ୍କ ଫିଲ୍ମର ପ୍ରଥମ ସୋ ଦେଖିବା ଲାଗି ଜଣେ ପ୍ରଶଂସକ ଏକ ଲକ୍ଷ ୧୦ ହଜାର ଏକ ଟଙ୍କା ଦେଇ ଟିକେଟ କିଣିଥିବା ଜଣାଯାଇଛି।

Film

Film

Advertisment

ଗୋଟିଏ ସିନେମା ଟିକେଟ ଦାମ୍ ଲକ୍ଷେ ୧୦ ହଜାର ଏକ ଟଙ୍କା । ଅବିଶ୍ୱାସ ଲାଗୁଥିଲେ ବି ଏହା ସତ । ଆଜି ରିଲିଜ୍ ହୋଇଛି ସାଉଥ୍ ଷ୍ଟାର୍ ଥଲପତି ବିଜୟଙ୍କ ଫିଲ୍ମ ଲିଓ । ଆଉ ଏହି ଫିଲ୍ମ ପାଇଁ ଫ୍ୟାନଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖାଦେଇଛି ।

Advertisment

ସମଗ୍ର ଦେଶର ବିଭିନ୍ନ ହଲ୍‌ରେ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ଦେଖାଦେଇଛି ଫ୍ୟାନ୍ସଙ୍କ ଅସମ୍ଭବ ଭିଡ଼ । ପରସ୍ପରକୁ ମିଠା ଖୁଆଇ ଓ ବାଣ ଫୁଟାଇ ସେଲିବ୍ରେସନ୍ କରୁଛନ୍ତି ଫ୍ୟାନ୍ସ ।

ଏପରିକି ଫିଲ୍ମ ଦେଖିବା ଲାଗି ଅଧିକ ମୂଲ୍ୟ ଦେଇ ଟିକେଟ କିଣୁଛନ୍ତି । ତାମିଲନାଡୁ ଚେନ୍ନାଇରେ ବିଜୟଙ୍କ ଫିଲ୍ମର ପ୍ରଥମ ସୋ ଦେଖିବା ଲାଗି ଜଣେ ପ୍ରଶଂସକ ଏକ ଲକ୍ଷ ୧୦ ହଜାର ଏକ ଟଙ୍କା ଦେଇ ଟିକେଟ କିଣିଥିବା ଜଣାଯାଇଛି।

Advertisment

ଚଳିତ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ‘ଲିଓ’ ଅନ୍ୟତମ । ଆଜି ଏହି ଫିଲ୍ମଟି ବଡ଼ ପରଦାରେ ରିଲିଜ ହୋଇଛି। ‘ଲିଓ’ ସେଭେନ୍‌ ସ୍କ୍ରିନ୍‌ ଷ୍ଟୁଡିଓର ଏସ୍‌ ଲଳିତ କୁମାର ଓ ଜଗଦୀଶ ପଲାନିସ୍ୱାମୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ । ଲୋକେଶ କାନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ‘ମାଷ୍ଟର’ ପରେ ‘ଲିଓ’ ବିଜୟଙ୍କ ସହ ଲୋକେଶଙ୍କ ଏହା ଦ୍ୱିତୀୟ ଫିଲ୍ମ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅନିରୁଦ୍ଧ ରବିଚାନ୍ଦ ।

ଥଲପତି ବିଜୟଙ୍କ ସହ ଏହି ଫିଲ୍ମରେ ତ୍ରିଶା କୃଷ୍ଣନ, ସଞ୍ଜୟ ଦତ୍ତଳ ଅର୍ଜୁନ ସରଜା, ଗୌତମ ଭାସୁଦେବ ମେନନ୍‌, ପ୍ରମୁଖ ନଜର ଆସିବେ। ୧୫ ବର୍ଷ ପରେ ବଡ଼ ପରଦାରେ ବିଜୟ ଓ ତ୍ରିଶାଙ୍କୁ ଫ୍ୟାନ୍ସ ଏକାଠି ଦେଖିବାକୁ ପାଇବେ।

Entertainment News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe