Advertisment

ଆତ୍ମହତ୍ୟା କଲେ ଫେମସ୍ ଫିଲ୍ମ ନିର୍ମାତା ଜଗଦୀଶ

ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟ ସ୍ଥିତ ତାଙ୍କ ଘରେ ନିର୍ମାତା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kannada producer Soundarya Jagadish

Kannada producer Soundarya Jagadish

ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଘରୁ ମିଳିଲା ଫେସମ୍ ସାଉଥ ଫିଲ୍ମ ନିର୍ମାତା ସୌନ୍ଦଯ୍ୟ ଜଗଦୀଶଙ୍କ ମୃତଦେହ। ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସ ଭବନରୁ ତାଙ୍କ ମୃତଦେହ ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ପୂରା କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

Advertisment

କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ରବିବାର ସକାଳେ ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟ ସ୍ଥିତ ତାଙ୍କ ଘରେ ନିର୍ମାତା ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ପଡିଥିଲେ। ପରେ ତାଙ୍କୁ ତୁରନ୍ତ ରାଜାଜୀନଗରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ନିର୍ମାତା ସୌନ୍ଦର୍ଯ୍ୟ ଜଗଦୀଶ ଦୀର୍ଘ ଦିନ ହେବ ଅର୍ଥିକ ସମସ୍ୟାକୁ ନେଇ ଗତି କରୁଥିଲେ। ଏପରିକି ବ୍ୟାଙ୍କ ତାଙ୍କୁ ଏକ ନୋଟିସ ମଧ୍ୟ ପଠାଇଥିଲା। ତାଙ୍କ ଘର ସମେତ ତାଙ୍କ ସମ୍ପତ୍ତିକୁ ମଧ୍ୟ ଜବତ କରିବା ଆରମ୍ଭ କରିଥିଲା ବ୍ୟାଙ୍କ। ଏହାକୁ ନେଇ ସେ ଦୀର୍ଘ ଦିନ ହେବ ଡିପ୍ରେସନରେ ଥିଲେ। ଏଥିଯୋଗୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଜଗଦୀଶଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ରଖାଯାଇଛି।

Advertisment

ଜଗଦୀଶଙ୍କ ବନ୍ଧୁ ଶ୍ରେୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଆମେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲୁ ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ଯାଞ୍ଚ ଚାଲିଛି। ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। 

ବ୍ୟାଙ୍କ ନୋଟିସ ଓ ଆର୍ଥିକ ସମସ୍ୟା ଯୋଗୁ ଜଗଦୀଶ ଆତ୍ମହତ୍ୟା କରିଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏହାର ଆତ୍ମହତ୍ୟା ସହ କୌଣସି ସମ୍ପର୍କ ନାହିଁ। ଏହି ସମସ୍ୟା କିଛି ସମୟ ପାଇଁ ରହିଆସିଛି। ବ୍ୟବସାୟିକ ସମସ୍ୟା ଅଲଗା। ସେପଟେ ପୁଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Tollywood Soundarya Jagadish Passes Away Kannada Producer