Advertisment

ଡିସେମ୍ବରରେ ପଡ଼ିବ କିର୍ତ୍ତୀ ସୁରେଶଙ୍କ ହାତଗଣ୍ଠି

ଡିସେମ୍ବର ଦ୍ୱିତୀୟ ସପ୍ତାହରେ ହାତକୁ ଦି' ହାତ ହେବେ କିର୍ତ୍ତୀ ସୁରେଶ।

author-image
Debibandita Barick
 Keerthy Suresh

Keerthy Suresh

ହାତକୁ ଦି' ହାତ ହେବାକୁ ଯାଉଛନ୍ତି ଅଭିନେତ୍ରୀ କିର୍ତ୍ତୀ ସୁରେଶ। ଦୀର୍ଘ ଦିନର ପ୍ରେମିକ ଅଣ୍ଟୋନି ଥାଟିଲଙ୍କୁ ବିବାହ କରିବେ 'ମହାନତୀ' ଫେମ୍। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆଣ୍ଟୋନି ଓ କିର୍ତ୍ତୀଙ୍କ ହାତଗଣ୍ଠି ପଡ଼ିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେ ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି।

Advertisment

ଆଣ୍ଟୋନି ଜଣେ ଦୁବାଇର ବ୍ୟବସାୟୀ। ଉଭୟ ଦୀର୍ଘ ୧୫ ବର୍ଷ ହେବ ରିଲେସନସିପରେ ଥିଲେ। ଗୋଆରେ ସେମାନଙ୍କ ବାହାଘର ହେବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅତିଥି ତାଲିକା ପ୍ରକାଶ କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ, ଆଣ୍ଟୋନି ଥାଟିଲ ଏବଂ କିର୍ତ୍ତୀ ସୁରେଶ ପିଲାଦିନର ବନ୍ଧୁ। ଉଭୟ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ।  

କିର୍ତ୍ତୀ ସୁରେଶ ପ୍ରଯୋଜକ ଜି ସୁରେଶ କୁମାର ଏବଂ ଅଭିନେତ୍ରୀ ମିନାକା ସୁରେଶଙ୍କ ଝିଅ। ୨୦୦୦ରେ ଶିଶୁ କଳାକାର ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ କିର୍ତ୍ତୀ ସୁରେଶ। ଏହାପରେ ମାଲୟାଲମ ସିନେମା ଗୀତାଞ୍ଜଳିରେ ମୁଖ୍ୟ ଭୂମିକାରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ।

Advertisment

'ମହାନତୀ'ରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। 'ମହାନତୀ' କିମ୍ବଦନ୍ତୀ ଅଭିନେତ୍ରୀ ସାବିତ୍ରୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ସିନେମା। ମହାନତୀ ବ୍ୟତୀତ ସେ 'ରିଙ୍ଗ୍ ମାଷ୍ଟର', 'ମିସ୍ ଇଣ୍ଡିଆ', 'ଦଶରା' ଆଦି ସିନେମା ପାଇଁ ବେଶ୍ ଜଣାଶୁଣା। ବରୁଣ ଧାୱନଙ୍କ ବେବି ଜନ୍ ଜରିଆରେ ମଧ୍ୟ ବଲିଉଡ୍ ଡେବ୍ୟୁ କରିଥିଲେ କିର୍ତ୍ତୀ ସୁରେଶ।   

 Keerthy Suresh & Antony Thattilକିର୍ତ୍ତୀ ସୁରେଶ ଓ ଆଣ୍ଟୋନି ଥାଟିଲ
Keerthy Suresh Keerthy Suresh Marriage