Advertisment

ଦୁର୍ଘଟଣାରେ ଆଖି ବୁଜିଲେ ସାଉଥ ହାସ୍ୟ ଅଭିନେତା

ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ମଲାୟଲମ ହାସ୍ୟ ଅଭିନେତା ତଥା ମିମିକ୍ରି କଳାକାର କୋଲ୍ଲମ ସୁଧୀ ଆଉ ନାହାନ୍ତି। ମାତ୍ର ୩୯ ବର୍ଷ ବୟସରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କୋଲ୍ଲମ ସୁଧୀ ।

author-image
Niharika Rout
Kollam Sudhi &his car

Kollam Sudhi &his car

ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ମଲାୟଲମ ହାସ୍ୟ ଅଭିନେତା ତଥା ମିମିକ୍ରି କଳାକାର କୋଲ୍ଲମ ସୁଧୀ ଆଉ ନାହାନ୍ତି। ମାତ୍ର ୩୯ ବର୍ଷ ବୟସରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କୋଲ୍ଲମ ସୁଧୀ । ଏହି ଘଟଣାରେ ସମଗ୍ର ମଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଗଭୀର ଶୋକ ପ୍ରକଟ କରିଛନ୍ତି।

Advertisment

ସୁଧୀ ନିଜର ଅନ୍ୟ ୩ ସାଥୀ କଳାକାର ବିନୁ ଆଦିମାଲି, ଉଲ୍ଲାସ ଓ ମହେଶଙ୍କ ସହ ଏକ ଇଭେଣ୍ଟରେ ଭାଗ ନେଇ ଘରକୁ ଫେରୁଥିଲେ। ମାତ୍ର ବାଟରେ ସେମାନଙ୍କ ଗାଡ଼ିଟି ଏକ ମାଲବାହୀ ଟ୍ରକ୍‌ରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସୁଧୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳକୁ ଅନ୍ୟମାନେ ଆହତ ହୋଇଥିଲେ। ତୁରନ୍ତ ସମସ୍ତ କଳାକାରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସୁଧୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି।

ନିଜ ମିମିକ୍ରି ପାଇଁ ଘରେ ଘରେ ବେଶ୍‌ ପରିଚିତ ହୋଇ ପାରିଥିଲେ କୋଲ୍ଲମ ସୁଧୀ । ବିଶେଷତଃ ସେ ଅଭିନେତା ଜଗଦୀଶଙ୍କ ନକଲ କରିବାରେ ଧୁରନ୍ଧର ଥିଲେ। ଷ୍ଟାର ମ୍ୟାଜିକ ଶୋ’ରେ ଭାଗ ନେବା ପରେ ସେ ଆହୁରି ଲୋକପ୍ରିୟ ହୋଇ ପାରିଥିଲେ।

Advertisment

ସୁଧୀ ୨୦୧୫ ମସିହାରେ ଫିଲ୍ମ ‘କଥାରୀ’ ରେ ବଡ଼ ପର୍ଦ୍ଦାରେ ପାଦ ଦେଇଥିଲେ। ଏହାପରେ ଆଉ ସେ ପଛକୁ ଚାହିଁ ନାହାନ୍ତି। ବହୁ ଫିଲ୍ମ ସହ ଟେଲିଭିଜନ ଶୋ’ରେ ବି ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି।

ସୁଧୀଙ୍କ ଏପରି ଅକାଳ ବିୟୋଗ ଯୋଗୁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏପରି ସମୟରେ ତାଙ୍କ ପରିବାର ନିକଟକୁ ସମବେଦନାର ସୁଅ ଛୁଟୁଛି। 

Entertainment