Advertisment

ଘରୁ ଅଚେତ ଅବସ୍ଥାରେ ମିଳିଲେ ସାଉଥ୍‌ ଅଭିନେତ୍ରୀ, ମୃତ ଘୋଷଣା କଲେ ଡାକ୍ତର

ଗତକାଲି ଅପର୍ଣ୍ଣା ଥିରୁଅନନ୍ତପୁରମ୍‌ସ୍ଥିତ ନିଜ ଘରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Niharika Rout
South Actress dead

South Actress dead

ସାଉଥ୍‌ ଇଣ୍ଡଷ୍ଟ୍ରୀରୁ ପୁଣି ଆସିଛି ଦୁଃଖଦ ଖବର । ସାଉଥ୍‌ ଇଣ୍ଡଷ୍ଟ୍ରୀର ଫିଲ୍ମ ତଥା ଛୋଟ ପରଦାର ଜଣାଶୁଣା ଚେହେରା ଅପର୍ଣ୍ଣା ପି ନାଏର ଆଉ ନାହାନ୍ତି। ଖୁବ୍‌ କମ୍ ବୟସରେ ଅପର୍ଣ୍ଣାଙ୍କ ଏପରି ମୃତ୍ୟୁକୁ ତାଙ୍କ ଫ୍ୟାନ୍ସ ସହଜେ ଗ୍ରହଣ କରି ପାରୁ ନାହାନ୍ତି ।

Advertisment

ଗତକାଲି ଅପର୍ଣ୍ଣା ଥିରୁଅନନ୍ତପୁରମ୍‌ସ୍ଥିତ ନିଜ ଘରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଉକ୍ତ ହସ୍ପିଟାଲ ପକ୍ଷରୁ ରାତି ୧୧ଟାରେ ପୁଲିସ୍‌କୁ ଖବର ଦିଆଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ମୃତଦେହକୁ ବବ୍ୟଚ୍ଛେଦ ପାଇଁ ପଠାଇଛି । ଏଥିସହ ମୃତ୍ୟୁ ପଛର କାରଣ ଜାଣିବାକୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Advertisment

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅପର୍ଣ୍ଣା ଜଣେ ଜଣାଶୁଣା ଚେହେରା। ସେ ବହୁ ଫିଲ୍ମ ଓ ଟିଭି ଶୋ’ରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ପାରିଥିଲେ ଅପର୍ଣ୍ଣାଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଫ୍ୟାନ୍ସ ବି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଅପର୍ଣ୍ଣା ବିବାହିତା ଥିବା ବେଳେ ତାଙ୍କର ଦୁଇ ଛୁଆ ଥିବା ଜଣାଯାଇଛି।

Actress Dead