Advertisment

‘ମିର୍ଜାପୁର’ ଫେମ୍‌ ଅଭିନେତାଙ୍କ ପରଲୋକ, ଆୱାର୍ଡ କାର୍ଯ୍ୟକ୍ରମରେ ଟଳି ପଡ଼ିଲେ

ଆଖି ବୁଜିଲେ ବଲିଉଡର ଆଉ ଜଣେ କଳାକାର। ‘ମିର୍ଜାପୁର’ ଫେମ୍‌ ଅଭିନେତା ଶାହନୱାଜ ପ୍ରଧାନଙ୍କର ହୃଦଘାତରେ ପରଲୋକ ହୋଇଛି।

author-image
Niharika Rout
shahnawaz Pradhan

shahnawaz Pradhan

ଆଖି ବୁଜିଲେ ବଲିଉଡର ଆଉ ଜଣେ କଳାକାର। ‘ମିର୍ଜାପୁର’ ଫେମ୍‌ ଅଭିନେତା ଶାହନୱାଜ ପ୍ରଧାନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା।

Advertisment

ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଶାହନୱାଜଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଲା। ସେଠାରେ ସେ ଚେତାଶୂନ୍ୟ ହୋଇ ପଡ଼ିଗଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶାହନୱାଜଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଝିଅ ଅଛନ୍ତି। ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ଶାହନାୱାଜ ପ୍ରଧାନ ୮୦ ଦଶକର ଜଣେ ଜଣାଶୁଣା ଅଭିନେତା ଥିଲେ । ତାଙ୍କ କ୍ୟାରିୟରରେ ଶାହନାୱାଜ ଅନେକ ଟିଭି ଶୋ’ ଏବଂ ଚଳଚ୍ଚିତ୍ରରେ ଖୁବ୍‌ ସୁନ୍ଦର ଅଭିନୟ ପ୍ରଦର୍ଶନ କରିଛନ୍ତି। ଅତୀତରେ, ଶାହନାୱାଜ OTT ଦୁନିଆରେ ବି ନିଜ ପରିଚୟ ସୃଷ୍ଟି କରି ପାରିଥିଲେ । ଆମାଜନ ପ୍ରାଇମ୍‌ର ସୁପରହିଟ୍‌ ୱେବ୍ ସିରିଜ୍ 'ମିର୍ଜାପୁର'ରେ ଶାହନାୱାଜଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା।

Advertisment

ଶାହନାୱାଜ ପ୍ରଧାନ ସିରିଏଲ 'ଶ୍ରୀକୃଷ୍ଣ'ରେ ନନ୍ଦ ବାବାଙ୍କ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ଏହା ବ୍ୟତୀତ ସେ 'ଦେଖ ଭାଇ ଦେଖ', 'ଅଲିଫ ଲୈଲା’, 'ବ୍ୟୋମକେଶ ବକ୍ସି', 'ବନ୍ଧନ ସାଥ ଜାନାମନ କା’ ଆଦି ସିରିଏଲରେ କାମ କରିଥିଲେ। ଏହାବାଦ ସେ 'ପ୍ୟାର କୋଏ ଖେଲ ନାହି', ‘ଫ୍ୟାମିଲି ‘ଖୁଦା ହାଫିଜ୍' ଏବଂ ‘ରଇସ୍' ଭଳି ଚଳଚ୍ଚିତ୍ରରେ କାମ କରି ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।

ଶାହନୱାଜଙ୍କ ମୃତ୍ୟୁ ଖବର ଶୁଣି ବି-ଟାଉନ୍‌ର ବହୁ ସେଲିବ୍ରିଟି ଶୋକ ପ୍ରକଟ କରିଛନ୍ତି। ମିର୍ଜାପୁରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରାଜେଶ ତୌଲାଙ୍ଗ ଟ୍ୱିଟ କରିଛନ୍ତି, ଶାହନୱାଜ ଭାଇଙ୍କୁ ଶେଷ ସଲାମ । ମିର୍ଜାପୁର ସୁଟିଂ ସମୟରେ ତୁମ ସହ ଖୁବ୍‌ ସୁନ୍ଦର ସମୟ ଅତିବାହିତ କରିଛି।

Heart Attack On Stage Death