Advertisment

ମୁନଓ୍ୱର ପୁଣି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍‌ବସ୍‌-୧୭ ବିଜେତା

ଗତ ମାସରେ ମଧ୍ୟ ମୁନଓ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

author-image
Madhupriya Mistry
munawar-faruqui

munawar-faruqui

ବିଗିଡିଲା ବିଗ୍‌ବସ୍‌-୧୭ ବିଜେତାଙ୍କ ସ୍ୱାସ୍ଥ୍ୟାବସ୍ଥା। ହସ୍ପିଟାଲରେ ଭର୍ତ୍ତି ହେଲେ ଷ୍ଟାଣ୍ଡାର୍ଡ କମେଡିଆନ୍‌ ମନଓ୍ୱର ଫାରୁକି। ମାସକ ଭିତରେ ସେ ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି।

Advertisment

ମନଓ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତର ଭାବେ ଖରାପ ହେବାରେ ଲାଗିଛି। ଏଥିପାଇଁ ପୁଣି ଥରେ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଛି। ମୁନଓ୍ୱରଙ୍କ ପେଟରେ ସଂକ୍ରମଣ ହୋଇଥିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ସୂଚନା ମିଳିଛି। ମୁନୱର ଫାରୁକିଙ୍କର ହସ୍ପିଟାଲ ବେଡ୍‌ରେ ଶୋଇଥିବା ବେଳର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ତାଙ୍କର ଜଣେ ବନ୍ଧୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋରେ ମୁନଓ୍ୱରଙ୍କ ହାତରେ ଏକ ଡ୍ରପ୍ ଲାଗିଥିବା ଦେଖିବାକୁ ମିଳିଛି। ଫଟୋକୁ ସେୟାର କରି ସେ ଲେଖିଛନ୍ତି, 'ମୋର ଭାଇ ଶୀଘ୍ର ସୁସ୍ଥ ହୋଇଯାଉ ବୋଲି ମୁଁ କାମନା ଚାହୁଁଛି।' ଏହି ଫଟୋ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ମୁନଓ୍ୱରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

ଗତ ମାସରେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ନିଜ ପ୍ରଶଂସକଙ୍କୁ ସ୍ୱାସ୍ଥ୍ୟ ଅପଡେଟ୍ ଦେବାବେଳେ ଏକ IV ଡ୍ରପ୍ ସହିତ ନିଜର ଏକ ଫଟୋ ସେୟାର କରିଥିଲେ।

Munawar Faruqui Bigg Boss 17