Advertisment

ପୁଣି ଥରେ ହେଲା କି ନାଗା-ସାମନ୍ଥାଙ୍କ ପ୍ୟାଚଅପ୍‌? ଆସିଲା ଏପରି ପୋଷ୍ଟ

ଏଥର ସାମନ୍ଥାଙ୍କ ପୋଷ୍ଟରୁ ତାଙ୍କୁ ଏକ୍ସ- ହଜବ୍ୟାଣ୍ଡ ନାଗା ଚୈନତ୍ୟଙ୍କ ସହ ପ୍ୟାଚଅପ୍‌ ହୋଇ ସାରିଥିବା ଅନୁମାନ କରିଛନ୍ତି ଫ୍ୟାନ୍ସ।

Naga Chaitanya & Samantha Ruth

Naga Chaitanya & Samantha Ruth

Advertisment

ବିବାହ, ବିଚ୍ଛେଦ ଓ ରୋଗ ଯୋଗୁ କିଛି ଦିନ ହେବ ଲାଇମ୍‌ଲାଇଟ୍‌ରେ ଥିବା ସାଉଥ ସୁନ୍ଦରୀ ସାମନ୍ଥା ପୁଣି ଥରେ ଚର୍ଚ୍ଚାକୁ ଚାଲି ଆସି ଯାଇଛନ୍ତି। ଏଥର କାରଣ ଟିକେ ଭିନ୍ନ ରହିଛି। କାରଣ ଏଥର ସାମନ୍ଥାଙ୍କ ପୋଷ୍ଟରୁ ତାଙ୍କୁ ଏକ୍ସ- ହଜବ୍ୟାଣ୍ଡ ନାଗା ଚୈନତ୍ୟଙ୍କ ସହ ପ୍ୟାଚଅପ୍‌ ହୋଇ ସାରିଥିବା ଅନୁମାନ କରିଛନ୍ତି ଫ୍ୟାନ୍ସ। ନାଗା ବି ନିଜ ଇନଷ୍ଟା ପୋଷ୍ଟରେ ସେପରି କିଛି ସୂଚନା ଦେଇଛନ୍ତି। ଫ୍ୟାନ୍ସ ଏହି ଷ୍ଟାର କପଲ୍‌ଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ବେଶ୍‌ ଉତ୍ସୁକ ଥିବା ବେଳେ ଉଭୟ ପକ୍ଷ କିନ୍ତୁ କୌଣସି ଅଫିସିଆଲ ବିବୃତି ଦେଇ ନାହାନ୍ତି।

Advertisment

ନାଗା- ସାମନ୍ଥା ପୁଣି ଥରେ ଏକାଠି ହେଉଥିବା ଖବର ସେତେବେଳେ ହଟ୍‌ ଗସିପ ପାଲଟିଥିଲା, ଯେତେବେଳେ ସାମନ୍ଥା ନାଗାଙ୍କ ସହ ନିଜ ଫଟୋ ସୋଶାଲ ମିଡିଆ ପ୍ଲାଟଫର୍ମରେ ଶେଆର କରିଥିଲେ। ଉକ୍ତ ଫଟୋ ସବୁକୁ ବିଚ୍ଛେଦ ପରେ ସେ ସୋଶାଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ। ତେବେ ଦୀର୍ଘ ଦିନ ପରେ କ’ଣ ପାଇଁ ସାମନ୍ଥା ଉକ୍ତ ଫଟୋ ସବୁ ପୁଣି ଥରେ ପୋଷ୍ଟ କରିଛନ୍ତି ତାହା ଉପରୁ ପରଦା ହଟିନି ।

ସେହିପରି ନାଗାଙ୍କ ପୋଷ୍ଟ ବି ପ୍ୟାଚ୍‌ଅପ୍‌ ତରଫକୁ ଇସାରା କରୁଥିବା ଆଲୋଚନା ହେଉଛି। ନାଗା ପୋଷ୍ଟ କରିଥିବା ଫଟୋରେ ସେ କାର୍‌ର ଡ୍ରାଇଭିଂ ସିଟ୍‌ରେ ବସିଥିବା ବେଳେ ତାଙ୍କ ପାଖ ସିଟ୍‌ରେ ଏକ କୁକର ବସିଛି। ଉକ୍ତ କୁକୁର କାର୍‌ ବାହାରକୁ ଅନାଇ ସୂର୍ଯ୍ୟାସ୍ତ ଦେଖୁଥିବା ଫଟୋ ପୋଷ୍ଟ କରିଛନ୍ତି ନାଗା। ଉକ୍ତ ଫଟୋ କ୍ୟାନସନ୍‌ରେ ନାଗା ‘ ୱାଇଫ’ ବୋଲି ଲେଖିଛନ୍ତି। ଯାହା କି ଏବେ ନିଆଁରେ ଘିଅ ଢାଳୁଛି।

Advertisment

କାରଣ ପ୍ରକୃତରେ ଉକ୍ତ କୁକୁରଟି ହେଉଛି ସାମନ୍ଥାଙ୍କର । ଉକ୍ତ କୁକୁରକୁ ଉଭୟ ନାଗା ଓ ସାମନ୍ଥା ବିବାହ ପରେ ନିଜ ପରିବାରରେ ସାମିଲ କରିଥିଲେ। ବିଚ୍ଛେଦ ପରେ ତାହାକୁ ସାମନ୍ଥା ନିଜ ସହ ନେଇ ଯାଇଥିଲେ। ତେଣୁ ଏବେ ହୋଇଥିବା ଫଟୋ ପୋଷ୍ଟରେ ସାମନ୍ଥାଙ୍କ କୁକର ନାଗାଙ୍କ ନିକଟରେ ଥିବା ଅର୍ଥ ଉଭୟଙ୍କ ଦୂରତା କିଛି କମିଥିବା ଅନୁମାନ କରାଯାଉଛି।

ସାମନ୍ଥା ଅଟୋ ଇମ୍ୟୁନ ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସିତ ହେବା ନିମନ୍ତେ ବିଦେଶ ଯାଇଥିଲେ। ଏଥିସହ ଫିଲ୍ମରୁ ସେ ଏକ ବର୍ଷ ବ୍ରେକ୍‌ ନେଉଥିବା ବି ଘୋଷଣା କରିଥିଲେ। ସାମନ୍ଥାଙ୍କ ଏପରି ଦୁଃସମୟରେ ନାଗା ତାଙ୍କ ପାଖେପାଖେ ଛିଡ଼ା ହୋଇଥିବା ଅନୁମାନ କରାଯାଉଛି। ଯାହା ଫଳରେ ଉଭୟଙ୍କ ମଧ୍ୟରେ ଥିବା ଦୂରତା ଧୀରେ ଧୀରେ କମିବାକୁ ଲାଗୁଥିବା ଆଲୋଚନା ହେଉଛି।

Samantha Ruth Prabhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe