Advertisment

ଯସ୍ମୀନ ଗଜରା ପାଇଁ ଅଭିନେତ୍ରୀଙ୍କୁ ୧.୧୪ ଲକ୍ଷର ଫାଇନ୍‌

ଯସ୍ମୀନ ଫୁଲର ଗଜରା ନିଜ ପାଖରେ ରଖିବା ପାଇଁ ଜଣେ ଅଭିନେତ୍ରୀଙ୍କ ଉପରେ ଲାଗିଛି ମୋଟା ଅଙ୍କର ଜୋରିମାନା।

Navya

Navya

Advertisment

ମୁଣ୍ଡରେ ଫୁଲର ଗଜରା ଲଗାଇବା ଭାରତରେ ଗୋଟିଏ ସାଧାରଣ କଥା। ବିଶେଷ କରି ଦକ୍ଷିଣ ଭାରତର ମହିଳାମାନେ ସବୁବେଳେ ଗଜରା ଲଗାନ୍ତି। କିନ୍ତୁ ଫୁଲର ଗଜରା ବିଶ୍ୱର ବିଭିନ୍ନ ସ୍ଥାନରେ ଗ୍ରହଣୀୟ ନୁହେଁ। ବିଶେଷ କରି ଅଷ୍ଟ୍ରେଲିଆରେ ଯସ୍ମୀନ ଫୁଲର ଗଜରା ଲଗାଇବା କିମ୍ବା ନିଜ ପାଖରେ ରଖିବା ଅପରାଧ। ଆପଣ ଏହା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ବାସ୍ତବରେ ଏହା ସତ। ଯସ୍ମୀନ ଫୁଲର ଗଜରା ନିଜ ପାଖରେ ରଖିବା ପାଇଁ ଜଣେ ଅଭିନେତ୍ରୀଙ୍କ ଉପରେ ଲାଗିଛି ମୋଟା ଅଙ୍କର ଜୋରିମାନା।

Advertisment

ମାଲାୟାଲମ ଫିଲ୍ମ ଜଗତର ଚର୍ଚ୍ଚିତ ଚେହେରା ନଭ୍ୟା ନାଏର ନିଜ ବ୍ୟାଗରେ ଯସ୍ମୀନ ଫୁଲର ଗଜରା ରଖିଥିବାରୁ ତାଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଏୟାରପୋର୍ଟରେ ଅପ୍ରୀତିକର ପରସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି କି ଏୟାରପୋର୍ଟ କର୍ତ୍ତୃପକ୍ଷ ତାଙ୍କ ଉପରେ ୧.୧୪ ଲକ୍ଷର ଜୋରିମାନା ମଧ୍ୟ ଲଗାଇଛନ୍ତି।

କ’ଣ ଥିଲା ପୂରା ଘଟଣା ?

ମାଲାୟଲି ଆସୋସିଏସନ ଅଫ ଭିକ୍ଟୋରିଆ ପକ୍ଷରୁ ଓନାମ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅଷ୍ଟ୍ରେଲିଆରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବାକୁ ନଭ୍ୟା ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। କିନ୍ତୁ ତାଙ୍କୁ ମେଲବର୍ଣ୍ଣ ଅନ୍ତିର୍ଜାତୀୟ ଏୟାରପୋର୍ଟରେ ଅଟକା ଯାଇଥିଲା। ସେ ନିଜ ପାଖରେ ୧୫ ସେମି ଲମ୍ବା ଯସ୍ମୀନ ଫୁଲର ଗଜରା ରଖିଥିବାରୁ ତାଙ୍କ ଉପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ୧ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଲଗାଇଥିଲେ।

Advertisment

ନଭ୍ୟା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ମୁଁ ଏଠାକୁ ଆସିବା ପୂର୍ବରୁ ମୋ ବାପା ମୋ ପାଇଁ ଯସ୍ମୀନ ଫୁଲ ଆଣିଥିଲେ। ବିରାଟ କାୟ ଯସ୍ମୀନ ଫୁଲର ଗଜରାକୁ ସେ ଦୁଇ ଭାଗ କରି ମୋତେ ଦେଇଥିଲେ। ଗୋଟିଏ ଗଜରା ମାଳକୁ ମୁଁ କୋଚିରୁ ସିଙ୍ଗାପୁର ଯିବା ବେଳେ ଲଗାଇବାକୁ କହିଥିଲେ। ଦ୍ୱିତୀୟ ମାଳକୁ ସେ ମୋତେ ବ୍ୟାଗରେ ରଖିବାକୁ କହିଥିଲେ ଓ ସିଙ୍ଗାପୁରରୁ ଅନ୍ୟତ୍ର ଯିବା ବେଳେ ଏହାକୁ ଲଗାଇବାକୁ ପରାମର୍ଶ ଦେଇଥିଲେ।

କୋଚିରୁ ଉଡ଼ାଣ ଭରିବା ବେଳେ ମୁଁ ଦ୍ୱିତୀୟ ମାଳକୁ  ବ୍ୟାଗରେ ରଖି ଦେଇଥିଲି। ପ୍ରଥମ ମାଳକୁ ପିନ୍ଧି ଉଡ଼ାଣ ଭରିଥିଲି। ସିଙ୍ଗାପୁରରୁ ମୁଁ ଅଷ୍ଟ୍ରେଲିଆକୁ ଉଡ଼ାଣ କରିଥିଲି। ଏହି ସମୟରେ ଯସ୍ମୀନ ଫୁଲର ଦ୍ୱିତୀୟ ମାଳଟିକୁ ବ୍ୟାଗରେ ରଖିଥିଲି। ବ୍ୟାଗରେ ଫୁଲ ଥିବା ବେଳେ ମୁଁ ମେଲବର୍ଣ୍ଣ ଏୟାରପୋର୍ଟରେ ଓହ୍ଲାଇଥିଲି। 

ମୁଁ ଯାହା କରିଥିଲି, ତାହା ଆଇନ ବିରୋଧୀ ଥିଲା? ଏପରି ଭୁଲ ଅଜାଣତାରେ ହୋଇଥିଲା। କିନ୍ତୁ ଅଜାଣତାର କୌଣସି କ୍ଷମା ନାହିଁ। ୧୫ ସେମି ଯସ୍ମୀନ ଗଜରା ଆଣିଥିବାରୁ ଅଧିକାରୀମାନେ ମୋତେ ଏୟୁଡି ୧୯୮୦(୧.୧୪ ଲକ୍ଷ ଟଙ୍କା) ଫାଇନା ଦେବାକୁ କହିଥିଲେ। ଭୁଲ ସବୁବେଳେ ଭୁଲ, ଯଦିଓ ଏହା ଜାଣତରେ ହୋଇ ଥିଲା। ସେମାନେ ମୋତେ ୨୮ ଦିନ ଭିତରେ ଜୋରିମାନା ଜମା କରିବାକୁ କହିଛନ୍ତି।”

ତେବେ ଏହି ଘଟଣା ନଭ୍ୟାଙ୍କ ଓନାମ ଉତ୍ସାହକୁ କମ କରି ନଥିଲା। ସେ ଓନାମ ଉତ୍ସବ ବେଶ ଧୂମଧାମରେ ପାଳନ କରୁଥିବାର ରିଲ ଶେୟାର କରିଛନ୍ତି। ସେହିପରି ମେଲବର୍ଣ୍ଣ ଘଟଣା ପୂର୍ବରୁ ନଭ୍ୟା ସେ ଯାତ୍ରା କରୁଥିବା ବିମାନ ଭିତରର କିଛି ଫଟୋକୁ ଶେୟାର କରିଥିଲେ। ନଭ୍ୟା ଗଜରା ମାଳ ନିଜ ଚୁଟିରେ ବେଶ ସୁନ୍ଦର ଭାବେ ଲଗାଇଥିବା ଦେଖିବାକୁ ମିଳିଥିଲା।

Australia Malyalam Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe