Advertisment

ଅଡୁଆରେ ନୟନତାରାଙ୍କ ଫିଲ୍ମ, ଥାନାରେ ଅଭିଯୋଗ

ଫିଲ୍ମରେ ଭଗବାନ ରାମଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Nayanthara

Nayanthara

Advertisment

ଅଡୁଆରେ ସାଉଥର ଲେଡି ସୁପରଷ୍ଟାର୍‌ ନୟନତାରାଙ୍କ ଫିଲ୍ମ। ଆଇନ ଜାଲରେ ଫସିଛି ଫିଲ୍ମ। ମେକର୍ସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି।

Advertisment

ସାଉଥ ଫିଲ୍ମ 'ଅନ୍ନପୂର୍ଣ୍ଣା' ରିଲିଜ ହେବାର ଏକ ମାସ ବିତି ଗଲାଣି। ତଥାପି ଏହି ଫିଲ୍ମକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। ଫିଲ୍ମଟି ଏବେ ବିବାଦ ଭିତରକୁ ଟାଣି ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଫିଲ୍ମ ମେକର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ରମେଶ ସୋଲଙ୍କି ନାମକ ଜଣେ ସୋଶାଲ ମିଡିଆ ୟୁଜର୍ସ ଏହି ଫିଲ୍ମକୁ ବିରୋଧ କିରଛନ୍ତି। ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଏହି ଫିଲ୍ମଟି ଅଣ ହିନ୍ଦୁ। ଏଥିରେ ଭଗବାନ ରାମଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରାଯାଇଛି। ଫିଲ୍ମରେ ଭଗବାନ ରାମ ଆମିଷ ଖାଉଥିଲେ ବୋଲି କୁହାଯାଇଛି। ଯାହା ଭକ୍ତମାନଙ୍କ ଭାବନାକୁ ଆଘାତ ଦେଇଛି। ସେ ଜି' ଓ ନେଟ୍‌ଫ୍ଲିକ୍ସ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।

Advertisment

ଯେଉଁଠି ସାରା ଭାରତ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଳନ କରୁଛି ସେଠି ଏକ ଅଣ ହିନ୍ଦୁ ଫିଲ୍ମ 'ଅନ୍ନପୂର୍ଣ୍ଣା' ନେଟ୍‌ଫ୍ଲିକ୍ସରେ ରିଲିଜ କରାଯାଇଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ଏହି ଫିଲ୍ମରେ ଜଣେ ହିନ୍ଦୁ ପୂଜାରୀଙ୍କ ଝିଅ ବିରିୟାନୀ ରୋଷେଇ କରିବା ପାଇଁ ନମାଜ ପଢ଼ୁଥିବା ଦେଖିବାକୁ ମିଳିଛି। ଫିଲ୍ମ ଜରିଆରେ ଲଭ୍‌ ଜିହାଦଙ୍କୁ ପ୍ରମୋଟ କରାଯାଇଛି। ନେଟ୍‌ଫ୍ଲିକ୍ସ ଓ ଜି' ଜାଣିଶୁଣି ଏହି ଫିଲ୍ମକୁ ତିଆରି କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏହି ଫିଲ୍ମ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁମ୍ବାଇ ପୁଲିସ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସଲୋଙ୍କି ଅନୁରୋଧ କରିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ଜି କିମ୍ବା ନେଟ୍‌ଫ୍ଲିକ୍ସ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

'ଅନ୍ନପୂର୍ଣ୍ଣା' ହେଉଛି ଏକ ତାମିଲ ଫିଲ୍ମ। ଏଥିରେ ନୟନତାରା ଲିଡ୍ ରୋଲରେ ଅଛନ୍ତି। ତାଙ୍କ ସହ ଜୟ, ସତ୍ୟରାଜ, କାର୍ତ୍ତିକ କୁମାର ଓ ରେଣୁକା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ଜଣେ ରୋଷେୟା ବା ସେଫ୍‌ଙ୍କ କାହାଣୀ ଉପରେ ଆଧାରିତ।

Tollywood Tamil Film Nayanthara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe