Advertisment

୫୦ ବର୍ଷ ବୟସରେ ବାପା ହେବା ଖବରକୁ ନିଶ୍ଚିତ କଲେ ପ୍ରଭୁ ଦେବା

ପ୍ରଭୁ ଦେବା ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି ଓ ଏଥିପାଇଁ ସେ ନିଜର କାମ କରିବା ସମୟକୁ ମଧ୍ୟ ହ୍ରାସ କରି ଦେଇଥିବା କହିଛନ୍ତି।

Prabhu Deva

Prabhu Deva

Advertisment

ଭେଟରାନ କୋରିଓଗ୍ରାଫର ତଥା ଫିଲ୍ମି ନିର୍ମାତା ପ୍ରଭୁ ଦେବା ୫୦ ବର୍ଷ ବୟସରେ ବାପା ଖବରକୁ ନିଶ୍ଚିତ କରିଛନ୍ତି। ନିକଟରେ ତାଙ୍କ ପତ୍ନୀ ହିମାନି ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଇ-ଟାଇମ୍ସକୁ ସାକ୍ଷାତକାର ଦେଇ ପ୍ରଭୁ ଦେବା ଏହି ଖବରକୁ ନିଶ୍ଚିତ କରିଛନ୍ତି। ଏଥିସହ ସେ କହିଛନ୍ତି, “ହଁ, ସାର୍ ଏହି ଖବର ସତ୍ୟ। ଏହି ବୟସରେ ମୁଁ ଆଉ ଥରେ ବାପା ହୋଇଛି। ଏବେ ମୁଁ ବହୁତ ବହୁତ ଖୁସି ଓ ସବୁ କିଛି ପୂରିଲା ଭଳି ଲାଗୁଛି।”

Advertisment

ପ୍ରଭୁ ଦେବା ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି ଓ ଏଥିପାଇଁ ସେ ନିଜର କାମ କରିବା ସମୟକୁ ମଧ୍ୟ ହ୍ରାସ କରି ଦେଇଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ଏବେ ଠାରୁ ହିଁ ମୋର ୱାର୍କଲୋଡକୁ ହ୍ରାସ କରି ସାରିଲିଣି। ମୁଁ ଅନୁଭବ କରୁଛି ଯେ ମୁଁ ଅଧିକରୁ ଅଧିକ କାମ କରୁଥିଲି। କେବଳ ଦୌଡ଼ୁଥିଲି। ଏବେ ମୁଁ ମୋର ପରିବାର ଲୋକଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛି।”

୨୦୨୦ରେ ପ୍ରଭୁ ଦେବା ଓ ହିମାନି ବିବାହ କରିଥିଲେ। ପ୍ରଭୁ ପ୍ରଥମେ ରାମଲତାଙ୍କୁ ବିବାହ କରିଥିଲେ। ତାଙ୍କର ୩ଟି ପୁଅ ରହିଛନ୍ତି। ୨୦୧୧ରେ ପ୍ରଭୁ ଓ ରାମ ଲତାଙ୍କ ବିବାହ ବିଚ୍ଛେଦ ହୋଇଥିଲା।

Advertisment

ପ୍ରଭୁ ଦେବା ଏକଦା ଅଭିନେତ୍ରୀ ନୟନତାରାଙ୍କୁ ମଧ୍ୟ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା। ଏବେ ନୟନତାରା ଫିଲ୍ମ ନିର୍ମାତା ବିଘ୍ନେଶ ଶିବାନଙ୍କୁ ବିବାହ କରି ସାରିଛନ୍ତି।

ପ୍ରଭୁ ଦେବା କେବଳ ଜଣେ ଚମତ୍କାର କୋରିଓଗ୍ରାଫର ନୁହନ୍ତି, ସେ ଅନେକ ଫିଲ୍ମରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

Entertainment Prabhu Deva Nayanthara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe