Actress Dr. Priya
ପୁଣି ସିନେ ଜଗତରୁ ଆସିଲା ଦୁଃଖଦ ଖବର। ଅଭିନେତ୍ରୀ ରେଞ୍ଜୁସା ମେନନ୍ଙ୍କ ଦେହାନ୍ତର ଦୁଇ ଦିନ ପରେ ଚାଲିଗଲେ ଆଉ ଜଣେ ଅଭିନେତ୍ରୀ। ଦକ୍ଷିଣ ଭାରତୀୟ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଡଃ. ପ୍ରିୟଙ୍କ ଦେହାନ୍ତ ହୋଇଛି। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ଏଥିସହ ସେ ୮ ମାସର ଗର୍ଭବତୀ ମଧ୍ୟ ଥିଲେ।
ଗତକାଲି ଅଭିନେତ୍ରୀ ପ୍ରିୟଙ୍କା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କ ପେଟରେ ଥିବା ଛୁଆଟିର ଜୀବନ ବଞ୍ଚି ଯାଇଛି। ନବଜାତ ଶିଶୁଟିକୁ ଏନ୍ଆଇସିୟୁରେ ରଖାଯାଇଛି। ଏନେଇ ମଲୟାଲମ ଅଭିନେତା କିଶୋର ସତ୍ୟା ସୋଶାଲ ମିଡଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।
ଅଭିନେତା କିଶୋରଙ୍କ କହିବା ମୁତାବକ, ପ୍ରିୟାଙ୍କ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ସେ ନିୟମିତ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ହୃଦ୍ଘାତ ହେବା ଫଳରେ ମୃତ୍ୟୁ ହୋଇଛି। ସେପଟେ ଝିଅର ମୃତ୍ୟୁ ପରେ ଅଭିନେତ୍ରୀଙ୍କ ମା' ଭାଙ୍ଗି ପଡିଛନ୍ତି।
ସୂଚନା ମୁତାବକ, ମଲୟାଲମ ଟିଭି ଶୋ' 'କରୁଥାମୁଥୁ'ରୁ ପ୍ରିୟା ଲାଇମ୍ ଲାଇଟ୍କୁ ଆସିଥିଲେ। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ତେବେ ସେ ଦୀର୍ଘ ଦିନ ହେବ ଟେଲିଭିଜନ ଜଗତଠାରୁ ଦୂରେଇ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698833804.jpg)