Advertisment

ଆଡଭାନ୍ସ ବୁକିଂରେ ପୁଷ୍ପା-୨ର ଫାୟାର...

ରିଲିଜ୍ ପୂର୍ବରୁ ନିଆଁ ଲଗାଉଛି ପୁଷ୍ପା-୨, ଭାଙ୍ଗିଲା ପଠାନ ଓ କେଜିଏଫ୍-୨ର ରେକର୍ଡ।

author-image
Debibandita Barick
Allu Arjun & Rashmika Mandana

Allu Arjun & Rashmika Mandana

ରିଲିଜ୍ ପୂର୍ବରୁ ରେକର୍ଡ କରୁଛି ଅଲ୍ଲୁ ଅର୍ଜନ ଏବଂ ରଶ୍ମୀକା ମନ୍ଦନାଙ୍କ ପୁଷ୍ପା-୨। ଭାରତୀୟ ସିନେମା ଜଗତରେ ନୂଆ କିର୍ତ୍ତୀମାନ ଯୋଡ଼ିଛି ଏହି ସିନେମା। ରିଲିଜ୍ ପୂର୍ବରୁ ବହୁ ବ୍ଲକବଷ୍ଟର ସିନେମାର ରେକର୍ଡ ଭାଙ୍ଗିଛି। ଆଡଭାନ୍ସ ବୁଂକିରେ ହିନ୍ଦି ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଦେଇଛି ପୁଷ୍ପା-୨: ଦି ରୁଲ୍।

Advertisment

ଆଡଭାନ୍ସ ବୁକିଂର ପ୍ରଥମ ଦିନର ମାତ୍ର ୧୨ ଘଣ୍ଟାରେ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ ଟିକେଟ୍ ବୁକିଂ ହୋଇଛି। ଯାହାର ଅର୍ଥ ଫିଲ୍ମ ରିଲିଜ ହେଲେ ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ। ତେବେ ଆଡଭାନ୍ସ ବୁକିଂରେ ୧୦ କୋଟିରୁ ଅଧିକ ଟଙ୍କାର ଟିକେଟ୍ ବିକ୍ରି ସରିଲାଣି। 

ପୂର୍ବରୁ ଶାହରୁଖ ଖାନଙ୍କ ପଠାନ, ୟଶଙ୍କ କେଜିଏଫ୍-୨ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିଲା। ମାତ୍ର ପୁଷ୍ପା କ୍ରେଜ୍ ଏସବୁ ରେକର୍ଡ ଭାଙ୍ଗିଛି। 

Advertisment

ସେପଟେ ସିନେମା ଟିକେଟ୍ ଦର ବି ବଢ଼ିଛି। ଭୁବନେଶ୍ବରର ବିଭିନ୍ନ ସିନେମା ଥିଏଟର ଓ ମଲଟି ପ୍ଲେକ୍ସରେ ଅନ୍ୟ ଫିଲ୍ମର ଦାମ ୧୦୦ରୁ ୨୦୦ ଟଙ୍କା ଭିତରେ ରହୁଥିବା ବେଳେ ଏବେ ତାହା ଦୁଇଗୁଣା ହୋଇଛି। ଅର୍ଥାତ ପୁଷ୍ପା-୨ ପାଇଁ ଟିକେଟ୍ ଦର ୪୦୦ ଟଙ୍କାରୁ ଆରମ୍ଭ।

କେବଳ ଭୁବନେଶ୍ବର ନୁହେଁ, ସମଗ୍ର ଦେଶର ସିନେମା ହଲରେ ଟିକେଟ ମୂଲ୍ଯ ବୃଦ୍ଧି ପାଇଛି। ଦିଲ୍ଲୀର କିଛି ମଲ୍ଟି ପ୍ଲେକ୍ସରେ ୨ ହଜାରରୁ ଅଧିକ ଟଙ୍କା ରହିଛି। ତେଲାଙ୍ଗାନାରେ ସିଙ୍ଗଲ୍ ସ୍କ୍ରିନର ସବୋର୍ଚ୍ଚ ଦାମ ୧୫୦ ଟଙ୍କା ହେବା କଥା। କିନ୍ତୁ ପୁଷ୍ପା-୨ ପାଇଁ ହଲ୍ ଟିକେଟ୍ ଦର ବଢ଼ାଇବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। 

ତେଲାଙ୍ଗାନା ମୁଖ୍ୟ ଶାସନ ସଚିବ ଏକ ଚିଠି ଜରିଆରେ ଏହି ଟିକେଟ୍ ମୂଲ୍ୟ ସବୋର୍ଚ୍ଚ ୮୦୦ ଟଙ୍କା ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ପୁଷ୍ପା-୨ର କ୍ରେଜ୍ କେତେ। ତେବେ ଏହି ସିନେମା ଡିସେମ୍ବର ୫ରେ ରିଲିଜ୍ ହେବ। ରିଲିଜ୍ ପରର ରେକର୍ଡକୁ ଅପେକ୍ଷା। 

Rashmika Mandana Allu Arjun Pushpa2 Pushpa2 Release Pushpa2 Advance Booking