Advertisment

ଶାଢୀ ପିନ୍ଧି ଅଲ୍ଲୁ କଲେ ଆକ୍ସନ, ଫ୍ଲାୱାର ନୁହେଁ ଫାୟାର

ପୁଷ୍ପା ପରି ‘ପୁଷ୍ପା-୨’ରେ ବି ଦେଖିବାକୁ ମିଳିବ ଅଲ୍ଲୁ ଅର୍ଜ୍ଜୁନଙ୍କ ସ୍ୱାଗ । ଆଜି ତାଙ୍କ ଅପକମିଙ୍ଗ ଫିଲ୍ମ ‘ପୁଷ୍ପା-୨ ଦ ରୁଲ୍‌’ର ଟିଜର ରିଲିଜ ହୋଇଛି।

Allu Arjun

Allu Arjun

Advertisment

ଅର୍ଦ୍ଧ ନାରୀଶ୍ୱର ବେଶରେ ଅଲ୍ଲୁ ଅର୍ଜ୍ଜୁନ । ଦେହରେ ଶାଢୀ, ହାତରେ ଚୁଡ଼ି, ମଥାରେ ଟିପା ସାଙ୍ଗକୁ ବେକରେ ଫୁଲ ଓ ଲେମ୍ବୁ ମାଳ। ପୁରା ମୁହଁ ଏବଂ ଦେହରେ ଅବିର ରଙ୍ଗ ବୋଳି ହୋଇଛନ୍ତି। ଠାକୁରାଣୀ ବେଶ୍‌ରେ ସଜେଇ ହୋଇ ତାଣ୍ଡବ କରୁଛନ୍ତି ଅଲ୍ଲୁ । ଅଲ୍ଲୁଙ୍କ ଲୁକ୍‌ ଯେତେ ଥ୍ରୀଲ୍‌, ଆକ୍ସନ୍ ବି ସେମିତି ଖତରନାକ୍‌ ହୋଇଛି।

Advertisment

ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨ ଦ ରୁଲ୍‌’ ର ଟିଜରରେ ଦେଖିବାକୁ ମିଳିଛି ସାଉଥ ସୁପରଷ୍ଟାରଙ୍କ ଏପରି କିଛି କିଲର୍‌ ଲୁକ୍‌। ଯାହା ଏବେ ତାଙ୍କ ଫ୍ୟାନ୍ସଙ୍କୁ କିମିଆ କରିଛି।

ପୁଷ୍ପା ପରି ‘ପୁଷ୍ପା-୨’ରେ ବି ଦେଖିବାକୁ ମିଳିବ ଅଲ୍ଲୁ ଅର୍ଜ୍ଜୁନଙ୍କ ସ୍ୱାଗ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ୪୨ତମ ଜନ୍ମଦିନ ଅବସରରେ ଆଜି ତାଙ୍କ ଅପକମିଙ୍ଗ ଫିଲ୍ମ ‘ପୁଷ୍ପା-୨ ଦ ରୁଲ୍‌’ର ଟିଜର ରିଲିଜ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଏହି ଟିଜରକୁ ରିଲିଜ କରିଛନ୍ତି। ମାତ୍ର କିଛି ମିନିଟ୍‌ ମଧ୍ୟରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟିଜରଟି ମିଲିୟନ୍ ଭ୍ୟୁଜ୍‌ କ୍ରସ୍ କରିସାରିଲାଣି।

Advertisment

ବାର୍ଥଡେ ବୟ ଅଲ୍ଲୁ ମଧ୍ୟ ଏହି ଟିଜରକୁ ଶେଆର କରି ନିଜ ଫ୍ୟାନ୍ସଙ୍କ ପାଇଁ ଏକ ସୁନ୍ଦର ମେସେଜ ପୋଷ୍ଟ କରିଛନ୍ତି । ମୋତେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାନ । ମୋ’ ହୃଦୟ ଆଜି ଖୁସିରେ ଭରି ଯାଇଛି। ମୋ’ ତରଫରୁ ଏହି ଟିଜରକୁ ଧନ୍ୟବାଦ ରୂପେ ଗ୍ରହଣ କରନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି

ଫିଲ୍ମର ଫିମେଲ୍‌ ଲିଡ ରୋଲ୍‌ ପ୍ଲେ କରିଥିବା ରଶ୍ମିକା ମନ୍ଦାନା ମଧ୍ୟ ଏହି ଟିଜରକୁ ଶେଆର କରି ଏହି ବହୁ ପ୍ରତିକ୍ଷିତ ଟିଜର ଶେଷରେ ଆସି ଯାଇଥିବା ଉଲ୍ଲେଖ କରିଛନ୍ତି। ଏଥିସହ ଆଗକୁ କ’ଣ ହେବ ଦେଖିବାକୁ ଖୁବ୍‌ ଉତ୍ସାହିତ ବୋଲି ବି ସେ ପୋଷ୍ଟ କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ।

Allu Arjun Pushpa2
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe