Advertisment

'ପୁଷ୍ପା' ଫେମ୍‌ ଅଭିନେତା ଗିରଫ

ଜଗଦୀଶ ପୁଷ୍ପା ଫିଲ୍ମରେ ସାଉଥ ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ବନ୍ଧୁ କେଶବ ଭୂମିକାରେ ନଜର ଆସିଥିଲେ।

actor-jagadish-pratap-bhandari arrested

actor-jagadish-pratap-bhandari arrested

Advertisment

ବନ୍ଧା ହେଲେ ବ୍ଲକବଷ୍ଟର ହିଟ୍‌ ଫିଲ୍ମ 'ପୁଷ୍ପା'ର ଅଭିନେତା। ଜଗଦୀଶ ପ୍ରତାପ ଭଣ୍ଡାରୀଙ୍କୁ ହାଇଦ୍ରାବାଦ ପଞ୍ଜାଗୁଟ୍ଟା ପୁଲିସ ଗିରଫ କିରଛି। ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ଜଗଦୀଶ ପୁଷ୍ପା ଫିଲ୍ମରେ ସାଉଥ ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ବନ୍ଧୁ କେଶବ ଭୂମିକାରେ ନଜର ଆସିଥିଲେ।

Advertisment

୩୦ ବର୍ଷୀୟ ଜଗଦୀଶ ପ୍ରତାପ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହ ଲିଭ୍‌-ଇନ୍ ରିଲେସନ୍‌ରେ ରହୁଥିଲେ। ତେବେ ନଭେମ୍ବର ୨୯ ତାରିଖରେ ଜଗଦୀଶଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିବା ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଏହା ପରେ ମୃତକଙ୍କ ପରିବାର ଜଗଦୀଶଙ୍କୁ ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ଆରମ୍ଭ କରିଥିଲେ। ଅଭିଯୋଗ ଏବଂ ତଦନ୍ତ ଆଧାରରେ ଏହି ପୁଷ୍ପା ଫେମ୍ ଅଭିନେତାଙ୍କୁ ବୁଧବାର ଧାରା ୩୦୬ ଅନୁଯାୟୀ ପୁଲିସ ଗିରଫ କରିଛି।

ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ମହିଳା ନଭେମ୍ବର ୨୭ ତାରିଖରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଥିବା ବେଳେ ଅଭିନେତା ଜଗଦୀଶ ଭିଡିଓ କ୍ଲିପ୍‌ କରିଥିଲେ। ଏହା ପରେ ଜଗଦୀଶ ଉକ୍ତ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଇଣ୍ଟରନେଟରେ ତାଙ୍କର ବ୍ୟକ୍ତିଗତ ଫଟୋ ପୋଷ୍ଟ କରିବାକୁ ଧମକ ଦେଇଥିଲେ। ଏହାପରେ ମହିଳା ଜଣକ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

Advertisment

ମହିଳାଙ୍କ ମୃତ୍ୟୁ ପରଠାରୁ ଜଗଦୀଶ ଫେରାର ଥିବା ନେଇ ଅଭିଯୋଗ ହୋଇଥିଲା। ଶେଷରେ ପୁଲିସ ତଦନ୍ତ ବେଳେ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ପୁଲିସ ପୁଷ୍ପା ଅଭିନେତାଙ୍କୁ ରିମାଣ୍ଡରେ ନେଇ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Pushpa Film Jagadish Pratap Bhandari Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe