Advertisment

ମିସ୍‌ରୁ ମିସେସ୍‌ ହେଲେ ଅଭିନେତ୍ରୀ ସୁରଭି, ପଡ଼ିଲା ହାତଗଣ୍ଠି

ବିବାହ ବେଳର କିଛି ଫଟୋକୁ ଖୋଦ୍‌ ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Surbhi Jyoti Married

Surbhi Jyoti Married

ମିସ୍‌ରୁ ମିସେସ୍‌ ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ସୁରଭି ଜ୍ୟୋତି। ବାଜିଲା ଶାହାନାଇ, ପଡ଼ିଲା ହାତଗଣ୍ଠି। ବୟଫ୍ରେଣ୍ଡ ସୁମିତ ସୁରିଙ୍କ ସହ ନେଲେ ସାତ ଫେରା। ଅଭିନେତ୍ରୀ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି।, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଲୋକପ୍ରିୟ ସିରିଏଲ୍‌ 'ନାଗିନ' ଓ 'କବୁଲ ହୈ'ରୁ ଘରେ ଘରେ ପରିଚି ହୋଇଥିବା ଅଭିନେତ୍ରୀ ସୁରଭି ଜ୍ୟୋତିଙ୍କ ରବିବାର ତଥା ଅକ୍ଟୋବର ୨୭ରେ ସରିଛି ବିବାହ। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ସୁମିତ ସୁରିଙ୍କୁ ବିବାହ କରିଛନ୍ତି। ଭଭୟ ଉତ୍ତରାଖଣ୍ଡର ଜିମ୍‌ କାର୍ବେଟ୍‌ରେ ସାତ ଫେରା ନେଇଛନ୍ତି। ଏହି ବିବାହ ବେଳର କିଛି ସୁନ୍ଦର ଫଟୋକୁ ଖୋଦ୍‌ ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ଫଟୋରେ ସୁରଭି ପୂରାପୁରି ବ୍ରାଇଡାଲ ଲୁକ୍‌ରେ ନଜର ଆସିଛନ୍ତି। ମଜେଣ୍ଟା ଓ ଗୋଲ୍ଡେନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସେ ହେଭି ଜୁଏଲାରୀ ମଧ୍ୟ ପିନ୍ଧି। ତେବେ ତାଙ୍କ ମେକ୍‌ଅପ୍‌ କିନ୍ତୁ ପୂରା ସିମ୍ପୁଲ ରହିଛି। ସେହିପରି ସୁମିତ ଧଳା ରଙ୍ଗର ଚିକନକରି କୁର୍ତା ଓ ପଠାନି ସାଲଓ୍ୱାର ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ହାପି ଓ୍ୱେଡିଂ ଓ୍ୱିଶ୍‌ ଜଣାଇଛନ୍ତି।

Advertisment

ସୁରଭି ଓ ସୁମିତଙ୍କ ବିବାହରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର୍ ସାମିଲ ହୋଇଥିଲେ। କିଶ୍ୱୋରୀ ମର୍ଚ୍ଚେଣ୍ଟଙ୍କ ଠାରୁ ଆରମ୍ଭ କରି ଋତଓ୍ୱିକ୍ ଧନଜାନି ଓ ଆଶା ନେଗି ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ।

Surbhi Jyoti And Sumit Suri Surbhi Jyoti Wedding Telly Dunia