Advertisment

ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକଙ୍କ ବିରୋଧରେ ପୁରୁଷ ଯୌନ ନିର୍ଯାତନା ମାମଲା

ବର୍ତ୍ତମାନ କେରଳ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମିଠୁ ଝଡ଼ ଚାଲିଥିବା ବେଳେ ରଣଜିତଙ୍କ ଭଳି ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ବିରୋଧର ପୁରୁଷ ଯୌନ ନିର୍ଯାତନାର ଅଭିଯୋଗ ଆସିବା ସମସ୍ତଙ୍କୁ ଚକିତ।

author-image
Hemant Lenka
ଅଦ୍ୟତନ ହୋଇଛି
Ranjith

Ranjith

ମାଲାୟାଲମ ଫିଲ୍ମର ନିର୍ଦ୍ଦେଶକ ରଣଜିତ ବାଲକ୍ରିଷ୍ଣନଙ୍କ ଅଡ଼ୁଆ ବଢ଼ିଛି। ନିଜର ନିର୍ଦ୍ଦେଶନା ପାଇଁ ୩ ଥର ଜାତୀୟ ପୁରସ୍କାର ଜିତିଥିବା ରଣଜିତଙ୍କ ବିରୋଧରେ ଆସିଛି ପୁରୁଷ ଯୌନ ନିର୍ଯାତନା ମାମଲା।

Advertisment

ଜଣେ ବ୍ୟକ୍ତିଙ୍କୁ ସେ ହୋଟେଲକୁ ଡାକି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଜଣେ ୩୧ ବର୍ଷୀୟ ଅଭିନେତା ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ କେରଳ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମିଠୁ ଝଡ଼ ଚାଲିଥିବା ବେଳେ ରଣଜିତଙ୍କ ଭଳି ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ବିରୋଧର ପୁରୁଷ ଯୌନ ନିର୍ଯାତନାର ଅଭିଯୋଗ ଆସିବା ସମସ୍ତଙ୍କୁ ଚକିତ।

୩୧ ବର୍ଷୀୟ ପୀଡ଼ିତ ଅଭିନେତା ଜଣଙ୍କ କହିଛନ୍ତି ଯେ ରଣଜିତ ସହରର ଗୋଟିଏ ପଞ୍ଚ ତାରକା ହୋଟେଲରେ ତାଙ୍କୁ ଯୌନ ନର୍ଯାତନା ଦେଇଛନ୍ତି। ସେ ପ୍ରଥମେ ରଣଜିତଙ୍କୁ କୋଝିକୋଡେରେ ଦେଖା ହୋଇଥିଲେ। ଏହି ସମୟରେ ନିର୍ଦ୍ଦେଶକ ରଣଜିତ ଆଉ ଏକ ଫିଲ୍ମ ଶୁଟିଂ କରୁଥିଲେ। ପୀଡ଼ିତ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଶୁଟିଂ ସେଟରେ ଦେବା ପରେ ରଣଜିତ ତାଙ୍କୁ ବେଙ୍ଗାଲୁରୁ ନିକଟ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାର ପୋର୍ଟ ନିକଟରେ ଥିବା ଗୋଟିଏ ହୋଟେଲକୁ ଡାକିଥିଲେ।

Advertisment

୨୦୧୨ ମସିହା ଡିସେମ୍ବର ମାସରେ ଅଡିସନ ନାଁରେ ତାଙ୍କୁ ଡକା ଯାଇଥିଲା। ସେ ମଧ୍ୟ ଅଭିନୟ କରିବା ଆଶାରେ ହୋଟେଲରେ ପହଞ୍ଚିଥିଲେ। ଗୋଟିଏ ରୁମରେ ରଣଜିତ ମଦ ପିଉଥିବା ବେଳେ ପୀଡ଼ିତ ଜଣଙ୍କ ସେଠାକୁ ଯାଇଥିଲେ। ଅଡିସନ ନାଁରେ ତାଙ୍କୁ ଉଲ୍ଲଗ୍ନ ହେବାକୁ କୁହାଯାଇଥିଲା। ସେ ଏହା ଅଭିନୟର ଅଂଶବିଶେଷ ଭାବି ଉଲ୍ଲଗ୍ନ ମଧ୍ୟ ହୋଇଥିଲେ। ତେବେ ତାଙ୍କୁ ସେଠାରେ ରଣଜିତ ନିଶାସକ୍ତ ଅବସ୍ଥାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ଏପରି ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ରଣଜିତଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଏହାପୂର୍ବରୁ ୬୦ ବର୍ଷୀୟ ରଣଜିତଙ୍କ ବିରୋଧରେ ଜଣେ ବେଙ୍ଗଲି ଅଭିନେତ୍ରୀ ମଧ୍ୟ କୋଚିରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କୋଚିର ଗୋଟିଏ ହୋଟେଲରେ ରଣଜିତ ତାଙ୍କୁ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ।

Kerala Malayalam