Advertisment

'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍

ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
 Vijay Deverakonda and Rashmika Mandana

Vijay Deverakonda and Rashmika Mandana

Advertisment

ଟଲିଉଡର ହଟ୍ ଯୋଡ଼ି ରଶ୍ମୀକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସିକ୍ରେଟ୍ ଡେଟର ଫଟୋ ଭାଇରାଲ୍। ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି। 

Advertisment

ବାସ୍ତବରେ ରଶ୍ମୀକା ନିକଟରେ ନିଜର ଏକ ସିଙ୍ଗଲ୍ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏକ ବ୍ଲୁ ଶାର୍ଟ ପିନ୍ଧି ରେସ୍ତୋରାଁରେ ଖାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ସୋଶାଲ ମିଡିଆରେ ଭାଇରାଲ୍ ଫଟୋରୁ ସେ ବିଜୟ ଦେବରକୋଣ୍ଡାଙ୍କ ସହ ଥିବା ଚର୍ଚ୍ଚା ହେଉଛି।

କାରଣ ଭାଇରାଲ୍ ହେଉଥିବା ପୋଷ୍ଟରେ ରଶ୍ମୀକାଙ୍କ ଆଗରେ ବିଜୟ ଦେବରକୋଣ୍ଡା ବସିଛନ୍ତି। ଏଥିରୁ ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ପୁଣି ଥରେ ଜୋର୍ ଧରିଛି। ବର୍ତ୍ତମାନ ବିଜୟ ଦେବରକୋଣ୍ଡା VD 12 ଶୁଟ୍ ପାଇଁ ଶ୍ରୀଲଙ୍କାରେ ଥିବାବେଳେ ଏହି ଫଟୋ ସେଠାକାର ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଏପରି ଅନେକ ଥର ଚର୍ଚ୍ଚା ହେବା ସହ ଉଭୟ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ମଧ୍ୟ କୁହାଯାଉଥିଲା।

Advertisment

କିନ୍ତୁ ଏହି ଅନ୍ ସ୍କ୍ରିନ୍ ଯୋଡ଼ି ନିଜର ରିଲେସନଶିପଙ୍କୁ ନେଇ କେବେ ହେଲେ ସ୍ୱୀକାର କରିନାହାନ୍ତି। ଅଥଚ ଏକ ଇଣ୍ଟର୍ଭ୍ୟୁରେ ଦେବରକୋଣ୍ଡା ରିଲେସନଶିପରେ ଥିବା କହିଥିଲେ, କିନ୍ତୁ ଡେଟ୍ କରିବା ଚର୍ଚ୍ଚାକୁ ଅସ୍ୱୀକାର କରିଥିଲେ।

ବିଜୟ କହିଛଥିଲେ, "ମୋତେ ବର୍ତ୍ତମାନ 35 ବର୍ଷ, କଣ ଆପଣ ଭାବୁଛନ୍ତି ମୁଁ ଏବେ ବି ସିଙ୍ଗଲ୍ ଥିବି? କଥାଟା ହେଲା- ମୁଁ ଡେଟରେ ବାହାରକୁ ଯାଏ ନାହିଁ, ବରଂ କାହା ସହ ବନ୍ଧୁତା ସମ୍ପର୍କ ସ୍ଥାପନ ହେବା ପରେ କେବଳ ଜାଣିବା ପାଇଁ ବାହାରକୁ ଯାଏ।" 

Vijay Deverakonda and Rashmika spotted together 📷
byu/Even_Conversation_83 inBollyBlindsNGossip

Vijay Deverakonda Rashmika Mandanna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe