Advertisment

୩୯ ବର୍ଷରେ ରାମ ଚରଣଙ୍କୁ ମିଳିଲା ଡକ୍ଟରେଟ ଡିଗ୍ରୀ

ମାତ୍ର ୩୯ ବର୍ଷରେ ଏପରି ସମ୍ମାନ ହାସଲ କରି ପାରିଥିବା ରାମଚରଣ ସବୁଠୁ କନିଷ୍ଠ ଡକ୍ଟରେଟ ଡିଗ୍ରୀଧାରୀ ବୋଲି ଜଣାଯାଇଛି।

author-image
Niharika Rout
Ram Charan

Ram Charan

ସାଉଥ ସୁପରଷ୍ଟାର ତଥା RRR ଫେମ୍‌ ରାମଚରଣଙ୍କ ଖୁସି ବନ୍ଧବାଡ଼ ମାନୁନି। କାରଣ ରାମଚରଣଙ୍କୁ ମିଳିଛି ସମ୍ମାନଜନକ ଡକ୍ଟରେଟ ଉପାଧୀ। ଚେନ୍ନାଇସ୍ଥିତ ଭେଲ୍ସ ୟୁନିଭରସିଟି ପକ୍ଷରୁ ରାମଚରଣଙ୍କୁ ମିଳିଛି ଏହି ସମ୍ମାନ । ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ତଥା ସାମାଜିକ କ୍ଷେତ୍ରରେ ସେବା ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ମାତ୍ର ୩୯ ବର୍ଷରେ ଏପରି ସମ୍ମାନ ହାସଲ କରି ପାରିଥିବା ରାମଚରଣ ସବୁଠୁ କନିଷ୍ଠ ଡକ୍ଟରେଟ ଡିଗ୍ରୀଧାରୀ ବୋଲି ଜଣାଯାଇଛି।

Advertisment

ଏନେଇ ଖୋଦ ରାମଚରଣ ଗତକାଲି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ରାମଚରଣଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗଛି।

ଗତକାଲି ଭେଲ୍ସ ୟୁନିଭରସିଟି ପକ୍ଷରୁ ୧୪ ତମ ବାର୍ଷିକ ଉତ୍ସବ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରାମଚରଣ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। 

Advertisment

 ଇଭେଣ୍ଟର ଫଟୋ ଶେଆର କରି ସୁପରଷ୍ଟାର ରାମଚରଣ ଲେଖିଛନ୍ତି, ଭେଲ୍ସ ୟୁନିଭରସିଟି ପକ୍ଷରୁ ଡକ୍ଟରେଟ ଉପାଧି ପାଇ ଖୁବ୍‌ ଖୁସି ଅଛି। ଚେନ୍ନାଇ ଲୋକଙ୍କ ସମେତ ମୋ ଯାତ୍ରାର ଅଂଶ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆଗକୁ ଆହୁରି ବହୁ ସ୍ୱପ୍ନ ପୂରଣ କରିବାକୁ ବାକି ଅଛି।

ଏହି କାର୍ଯ୍ୟକ୍ରମରେ ରାମଚରଣଙ୍କ ସହ ତାଙ୍କ ପତ୍ନୀ ଉପାସନା ବି ଉପସ୍ଥିତ ଥିଲେ। ଉପାସନା ବି ଇଭେଣ୍ଟର ବହୁ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିବା ସହ ରାମଚରଣଙ୍କୁ ଡକ୍ଟର କହି ସମ୍ବୋଧିତ କରିଛନ୍ତି।

ଶେଷ ଥର ପାଇଁ ବ୍ଲକବଷ୍ଟର ମୁଭି ‘RRR’ ରେ ନିଜ ଦମଦାର ଆକ୍ସନ ଦେଖାଇଥିଲେ ରାମଚରଣ । ନିଜ ଆଗାମୀ ଫିଲ୍ମ ‘Game Changer’ ରେ ସେ କିଆରା ଆଡଭାନୀଙ୍କ ସହ ସ୍କ୍ରିନ୍‌ ଶେଆର କରିବେ। ଏହାବାଦ ସେ ଜାହ୍ନବୀ କପୁରଙ୍କ ସହ ବି ଏକ ଫିଲ୍ମ କରିବେ ବୋଲି ଜଣାଯାଇଛି।  

Ram Charan