Advertisment

ଅଭିନେତ୍ରୀ ରୁବିନା ଅସୁସ୍ଥ, ବିଗିଡ଼ିଗଲା ଚେହେରା

ତାଙ୍କ ଚେହେରା ବିଗିଡି ଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ଓଠ ଆଉ ମୁହଁ ଫୁଲି ଯାଇଛି।

Rubina Dilaik

Rubina Dilaik

Advertisment

ଟେଲିଭିଜନର 'ଛୋଟି ବହୂ' ଓରଫ ରୁବିନା ଦଲୈକ। ସେ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ତାଙ୍କ ଅଭିନୟ ଓ ସୁନ୍ଦରତା ସମସ୍ତଙ୍କୁ ମତୁଆଲା କରେ। ନିଜ ଲୁକ୍ସ ଆଉ ଷ୍ଟାଇଲ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏବେ ତାଙ୍କର ସେହି ସୁନ୍ଦର ଚେହେରା ବିଗିଡି ଯାଇଛି। ସେ ଅସୁସ୍ଥ ହୋଇପଡିଛନ୍ତି। ଏନେଇ ଖୋଦ୍‌ ସୋଶାଲ ମିଡିଆରେ ଫଟୋ ଶେଆର କରି ସେ ସୂଚନା ଦେଇଛନ୍ତି।

Advertisment

ଶନିବାର ରୁବିନା ନିଜ ଇନ୍‌ଷ୍ଟାଗ୍ରାମରେ ଦୁଇଟି ଫଟୋ ଶେଆର କରିଛନ୍ତି। ଏଥିରେ ତାଙ୍କ ଚେହେରା ବିଗିଡି ଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ଓଠ ଆଉ ମୁହଁ ଫୁଲି ଯାଇଛି। ତେବେ ଅସୁସ୍ଥତା କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି।

ଏହି ଫଟୋକୁ ଶେଆର କରି ରୁବିନା କ୍ୟାପସନରେ ଲେଖିଛନ୍ତି, ତାଙ୍କୁ ଜ୍ୱର, ଗଳାରେ ଯନ୍ତ୍ରଣା ଓ ଇନ୍‌ଫେକ୍ସନ ହୋଇଛି। ଏଥିଲାଗି ତାଙ୍କ ଓଠ ଫୁଲି ଯାଇଛି। ଏହି ଲୁକ୍ସରେ ସେ ବିନା ଫିଲ୍ଟରରେ ବତକ ଭଳି ଦେଖାଯାଉଥିବା କହିଛନ୍ତି। ସେ ତାଙ୍କର ଏହି ଲୁକ୍ସକୁ ନେଇ ନିରାଶ ଥିବା ସହ ନିଜକୁ ଦେଖି ହସ ଲାଗୁଥିବା ମଧ୍ୟ କହିଛନ୍ତି ରୁବିନା।

Advertisment

୨୦୦୮ରୁ ଛୋଟ ପରଦାରେ 'ଛୋଟି ବହୂ'ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ରୁବିନା ଆଜି ଟେଲିଭିଜନ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କର ଫ୍ୟାନ୍‌ ଫଲୋଇଂ ମଧ୍ୟ ଢ଼େର ଅଧିକା। ରୁବିନାଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ଫ୍ୟାନ୍‌ମାନେ ଏବେ ଚିନ୍ତିତ ହୋଇପଡିଛନ୍ତି। ଏଥିସହ ସେ ଖୁବଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି।

Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe