Advertisment

ପୁଣି ବିବାହ କଲେ ସଚିନ, ୪୨ ବର୍ଷରେ ସାଜିଲେ ବର

ଏହା ପୂର୍ବରୁ ସଚିନ ୨୦୦୯ରେ ଟେଲିଭିଜନ ଅଭିନେତ୍ରୀ ଜୁହି ପରମାରଙ୍କୁ ବିବାହ କରିଥିଲେ।

Sachin shroff got married

Sachin shroff got married

Advertisment

ପୁଣି ବର ସାଜିଲେ ଲୋକପ୍ରିୟ ଟେଲିଭିଜନ ଶୋ’ ତାରକ ମେହତା କା ଉଲ୍ଟା ଚସମା ଫେମ୍ ସଚିନ ଶ୍ରଫ। ସେ ୪୨ ବର୍ଷ ବୟସରେ କରିଛନ୍ତି ଦ୍ୱିତୀୟ ବିବାହ। ସେ ଇଭେଣ୍ଟ ପ୍ଲାନର ତଥା ଇଣ୍ଟେରିୟର୍ ଡିଜାଇନର୍ ଚାନ୍ଦନୀ କୋଥିଙ୍କ ସହ ନେଇଛନ୍ତି ସାତ ଫେରା। 

Advertisment

ଚାନ୍ଦନୀ ଓ ସଚିନ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। ଏବେ ଉଭୟ ଶେଷରେ ସାତ ଜନ୍ମର ସାଥୀ ପାଲଟିଛନ୍ତି। ଏହି ସେଲେବ୍ରିଟି କପଲଙ୍କ ବିବାହ ବେଳର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ସଚିନ ନିଜ ବିବାହ ଦିନ ଅରେଞ୍ଜ ରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ଚାନ୍ଦନୀ ନୀଳ ରଙ୍ଗର ହେଭି ଲେହେଙ୍ଗା ସହ ସଚିନଙ୍କୁ ମ୍ୟାଚ୍ କରି ଅରେଞ୍ଜ ରଙ୍ଗର ଦୁପଟ୍ଟା ପିନ୍ଧିଥିଲେ। ଉଭୟଙ୍କ ଏହି ଗ୍ରାଣ୍ଡ ୱେଡିଂରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ ସେଲେବ୍ରିଟି ସାମିଲ ହୋଇଥିଲେ। ଏଥିସହ ତାରକ ମେହେତା କା ଉଲ୍ଟା ଚଷମା ଶୋ’ର ସମସ୍ତ କଳାକାର ମଧ୍ୟ ଯୋଗ ଦେଇଥିଲେ। 

Advertisment

ଏହାପୂର୍ବରୁ ସଚିନ ୨୦୦୯ରେ ଟେଲିଭିଜନ ଅଭିନେତ୍ରୀ ଜୁହି ପରମାରଙ୍କୁ ବିବାହ କରିଥିଲେ। ତେବେ ବିବାହର ୯ ବର୍ଷ ପରେ ତଥା ୨୦୧୮ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଫଳରେ ଦୁହେଁ ଅଲଗା ହୋଇଯାଇଥିଲେ। ସଚିନ ଓ ଜୁହିଙ୍କ ଗୋଟିଏ ଝିଅ ଅଛି। 

ସଚିନ ଅନେକ ଟେଲିଭିଜନ ସିରିଏଲ୍‌ରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି। ସେ ହର ଘର କୁଛ କେହେତା ହୈ, ନାଗୀନ, ସିନ୍ଦୁର ତେରେ ନାମ କା, ସାତ ଫେରେ: ସଲୋନି କା ସଫର, ନାମ ଗୁମ ଜାଏଗା, ଶଗୁନ, ଗୁମ ହୈ କିସି କେ ପ୍ୟାର୍ ମେଁ ଭଳି ଅନେକ ସିରିଏଲ୍‌ରେ ତାଙ୍କ ଅଭିନୟର ଜାଦୁ ଦେଖିବାକୁ ମିଳିଛି। 

Entertainment Hindi Television
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe