Advertisment

ବିବାହ କରିନାହାଁନ୍ତି ସାଇ ପଲ୍ଲବି, ଭାଇରାଲ୍ ହେଉଥିବା ଫଟୋ...

ସାଇ ପଲ୍ଲବିଙ୍କ ବିବାହ ଫଟୋ ବର୍ତ୍ତମାନ ମୋବାଇଲରୁ ମୋବାଇଲ୍ ଘୂରି ବୁଲିଛି। ସେ ବିବାହ କରିଥିବା ବ୍ୟକ୍ତି ଏବଂ ତାଙ୍କ ବିବାହକୁ ନେଇ ବେଶ୍ ଆଲୋଚନା ହେଉଛି। ତେବେ ବାସ୍ତବରେ ସେ ବିବାହ କରିଛନ୍ତି କି ନାହିଁ, ଜାଣନ୍ତୁ ଏହି ରିପୋର୍ଟରୁ...

author-image
Debibandita Barick
ଅଦ୍ୟତନ ହୋଇଛି
 Sai Pallavi Viral Marriage Image

Sai Pallavi Viral Marriage Image

ସାଉଥ୍ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ଦକ୍ଷ ଅଭିନେତ୍ରୀ ସାଇ ପଲ୍ଲବି। ତାଙ୍କ ନ୍ୟାଚୁରାଲ୍ ବିଉଟି, ନୃତ୍ୟ ଶୈଳୀ ଏବଂ ବହୁମୁଖୀ ଅଭିନୟ ଦକ୍ଷତା କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ସାଇ ପଲ୍ଲବି ଏଥିପାଇଁ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ନିକଟ ଅତୀତରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇଛି। ହେଲେ ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଜୋର୍ ଧରିଛି।

Advertisment

ସାଇ ପଲ୍ଲବିଙ୍କ ବିବାହ ଫଟୋ ବର୍ତ୍ତମାନ ମୋବାଇଲରୁ ମୋବାଇଲ୍ ଘୂରି ବୁଲିଛି। ସେ ବିବାହ କରିଥିବା ବ୍ୟକ୍ତି ଏବଂ ତାଙ୍କ ବିବାହକୁ ନେଇ ବେଶ୍ ଆଲୋଚନା ହେଉଛି। ତେବେ ବାସ୍ତବରେ ସେ ବିବାହ କରିଛନ୍ତି କି ନାହିଁ, ଜାଣନ୍ତୁ ଏହି ରିପୋର୍ଟରୁ...

ପାରମ୍ପାରିକ ବିବାହ ପୋଷାକରେ ସୁସଜ୍ଜିତ ସାଇ ପଲ୍ଲବିଙ୍କର ଏକ ଫଟୋ ଶୋସାଲ ମିଡିଆରେ ଭାଇରାଲ୍ ହେଉଛି। ଫଟୋ ଅନୁସାରେ ସେ ରାଜକୁମାର ପେରିସାମିଙ୍କୁ ବିବାହ କରିଥିବା ଅନୁମାନ କରାଯାଉଛି। କାରଣ ଫଟୋରେ ଉଭୟ ବେକରେ ଫୁଲ ମାଳ ପକାଇଥିବା ଦେଖିବାକୁ ମିଳୁଛି। କିନ୍ତୁ ବାସ୍ତବରେ ଏହି ଫଟୋ ତାଙ୍କ ଆଗାମୀ SK21 ଫିଲ୍ମ ଲଞ୍ଚ ଇଭେଣ୍ଟ ସମୟର।

Advertisment

ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜକୁମାର ପେରିସାମି ଏହି ଫଟୋ ସେୟାର କରି ସ୍ପଷ୍ଟୋକ୍ତି ଦେଇଛନ୍ତି। ଏହା ସିନେମା ଲଞ୍ଚିଂ ସମୟର ବୋଲି ସେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହା ପ୍ରକୃତରେ ବିବାହ ଫଟୋଗ୍ରାଫ ନୁହେଁ ବରଂ ଫିଲ୍ମ ଶୁଭ ମହୁରତ ସମୟର। 

ପ୍ରକାଶ ଥାଉ କି, ସାଇ ପଲ୍ଲବିଙ୍କ ସାଦା-ସିଧା ଷ୍ଟାଇଲକୁ ଫ୍ୟାନମାନେ ଯେପରି ପସନ୍ଦ କରନ୍ତି, ସେହିପରି ଭାଇରାଲ୍ ଏହି ବିବାହ ଫଟୋକୁ ମଧ୍ୟ ବିଶ୍ୱାସ କରି ସାଇଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏକ ସରଳ ଝିଅ ଏହିପରି ସରଳ ଜୀବନଶୈଳୀ ବାଛିପାରନ୍ତି ବୋଲି ଫ୍ୟାନ୍ କମେଣ୍ଟ କରିଥିଲେ। 

Sai Pallavi Husband Sai Pallavi Rumored Husband Sai Pallavi Wedding Photo Sai Pallavi Marriage