Advertisment

ରିବେଲ ଷ୍ଟାର୍ ପ୍ରଭାସଙ୍କ 'ସାଲାର' ରିଲିଜ୍, ଶାହରୁଖଙ୍କ 'ଡଙ୍କି'କୁ ଦେବ ଟକ୍କର

ରିବେଲ୍ ଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତୀକ୍ଷା ସିନେମା 'ସାଲାର: ପାର୍ଟ 1-ସିଜଫାୟାର୍' ରିଲିଜ୍।

ଅଦ୍ୟତନ ହୋଇଛି
Salar Poster

Salar Poster

Advertisment

ପରଦାକୁ ଆସିଲା ରିବେଲ୍ ଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତୀକ୍ଷା ସିନେମା 'ସାଲାର: ପାର୍ଟ 1-ସିଜଫାୟାର୍'। ବିଭିନ୍ନ ଭାଷାରେ ଆଜି ସିନେମାଟି ରିଲିଜ୍ ହୋଇଛି। ଦମଦାର୍ ଆକ୍ସନ ସହ ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ପ୍ରଭାସ। ଟ୍ରେଲରକୁ ଯେଉଁପରି ଦର୍ଶକକଙ୍କ ରେସ୍ପନ୍ସ ମିଳିଥିଲା ଏବଂ ଆଗୁଆ ବୁକିଂ ହୋଇଥିଲା ଫିଲ୍ମ ବ୍ଲକ୍ ଅଫିସରେ ଧୁମ୍ ମଚାଇବ ବୋଲି ଅନୁମାନ କରାଯାଇଥିଲା।

Advertisment

ଏହି ଅନୁମାନ ମଧ୍ୟ ସତ ହୋଇଛି। ଫାଷ୍ଟ ଡେ' ଫାଷ୍ଟ ଶୋ'ରେ ଅନେକ ସୋଶାଲ ମିଡିଆ ୟୁଜର୍ ଫିଲ୍ମକୁ 'ସୁପର ଡୁପର ହିଟ୍' ବୋଲି କହି ସାରିଛନ୍ତି। ରିଲିଜ୍ ପୂର୍ବରୁ ସିନେମା ହଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦର୍ଶକମାନେ ବାଣ ଫୁଟାଇ ନାଚିଥିଲେ। ଗତକାଲି ରିଲିଜ୍ ହୋଇଥିବା ଶାହରୁଖ ଖାନଙ୍କ 'ଡଙ୍କି' ସହ ପ୍ରଭାସଙ୍କ 'ସାଲାର'ର ଏକ ଜବରଦସ୍ତ ଫାଇଟ୍ ହେବ ବୋଲି ଅନୁମାନ କରାଯାଉଛି।

'ଡଙ୍କି'କୁ ମଧ୍ୟ ଫ୍ୟାନ୍ସଙ୍କ ଖୁବ୍ ଭଲ ରେସ୍ପନ୍ସ ମିଳିଛି। ତେବେ ଏହି ଦୁଇ ସିନେମା ମଧ୍ୟରୁ କେଉଁଟା ବ୍ଲକ୍ ଅଫିସ୍ ରେକର୍ଡ ଭାଙ୍ଗୁଛି ତା' ଉପରେ ସମସ୍ତଙ୍କ ନଜର।

Advertisment

'ସାଲାର'ର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ। ସିନେମାରେ ପୃଥ୍ୱୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। 'ସାଲାର' ଏକ କାଳ୍ପନିକ ସାମ୍ରାଜ୍ୟ ଖାନସର ଉପରେ ଆଧାରିତ। ଏହି ସାମ୍ରାଜ୍ୟର ଆଧିପତ୍ୟକୁ ନେଇ ସିନେମାର କାହାଣୀ ଆଗେଇଛି। ତେଲୁଗୁ, ତାମିଲ, ମାଲୟାଲମ, କନ୍ନଡ ଏବଂ ହିନ୍ଦି ଭାଷାରେ ରିଲିଜ୍ ହୋଇଛି 'ସାଲାର'। 

Prabhas Dunki Salaar Release Prabhas New Film New Action Movie
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe