Advertisment

ବିଲ୍ଡିଂରେ ଅଗ୍ନିକାଣ୍ଡ, ଫସିଲେ ଶାହରି ଶେଖଙ୍କ ପତ୍ନୀ ଓ ଝିଅ

ରାତି ପ୍ରାୟ ସାଢ଼େ ୧ଟା ବେଳେ ସେ ରହୁଥିବା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗି ପୂରା ବିଲ୍ଡିଂ ସାରା କଳାଧୂଆଁ ବ୍ୟାପି ଯାଇଥିଲା।

shaheer sheikh and wife ruchikaa

shaheer sheikh and wife ruchikaa

Advertisment

ଦୁର୍ଘଟଣାର ଶିକାର ହେଲେ ଟେଲିଭିଜନ ଅଭିନେତା ଶାହରି ଶେଖଙ୍କ ପତ୍ନୀ ଓ ଝିଅ। ଗତକାଲି ଶାହିର ଶେଖ ରହୁଥିବା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ତେବେ ବିଲ୍ଡିଂରେ ନିଆଁ ଲାଗିବା ପରେ ଶାହିରଙ୍କ ପତ୍ନୀ ରୁଚିକା ଓ ତାଙ୍କ ଦେଢ଼ ବର୍ଷ ଝିଅ ଫସିଯାଇଥିବା ସୂଚନା ମିଳିଛି। ଏନେଇ ଅଭିନେତାଙ୍କ ପତ୍ନୀ ରୁଚିକା ନିଜେ ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

Advertisment

ରୁଚିକାଙ୍କ କହିବା ମୁତାବକ, ରାତି ପ୍ରାୟ ସାଢ଼େ ୧ଟା ବେଳେ ସେ ରହୁଥିବା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗି ପୂରା ବିଲ୍ଡିଂ ସାରା କଳାଧୂଆଁ ବ୍ୟାପି ଯାଇଥିଲା। ସେ ସେଠାରୁ ଖସି ମଧ୍ୟ ପାରିନଥିଲେ। ଏହା ଦେଖି ସେ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିଲେ। ତାଙ୍କ ସହ ତାଙ୍କ ଦେଢ଼ ବର୍ଷର ଝିଅ ଓ ବାପା ମଧ୍ୟ ଥିଲେ। ପରେ ନିଜ ସ୍ୱାମୀ ତଥା ଅଭିନେତା ଶାହିର ଶେଖଙ୍କୁ ଫୋନ୍ କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ ଆଶି ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ରୁଚିକା କହିଛନ୍ତି। ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ସେ କହିଛନ୍ତି।

ତେବେ କେଉଁ କାରଣ ଯୋଗୁଁ ବିଲ୍ଡିଂରେ ନିଆଁ ଲାଗିଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣାର ପୁଲିସ ତଦନ୍ତ ଜାରି ରଖିବା ସହ ବିଲ୍ଡିଂ ଭିତରୁ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସୂଚନା ଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe