Advertisment

ଆଉ ନାହାନ୍ତି ପ୍ରଖ୍ୟାତ ଅଭିନେତା ଚନ୍ଦ୍ର ମୋହନ

ବୟସ ଜନିତ ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେବ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ୍‌ ତାଙ୍କର ହୃଦଘାତ ହେବାରୁ ସେ ହସ୍ପିଟାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Chandra Mohan

Chandra Mohan

Advertisment

ଲୋକପ୍ରିୟ ତଥା ପ୍ରଖ୍ୟାତ ତେଲୁଗୁ ଅଭିନେତା ଚନ୍ଦ୍ର ମୋହନ ଆଉ ନାହାନ୍ତି। ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

Advertisment

ବୟସ ଜନିତ ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେବ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ୍‌ ତାଙ୍କର ହୃଦଘାତ ହେବାରୁ ସେ ହସ୍ପିଟାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଚନ୍ଦ୍ର ମୋହନ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ।

ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ୮୨ ବର୍ଷୀୟ ଚନ୍ଦ୍ର ମୋହନ ଆଜି ସକାଳ ୯.୫୭ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ବୟସ ଜନିତ ଅସୁସ୍ଥତା କାରଣରୁ ଏଠାରେ ଭର୍ତ୍ତି ହୋଇଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିବା ବେଳେ ଆଜି ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

Advertisment

୯୩୨ଟି ଫିଲ୍ମରେ ଅଭିନୟ କରିଥିବା ଚନ୍ଦ୍ର ମୋହନ ଅନେକ ଲୋକପ୍ରିୟତା ସାଉଁଟି ଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଅନ୍ତିମ ସଂସ୍କାର କରାଯିବ। ଦୁଇ ଦିନ ଧରି ସାଧାରଣ ଲୋକ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିବେ। ଏଥିପାଇଁ ତାଙ୍କ ବାସଭବନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଚନ୍ଦ୍ର ମୋହନଙ୍କ ପ୍ରକୃତ ନାଁ ହେଉଛି ମଲ୍ଲାମପାଲ୍ଲୀ ଚନ୍ଦ୍ରଶେଖର ରାଓ। ସେ ୧୯୪୩ ମସିହା ମେ’ ୨୩ ତାରିଖରେ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ରିଜନ ଅନ୍ତର୍ଗତ ପାମିଡିମୁକ୍କାଲା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୬ରେ ରାଙ୍ଗୁଲା ରତନାମ ସିନେମା ସହ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ।

ଚନ୍ଦ୍ର ମୋହନ ୯୩୨ଟି ଫିଲ୍ମରେ ନଜର ଆସିଥିବା ବେଳେ ୧୫୦ଟି ସିନେମାରେ ତାଙ୍କୁ ଲିଡ୍‌ ରୋଲ ମିଳିଥିଲା। ସେ ୨ଥର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ନନ୍ଦୀ ସମ୍ମାନ ଓ ଗୋଟିଏ ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଥିଲେ।

ଚନ୍ଦ୍ର ମୋହନଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଭେଟରାନ ନିର୍ଦ୍ଦେଶକ ତଥା ଦାଦା ସାହାବ ଫାଲକେ ଆୱାର୍ଡ ବିଜେ କେ ବିଶ୍ୱନାଥ। ଚଳିତ ବର୍ଷ ଫେବୃଆରୀ ମାସରେ ବିଶ୍ୱନାଥଙ୍କ ଦେହାନ୍ତ ହୋଇଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ଦିବଙ୍ଗତ ଏସ୍‌ପି ବାଲାସୁବ୍ରମନିୟମଙ୍କ ସହ ମଧ୍ୟ ଚନ୍ଦ୍ର ମୋହନଙ୍କ ଘନିଷ୍ଠତା ରହିଥିଲା।

ଆଜି ଚନ୍ଦ୍ର ମୋହନଙ୍କ ବିୟୋଗରେ ମେଗାଷ୍ଟାର ଚିରଞ୍ଜୀବିଙ୍କ ଠାରୁ ଆରମ୍ଭ କରି ଜୁନିୟର ଏନଟିଆର ଏବଂ ଅନେକ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Entertainment Tollywood Chandra Mohan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe