Advertisment

ବିଷ ପିଇ ଜୀବନ ହାରିଦେଲେ ତେଲୁଗୁ ଅଭିନେତା

ତାଙ୍କର ଏପରି ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Actor

Actor

Advertisment

ସାଉଥ ଇଣ୍ଡଷ୍ଟ୍ରୀକୁ ଲାଗିଛି ଶକ୍ତ ଧକ୍କା। ୧୩ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ତେଲୁଗୁ ଫିଲ୍ମ ଇଣ୍ଟଷ୍ଟ୍ରୀର ୟଙ୍ଗ ଆକ୍ଟର ସୁଧୀର ବର୍ମା ।  ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା। 

Advertisment

ଗତ ୧୦ ତାରିଖରେ ସୁଧୀର ବିଷ ପିଇ ଦେଇଥିଲେ ଓ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ଯାଇଥିଲେ। ବିଷ ପିଇଥିବା କଥା ସେ ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ। ସୁଧୀରଙ୍କୁ ତାଙ୍କ ବନ୍ଧୁ ତୁରନ୍ତ ଓସମାନିଆ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। 

ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ଗତ ୨୧ ତାରିଖରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ସେ ଆଖି ବୁଜି ଦେଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ସୁଧୀରଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

Advertisment

‘କୁଣ୍ଡନାପୁ ବୋମ୍ମା’ ଫିଲ୍ମରେ ସୁଧୀରଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା । ଏହାବାଦ ସେ ‘ସୁଟ୍‌ ଆଉଟ୍‌ ଇନ୍‌ ଓଲେର’ ୱେବ ସିରିଜିରେ ବି ଖୁବ୍‌ ଭଲ ଅଭିନୟ କରିଥିଲେ। ସୁଧୀର ଜଣେ ୟଙ୍ଗ ଆକ୍ଟର ହୋଇଥିବା ବେଳେ ଖୁବ୍‌ କମ୍‌ ଦିନରେ ଲୋକପ୍ରିୟ ହୋଇ ପାରିଥିଲେ। ହେଲେ ଅଚାନକ କାହିଁକି ସେ ଏପରି ନିଷ୍ପତ୍ତି ନେଲେ ତାହାର ତଦନ୍ତ କରୁଛି ପୁଲିସ୍‌।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe