Advertisment

ଟ୍ରାଫିକ୍‌ ପୁଲିସଙ୍କ ଡ୍ରେସ୍‌ ଫାଡିଲେ ଅଭିନେତ୍ରୀ

ଟ୍ରାଫିକ୍‌ ପୁଲିସଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡାଇ ନେଇଛନ୍ତି ଅଭିନେତ୍ରୀ।

Sowmya Janu

Sowmya Janu

Advertisment

ବିଚ୍ ରାସ୍ତାରେ ଅଭିନେତ୍ରୀଙ୍କ ହଙ୍ଗାମା। ଗାଡି ଅଟକାଇ ଟ୍ରାଫିକ୍‌ ପୁଲିସଙ୍କୁ ଗଲେ ଗାଳି ଗୁଲଜ। ତାଙ୍କ ଡ୍ରେସ୍‌ ଫାଡିବା ସହ ମୋବାଇଲ୍‌ ଫୋନ୍‌ ଛଡାଇ ନେଲେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ହାଇଦ୍ରାବାଦରୁ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment
soumya januଘଟଣା ବେଳର ଦୃଶ୍ୟ

ଜଣାଶୁଣା ତେଲୁଗୁ ଅଭିନେତ୍ରୀ ସୌମ୍ୟା ଜାନୁ। ରାସ୍ତା ଉପରେ କରିଛନ୍ତି ଜୋରଦାର ହଙ୍ଗାମା। ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସଙ୍କ ସହ ସେ କରିଛନ୍ତି ଦୁର୍ବ୍ୟବହାର। ଶୁକ୍ରବାର ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଭୁଲ୍‌ ପାର୍ଶ୍ୱରେ ନିଜ ଜାଗୁଆର ଗାଡି ନେଇ ପସିଥିଲେ ଅଭିନେତ୍ରୀ ସୌମ୍ୟା। ଏହା ଦେଖି ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟାଇଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲେ ଅଭିନେତ୍ରୀ।

ପୁଲିସ ଉପରେ ସେ ବର୍ଷିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଭିଡ ଜମିଥିଲା। କେବଳ ସେତିକି ନୁହେଁ ଟ୍ରାଫିକ୍‌ ପୁଲିସ ଅଫିସରଙ୍କ ସେ ଡ୍ରେସ୍‌ ଫାଡିବା ସହ ତାଙ୍କ ଫୋନ୍‌ ଛଡାଇ ଫେରାର ହୋଇଯାଇଥିଲେ। ଏହି ପୂରା ଘଟଣାର ଦୃଶ୍ୟକୁ ସେଠାରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରି ସୋଶାଲ ମିଡିଆ ସେୟାର କରିଥିଲେ। ଫେବ୍ରୁଆରୀ ୨୪ ତାରିଖ ଦିନ ଏହି ଘଟଣା ଘଟିଥିଲା।

Advertisment

ଅଭିନେତ୍ରୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ଲୋକେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସମେଲୋନା କରିଛନ୍ତି। ସୌମ୍ୟା ଜାନୁଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି। ସେପଟେ ଅଭିନେତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଥିବା ବେଳେ ସେ ଫେରାର ଥିବା ପୁଲିସ କହିଛି। ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Viral Video Abuses Traffic Police Sowmya Janu Telugu Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe