Advertisment

ସହ ଅଭିନେତ୍ରୀଙ୍କ ମୃତ୍ୟୁର କିଛି ଦିନ ପରେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତଙ୍କ ଆତ୍ମହତ୍ୟା

ନିକଟରେ ଚନ୍ଦ୍ରକାନ୍ତଙ୍କ କୋ-ଆକ୍ଟର ପବିତ୍ରା ଜୟରାମଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

author-image
Debibandita Barick
Chandrakanth & Pavithra's File Photo

Chandrakanth & Pavithra's File Photo

ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ। ଚନ୍ଦୁ ନାମରେ ପରିଚିତ ଏହି ଅଭିନେତା ଆତ୍ମହତ୍ୟା କରିଛନ୍ତି। ଅଳକାପୁର ବାସଭବନରୁ ମୃତଦେହ ଉଦ୍ଧାର କରିଛି ପୁଲିସ। 

Advertisment

କୋ-ଆକ୍ଟର(ସହ କଳାକାର) ପବିତ୍ରା ଜୟରାମଙ୍କ ମୃତ୍ୟୁ ପରେ ଚନ୍ଦୁଙ୍କ ଆତ୍ମହତ୍ୟା ସମଗ୍ର ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କିଛି ଦିନ ତଳେ ସଡ଼କ ଦୁର୍ଘଟଣାରେ ପବିତ୍ରା ଜୟରାମଙ୍କର ମୃତ୍ୟୁ ଘଟିଥିଲା।

ପବିତ୍ରାଙ୍କ ମୃତ୍ୟୁକୁ ନେଇ ଚନ୍ଦୁ ଖୁବ୍ ଡିପ୍ରେସନରେ ରହୁଥିବା କୁହାଯାଉଛି। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଚନ୍ଦୁ ଏବଂ ପବିତ୍ରା ରିଲେସନସିପରେ ଥିବା କୁହାଯାଉଛି। ଉଭୟ ତ୍ରିନୟନୀ ସିରିଏଲରେ ଅଭିନୟ କରୁଥିଲେ।

Advertisment

ଚନ୍ଦୁଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଶେଷ ପୋଷ୍ଟ ପବିତ୍ରାଙ୍କୁ ଉଲ୍ଲେଖରେ କରାଯାଇଛି। ପବିତ୍ରାଙ୍କ ଅଚାନକ ମୃତ୍ୟୁ ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିବା ପୋଷ୍ଟରୁ ସ୍ପଷ୍ଟ ଭାବେ ଜାଣାପଡୁଛି। ଏହି ଦୁଇ କଳାକାରଙ୍କ ଅକାଳ ବିୟୋଗରେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

Suicide Actor Suicide News