Advertisment

ରାଜନୀତି କରିବେ ସୁପରଷ୍ଟାର ଥଲପତି ବିଜୟ, ଗଢ଼ିବେ ନିଜସ୍ୱ ଦଳ

ପଞ୍ଜୀକରଣ ପୂର୍ବରୁ ବିଜୟଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ବସିଥିଲା। ଏଥିରେ ପାର୍ଟିର ୨୦୦ ଜଣ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ଦଳର ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ଚୟନ କରାଯାଇଛି।

ଅଦ୍ୟତନ ହୋଇଛି
 thalapathy vijay

thalapathy vijay

Advertisment

ଲୋକପ୍ରିୟ ଅଭିନେତା ତଥା ସୁପରଷ୍ଟାର ଥଲପତି ବିଜୟ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ରାଜନୀତିରେ ପ୍ରବେଶ କରିବେ ବିଜୟ। ସେ ଖୁବଶୀଘ୍ର ତାମିଲନାଡୁରେ ନିଜସ୍ୱ ରାଜନୀତିକ ଦଳ ମଧ୍ୟ ଲଞ୍ଚ କରିବେ।

Advertisment

ବିଜୟଙ୍କୁ ଦଳର ସଭାପତି ଭାବେ ମଧ୍ୟ ଚୟନ କରାଯାଇ ସାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଜୟଙ୍କ ରାଜନୀତିକ ଦଳରେ ଥିବା ଜଣେ ସଦସ୍ୟ କହିଛନ୍ତି, “ଆମେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ଖୁବବୀଘ୍ର ବିଜୟ ନିଜର ରାଜନୀତିକ ଦଳକୁ ସାର୍ବଜନୀନ କରିବେ।”

ମିଳିଥିବା ସୂଚନା ଅନୁସାରେ, ପଞ୍ଜୀକରଣ ପୂର୍ବରୁ ବିଜୟଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ବସିଥିଲା। ଏଥିରେ ପାର୍ଟିର ୨୦୦ ଜଣ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ଦଳର ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ଚୟନ କରାଯାଇଛି।

Advertisment

ସେହିପରି ଗୋଟିଏ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ମଧ୍ୟ ଗଠନ ହୋଇଛି। ବିଜୟ ନିଜ ଦଳର ନାଁ ବାଛିବେ ଓ ଦଳର ପଞ୍ଜୀକରଣ କରାଇବେ। ଏହାପରେ ବିଜୟଙ୍କ ଦଳ ରାଜନୀତିକ ମୈଦାନକୁ ଓହ୍ଲାଇବ ବୋଲି ବୈଠକରେ ଥିବା ସବୁ ସଦସ୍ୟ ମତ ରଖିଛନ୍ତି।

କିନ୍ତୁ ବିଜୟଙ୍କ ଦଳ କେବେ ରାଜନୀତିରେ ଏଣ୍ଟ୍ରୀ କରିବ, ସେକଥା ଜଣାପଡ଼ିନି। କୁହାଯାଉଛି ଯେ ୨୦୨୬ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୟ ଆଣ୍ଡ କୋ ରାଜନୀତିରେ ପ୍ରବେଶ କରିବେ। ଦଳର ନାଁ ଫାଇନାଲ ହୋଇନି। ହେଲେ ନାଁରେ କାଝାଗମ ରହିବ। କାରଣ ତାମିଲନାଡୁର ଏହା ପରମ୍ପରା।

ତାମିଲ ସିନେମା ଇଣ୍ଡଷ୍ଟ୍ରୀରେ ଦ୍ୱିତୀୟ ରଜନୀକାନ୍ତ ଭାବେ ବିଜୟ ପରିଚିତ। ସେ ୬୮ରୁ ଅଧିକ ସିନେମାରେ ଅଭିନୟ କରି ସାରିଛନ୍ତି। ଦୀର୍ଘ ଗୋଟିଏ ଦଶନ୍ଧି ହେଲା ବିଜୟ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ଲାଗି ରହିଥିଲେ। ଏହି ସମୟସୀମା ମଧ୍ୟରେ ସେ ବିଭିନ୍ନ ଫ୍ୟାନ କ୍ଲବ ଓ ସାମାଜିକ ଅନୁଷ୍ଠାନ ଗଠନ କରି ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ଏବେ ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Tamilnadu Tamilnadu Assembly Election Thalapathy Vijay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe