Advertisment

ପୁଣିଥରେ ପରଦାକୁ ଫେରୁଛି ‘ଟମ୍ ଏବଂ ଜେରୀ’

ନୂଆଦିଲ୍ଲୀ: ୯୦ ଦଶକର ଲୋକପ୍ରିୟ କାର୍ଟୁନ୍ ‘ଟମ୍ ଆଣ୍ଡ ଜେରୀ’। ବିନା ଡାଇଲଗ୍‌ରେ କେବଳ ମଜାଳିଆ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଏବଂ ଆନିମେସନ୍ ଆଧାରରେ ଦର୍ଶକଙ୍କ ମନ ଜିତିଥିଲା ଏହି ଶୋ’। ବହୁ ବର୍ଷ ଧରି ଏହି କାର୍ଟୁନ ଶୋ’ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲା। ବହୁ ବର୍ଷ ପରେ ପୁଣିଥରେ ପରଦାକୁ ଫେରୁଛି ‘ଟମ୍ ଏବଂ ଜେରୀ’। ସେ ପୁଣି ଏକ ନୂଆ ଟ୍ୱିଷ୍ଟ ସହ। ବର୍ତ୍ତମାନ ‘ଟମ୍ ଆଣ୍ଡ ଜେରୀ’ ଟିଭି ପରଦା ଛାଡ଼ି ବଡ଼ […]

author-image
Chinmayee Roy
ପୁଣିଥରେ ପରଦାକୁ ଫେରୁଛି ‘ଟମ୍ ଏବଂ ଜେରୀ’

tom-&-jerry

ନୂଆଦିଲ୍ଲୀ: ୯୦ ଦଶକର ଲୋକପ୍ରିୟ କାର୍ଟୁନ୍ ‘ଟମ୍ ଆଣ୍ଡ ଜେରୀ’। ବିନା ଡାଇଲଗ୍‌ରେ କେବଳ ମଜାଳିଆ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଏବଂ ଆନିମେସନ୍ ଆଧାରରେ ଦର୍ଶକଙ୍କ ମନ ଜିତିଥିଲା ଏହି ଶୋ’। ବହୁ ବର୍ଷ ଧରି ଏହି କାର୍ଟୁନ ଶୋ’ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲା। ବହୁ ବର୍ଷ ପରେ ପୁଣିଥରେ ପରଦାକୁ ଫେରୁଛି ‘ଟମ୍ ଏବଂ ଜେରୀ’। ସେ ପୁଣି ଏକ ନୂଆ ଟ୍ୱିଷ୍ଟ ସହ।

Advertisment

ବର୍ତ୍ତମାନ ‘ଟମ୍ ଆଣ୍ଡ ଜେରୀ’ ଟିଭି ପରଦା ଛାଡ଼ି ବଡ଼ ପରଦାକୁ ଆସୁଛି। ଏହି ପ୍ରସିଦ୍ଧ କାର୍ଟୁନ୍ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଇଛି। ‌ଏହାର ଟ୍ରେଲର ମଧ୍ୟ ରିଲିଜ୍ ହୋଇଯାଇଛି, ଯାହାକି ସୋଶାଲ୍ ମିଡିଆରେ ଭାଇରାଲ ହୋଉଛି। ଟ୍ରେଲରରେ ‘ଟମ୍ ଆଣ୍ଡ ଜେରୀ’ ବର୍ତ୍ତମାନ ବାସ୍ତବ ଦୁନିଆରେ ସ୍ଥାନ ପାଇଛନ୍ତି। ମଣିଷ ମଧ୍ୟରେ ‘ଟମ୍ ଆଣ୍ଡ ଜେରୀ’ ନିଜକୁ କିପରି ଆଡଜଷ୍ଟ କରୁଛନ୍ତି, ଉଭୟ କିପରି ମଜା କରୁଛନ୍ତି ତାହା ହିଁ ରହିଛି ବିଷୟବସ୍ତୁ। ପୁରା ଫିଲ୍ମ ନ୍ୟୁୟର୍କର ଏକ ହୋଟେଲରେ ଶୁଟିଂ କରାଯାଇଛି।

https://twitter.com/TomAndJerry/status/1328744719447437312?s=20

ଫିଲ୍ମର କାହାଣୀଟ ବିଷୟରେ କହିଲେ, ଏଥିରେ ଏକ ରାଜକୀୟ ବାହାଘର ହେଉଛି, ଯେଉଁଥିରେ ‘ଟମ୍ ଆଣ୍ଡ ଜେରୀ’ ପହଞ୍ଚିଛନ୍ତି। ଏବଂ ସେଠି ଏତେ ଲୋକଙ୍କ ଗହଳି ଭିତରେ କିପରି ଦୁହେଁ  ମଜାମସ୍ତି କରୁଛନ୍ତି ଓ ନିଜକୁ ଆଡଜଷ୍ଟ କରୁଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ।

Advertisment

ଏହି ଫିଲ୍ମରେ କ୍ଲୋଇ ଗ୍ରେସ୍ ମୋରେଟ୍, ମାଇକେଲ୍ ପେନା, ରବ ଡେଲାନି, କୋଲିନ୍ ଜୋଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମଟି ଯେହେତୁ ବାସ୍ତବ ଦୁନିଆ ଉପରେ ହୋଇଛି, ତେଣୁ ଏଥିରେ ‘ଟମ ଆଣ୍ଡ ଜେରୀ’ଙ୍କ ମସ୍ତି ବି ଏକ ଭିନ୍ନ ସ୍ତରରେ ହେବାକୁ ଯାଉଛି। ସୋଶାଲ୍‌ ମିଡିଆରେ ଏହି ଟ୍ରେଲର ଟ୍ରେଣ୍ଡ କରୁଛି।