Advertisment

ରାଗିଗଲେ ଟମ୍‌ କ୍ରୁସ, କହିଲେ-ଚାକିରିରୁ ବିଦା କରିଦେବି

ଇଂଲଣ୍ଡ: ରାଗିଗଲେ ହଲିଉଡର ପ୍ରସିଦ୍ଧ ଅଭିନେତା ଟମ୍‌ କ୍ରୁସ। କ୍ରୁ ମେମ୍ବରଙ୍କ ଉପରେ ରାଗିଯାଇ ଦେଲେ ଧମକ । କହିଲେ ଚାକିରିରୁ ବିଦା କରିଦେବି । ତାଙ୍କର ଏହି ଏଙ୍ଗ୍ରି ଲୁକର ଅଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ କରୋନା ଯୋଗୁଁ ଦୀର୍ଘ ୭ ମାସ ବନ୍ଦ ରହିବା ପରେ ଫିଲ୍ମ ଶୁଟିଂ ଆରମ୍ଭ ହୋଇଛି। ଇଂଲଣ୍ଡରେ ଟମ୍‌ କ୍ରୁସ ତାଙ୍କ ଅପକମିଂ ହଲିଉଡ ଫିଲ୍ମ ‘ମିସନ ଇମ୍ପସିବୁଲ-୭’ର ଶୁଟିଂ କରୁଛନ୍ତି।  ଶୁଟିଂ […]

ରାଗିଗଲେ ଟମ୍‌ କ୍ରୁସ, କହିଲେ-ଚାକିରିରୁ ବିଦା କରିଦେବି

tom cruies

Advertisment

ଇଂଲଣ୍ଡ: ରାଗିଗଲେ ହଲିଉଡର ପ୍ରସିଦ୍ଧ ଅଭିନେତା ଟମ୍‌ କ୍ରୁସ। କ୍ରୁ ମେମ୍ବରଙ୍କ ଉପରେ ରାଗିଯାଇ ଦେଲେ ଧମକ । କହିଲେ ଚାକିରିରୁ ବିଦା କରିଦେବି । ତାଙ୍କର ଏହି ଏଙ୍ଗ୍ରି ଲୁକର ଅଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ କରୋନା ଯୋଗୁଁ ଦୀର୍ଘ ୭ ମାସ ବନ୍ଦ ରହିବା ପରେ ଫିଲ୍ମ ଶୁଟିଂ ଆରମ୍ଭ ହୋଇଛି। ଇଂଲଣ୍ଡରେ ଟମ୍‌ କ୍ରୁସ ତାଙ୍କ ଅପକମିଂ ହଲିଉଡ ଫିଲ୍ମ 'ମିସନ ଇମ୍ପସିବୁଲ-୭'ର ଶୁଟିଂ କରୁଛନ୍ତି।  ଶୁଟିଂ ସମୟରେ ତାଙ୍କ ଟିମରେ କିଛି ସଦସ୍ୟ କରୋନା ନିୟମ ମାନିନଥିଲେ। ବାସ ଏହାକୁ ନେଇ ସେ ରାଗିଯାଇଥିଲେ।publive-image

ସେ କହିଥିଲେ ଯେ, ଲୋକେ ଆମ ଉପରେ ବିଶ୍ବାସ କରୁଛନ୍ତି, କିନ୍ତୁ ଆମେ କ'ଣ କରୁଛେ। ମୁଁ ପ୍ରତିଦିନ ଷ୍ଟୁଡିଓ, ଇନ୍ସୁରାନ୍ସ କମ୍ପାନୀ ଏବଂ ପ୍ରଡ୍ୟୁସରଙ୍କ ସହ କଥା ହେଉଛି । ସେମାନେ ଆମ ଉପରେ ଭରଷା କରନ୍ତି, ଆମ ଯୋଗୁଁ ହଜାର ହଜାର ଲୋକଙ୍କୁ ରୋଜଗାର ମିଳୁଛି, କିନ୍ତୁ ଆମେ ବେପରୁଆ ହୋଇଯାଉଛେ। ଯଦି କେହି ବି କରୋନା ଗାଇଡଲାଇନ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ଚାକିରିରୁ ବାହାର କରିଦେବାକୁ ଟମ ଧମକ ଦେଇଛନ୍ତି। ଏଥିସହ ସେ କହିଛନ୍ତି କରୋନାକୁ ନେଇ ଶକ୍ତି ନିୟମ ପାଳନ କରିବା ଉଚିତ। ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ, ନଚେତ ଫିଲ୍ମ ଶୁଟିଂ ବନ୍ଦ ହୋଇଯିବ । ଟମ୍‌ଙ୍କ ଏଭଳି ଧମକ ଦେଉଥିବାର ଅଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ପ୍ରକୃତରେ ଟମ କ୍ରୁସ୍‌ ସୁପର ହିଟ୍‌ ହଲିଉଡ ଫିଲ୍ମ 'ମିଶନ ଇମ୍ପସିବୁଲ' ସିରିଜ ୭ର ଲିଡ ରୋଲରେ ଅଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ମଧ୍ୟ ଟମ ହିଁ ଅଛନ୍ତି। ଗତ ଫେବ୍ରୁଆରୀ ମାସରେ ଇଟାଲୀରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା।  କିନ୍ତୁ କରୋନା ଯୋଗୁଁ ଏହାକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। ଏବେ ପୁଣି ଥରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି।

Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe