ମହାକାଶରେ ହେବ ଟମ୍ କ୍ରୁଜଙ୍କ ଆଗାମୀ ଫିଲ୍ମର ଶୁଟିଂ

ମୁମମ୍ବାଇ: ହଲିଉଡର ଭେଟେରାନ୍ ଅଭିନେତା ଟମ୍ କ୍ରୁଜ୍ ହଲିଉଡର ସବୁଠୁ ଅଧିକ ଖ୍ୟାତି ଅର୍ଜନ କରିଥିବା ଅଭିନେତା। ତାଙ୍କୁ ବିଶ୍ୱର ସବୁଠୁ ହ୍ୟାଣ୍ଡସମ ଅଭିନେତା ବୋଲି କୁହାଯାଏ। ଟମ୍ ତାଙ୍କ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ଥର ପରି ଏଥର ବି ସେ ଏପରି କିଛି କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ସୂଚନା ଅନୁଯାୟୀ ଟମ୍ କ୍ରୁଜଙ୍କ ଆଗାମୀ ଫିଲ୍ମର ଶୁଟିଂ ମହାକାଶରେ ହେବ ବୋଲି ଜଣାପଡ଼ିଛି। ଏହା ମହାକାଶର କାହାଣୀ ଉପରେ ଆଧାରିତ ଏକ ଆକ୍ସନ୍ ଆଡଭେଞ୍ଚର୍ ଫିଲ୍ମ ହେବ। କୁହାଯାଉଛି ଯେ ଏହି ଫିଲ୍ମର ଶୁଟିଂ ପାଇଁ ଟମ୍ କ୍ରୁଜଙ୍କ ଏଲୋନ ମସ୍କର ବିମାନ କମ୍ପାନୀ ସ୍ପେସ୍-ଏକ୍ସ ଏବଂ ସ୍ପେସ୍ ଏଜେନ୍ସି ନାସା ସହିତ ଆଲୋଚନା କରୁଛନ୍ତି।

View this post on Instagram

Feel the need. Trailer tomorrow. #TopGun

A post shared by Tom Cruise (@tomcruise) on

ଟମ କ୍ରୁଜ୍ ତାଙ୍କ ପ୍ରଶଂସକଙ୍କୁ ଏଭଳି କିଛି କରି ଆଶ୍ଚର୍ଯ୍ୟ କରିବା ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଫିଲ୍ମ ସିରିଜ୍ ‘ମିଶନ୍ ଇମ୍ପସିବଲ୍’ରେ ଟମ୍ ଏପରି ଅନେକ ଆକ୍ସନ୍ ସିନ୍ କରିଛନ୍ତି ଯାହା ପୂର୍ବରୁ କେବେ ବି ଦେଖିବାକୁ ମଳିନଥିଲା। ଦର୍ଶକ ଏହାର ଖୁବ୍ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଟମ୍ ଖୁବ୍ ଶୀଘ୍ର ଫିଲ୍ମ ‘ଟପ୍ ଗନ୍: ମେଭେରିକ୍’ରେ ନଜର ଆସିବେ। ଏହି ଫିଲ୍ମଟି ୧୯୮୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟପ୍ ଗନ୍’ର ସିକ୍ୱେଲ୍। କିଛିଦିନ ତଳେ ଏହାର ଟ୍ରେଲର୍ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଫିଲ୍ମଟି ଜୁନ୍ ମାସରେ ରିଲିଜ୍‌ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍  ପ୍ରଭାବ ହେତୁ ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହା ବ୍ୟତୀତ, ‘ମିଶନ୍ ଇମ୍ପସିବଲ୍’ର ପରବର୍ତ୍ତୀ ସିରିଜ୍‌ର କାମ ମଧ୍ୟ ଜାରି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।