Advertisment

ମହାକାଶରେ ହେବ ଟମ୍ କ୍ରୁଜଙ୍କ ଆଗାମୀ ଫିଲ୍ମର ଶୁଟିଂ

ମୁମମ୍ବାଇ: ହଲିଉଡର ଭେଟେରାନ୍ ଅଭିନେତା ଟମ୍ କ୍ରୁଜ୍ ହଲିଉଡର ସବୁଠୁ ଅଧିକ ଖ୍ୟାତି ଅର୍ଜନ କରିଥିବା ଅଭିନେତା। ତାଙ୍କୁ ବିଶ୍ୱର ସବୁଠୁ ହ୍ୟାଣ୍ଡସମ ଅଭିନେତା ବୋଲି କୁହାଯାଏ। ଟମ୍ ତାଙ୍କ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ଥର ପରି ଏଥର ବି ସେ ଏପରି କିଛି କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ସୂଚନା ଅନୁଯାୟୀ ଟମ୍ କ୍ରୁଜଙ୍କ ଆଗାମୀ ଫିଲ୍ମର ଶୁଟିଂ ମହାକାଶରେ […]

ମହାକାଶରେ ହେବ ଟମ୍ କ୍ରୁଜଙ୍କ ଆଗାମୀ ଫିଲ୍ମର ଶୁଟିଂ

tom

Advertisment

ମୁମମ୍ବାଇ: ହଲିଉଡର ଭେଟେରାନ୍ ଅଭିନେତା ଟମ୍ କ୍ରୁଜ୍ ହଲିଉଡର ସବୁଠୁ ଅଧିକ ଖ୍ୟାତି ଅର୍ଜନ କରିଥିବା ଅଭିନେତା। ତାଙ୍କୁ ବିଶ୍ୱର ସବୁଠୁ ହ୍ୟାଣ୍ଡସମ ଅଭିନେତା ବୋଲି କୁହାଯାଏ। ଟମ୍ ତାଙ୍କ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ଥର ପରି ଏଥର ବି ସେ ଏପରି କିଛି କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

Advertisment

ସୂଚନା ଅନୁଯାୟୀ ଟମ୍ କ୍ରୁଜଙ୍କ ଆଗାମୀ ଫିଲ୍ମର ଶୁଟିଂ ମହାକାଶରେ ହେବ ବୋଲି ଜଣାପଡ଼ିଛି। ଏହା ମହାକାଶର କାହାଣୀ ଉପରେ ଆଧାରିତ ଏକ ଆକ୍ସନ୍ ଆଡଭେଞ୍ଚର୍ ଫିଲ୍ମ ହେବ। କୁହାଯାଉଛି ଯେ ଏହି ଫିଲ୍ମର ଶୁଟିଂ ପାଇଁ ଟମ୍ କ୍ରୁଜଙ୍କ ଏଲୋନ ମସ୍କର ବିମାନ କମ୍ପାନୀ ସ୍ପେସ୍-ଏକ୍ସ ଏବଂ ସ୍ପେସ୍ ଏଜେନ୍ସି ନାସା ସହିତ ଆଲୋଚନା କରୁଛନ୍ତି।

https://www.instagram.com/p/B6GHuTvBF5r/?utm_source=ig_web_copy_link

ଟମ କ୍ରୁଜ୍ ତାଙ୍କ ପ୍ରଶଂସକଙ୍କୁ ଏଭଳି କିଛି କରି ଆଶ୍ଚର୍ଯ୍ୟ କରିବା ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଫିଲ୍ମ ସିରିଜ୍ ‘ମିଶନ୍ ଇମ୍ପସିବଲ୍’ରେ ଟମ୍ ଏପରି ଅନେକ ଆକ୍ସନ୍ ସିନ୍ କରିଛନ୍ତି ଯାହା ପୂର୍ବରୁ କେବେ ବି ଦେଖିବାକୁ ମଳିନଥିଲା। ଦର୍ଶକ ଏହାର ଖୁବ୍ ପ୍ରଶଂସା କରିଥିଲେ।

Advertisment

ସୂଚନାଯୋଗ୍ୟ, ଟମ୍ ଖୁବ୍ ଶୀଘ୍ର ଫିଲ୍ମ 'ଟପ୍ ଗନ୍: ମେଭେରିକ୍'ରେ ନଜର ଆସିବେ। ଏହି ଫିଲ୍ମଟି ୧୯୮୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟପ୍ ଗନ୍’ର ସିକ୍ୱେଲ୍। କିଛିଦିନ ତଳେ ଏହାର ଟ୍ରେଲର୍ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଫିଲ୍ମଟି ଜୁନ୍ ମାସରେ ରିଲିଜ୍‌ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍  ପ୍ରଭାବ ହେତୁ ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହା ବ୍ୟତୀତ, ‘ମିଶନ୍ ଇମ୍ପସିବଲ୍’ର ପରବର୍ତ୍ତୀ ସିରିଜ୍‌ର କାମ ମଧ୍ୟ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe