Advertisment

ଆସନ୍ତା କାଲି ରିଲିଜ୍‌ ହେବ 'ବାଗୀ ୩'

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ‘ବାଗୀ ୩’। ଏହି ଫିଲ୍ମରେ ପୁଣିଥରେ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ। ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍‌ ଅନ୍ଦାଜ ସହ ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳିସାରିଛି। ତେଣୁ ଫିଲ୍ମକୁ ମଧ୍ୟ ଭଲ ରେସପନ୍ସ ମିଳିବ ବୋଲି ନିର୍ମାତା […]

ଆସନ୍ତା କାଲି ରିଲିଜ୍‌ ହେବ 'ବାଗୀ ୩'

baghi3

Advertisment

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ‘ବାଗୀ ୩’। ଏହି ଫିଲ୍ମରେ ପୁଣିଥରେ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ। ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍‌ ଅନ୍ଦାଜ ସହ ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳିସାରିଛି। ତେଣୁ ଫିଲ୍ମକୁ ମଧ୍ୟ ଭଲ ରେସପନ୍ସ ମିଳିବ ବୋଲି ନିର୍ମାତା ଆଶା ରଖିଛନ୍ତି।

Advertisment

https://www.instagram.com/p/B7FY25vHUuc/?utm_source=ig_web_copy_link

ନିକଟରେ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏହି ଫିଲ୍ମକୁ ନେଇ ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ ହିଟ୍‌ ଫ୍ରାଞ୍ଚାଇଜ୍‌ ‘ବାଗୀ’ ଟାଇଗର୍ ଶ୍ରଫ୍‌ଙ୍କ ବ୍ରାଣ୍ଡରେ ଜଣାଶୁଣା। ତେବେ ‘ଏହି ଫିଲ୍ମଟି ହେଉଛି ‘ବାଗୀ’ ସିରିଜ୍‌ର ତୃତୀୟ ଫିଲ୍ମ। ତେଣୁ ଏହା ‘ବାଗୀ’ ଓ ‘ବାଗୀ ୨’ ପରି ସୁପରହିଟ୍‌ ହେବ। ‘ବାଗୀ ୨’  ପ୍ରଥମ ଦିନରେ ପ୍ରାୟ ୨୫ କୋଟି ଟଙ୍କା ଅଧିକ କରିଥିଲା। ତେଣୁ ‘ବାଗୀ ୩’ ପ୍ରଥମ ଦିନରେ ୨୫ କୋଟିରୁ ଅଧିକ କରିବ ବୋଲି ସେ କହିଛନ୍ତି।

https://www.instagram.com/p/B9V656RHMck/?utm_source=ig_web_copy_link

‘ବାଗି’ ଓ ‘ବାଗି ୨’ର ସଫଳତା ପରେ ‘ବାଗି ୩’ରେ ତିନି ଗୁଣା ଅଧିକ ସସ୍‌ପେନ୍ସ, ଥ୍ରୀଲର ଓ ଆକ୍ସନ୍‌ ରହିବ। ଫିଲ୍ମର ହିରୋ ରୋନି ସବୁଠୁ ଖତରନାକ୍‌ ମିଶନ୍‌ରେ ବାହାରିଛନ୍ତି। କାରଣ ତାଙ୍କ ମୁକାବିଲା କୌଣସି ଛୋଟମୋଟ ଭିଲେନ୍‌ ସହ ନୁହେଁ ପୂରା ଦେଶ ଓ ଆତଙ୍କବାଦ ସହ ରହିଛି।

Advertisment

https://www.instagram.com/p/B88xKLKnwGO/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ର ତୃତୀୟ ପାର୍ଟ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍‌ ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଚଙ୍କି ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅହମଦ ଖାନ୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସାଜିଦ୍‌ ନାଡିଆଦବାଲା ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୬ରେ ରିଲିଜ୍‌ ହେବ। ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ‘ବାଗୀ ୨’ରେ ଟାଇଗର୍‌ଙ୍କ ସହ ଦିଶା ପଟାନୀ ଥିଲେ।

https://www.instagram.com/p/B9Toa-inx4D/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe