Advertisment

ଆସନ୍ତାକାଲି ବକ୍ସ ଫିସ୍‌ରେ ଧୂମ୍‌ ମଚାଇବ ତାପସୀଙ୍କ ‘ଥପ୍ପଡ଼’

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇ ଡେ’ରେ ବକ୍ସ ଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ଘରୋଇ ହିଂସା ଉପରେ ତିଆରି ହୋଇଥିବା ଏହି ଫିଲ୍ମର ତାପସୀ ଜୋର୍‌ଦାର୍‌ ପ୍ରମୋଶନ୍‌ ଚଲାଇଛନ୍ତି। ଗତକାଲି ଏହାର ସ୍ପେଶାଲ୍‌ ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜକୁମାର ରାଓ, ରାଧିକା ମଦନ, ଆୟୁଷ୍ମାନ ଖୁରାନା, ତାହିରା କଶ୍ୟପ, ପୁଲକିତ ସମ୍ରାଟଙ୍କ ସମେତ ଆହୁରି ଅନେକ ଷ୍ଟାର ସାମିଲ ହୋଇଥିଲେ। EVERY MAN EVERY WOMAN MUST MUST […]

ଆସନ୍ତାକାଲି ବକ୍ସ ଫିସ୍‌ରେ ଧୂମ୍‌ ମଚାଇବ ତାପସୀଙ୍କ ‘ଥପ୍ପଡ଼’

thappad

Advertisment

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇ ଡେ'ରେ ବକ୍ସ ଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ଘରୋଇ ହିଂସା ଉପରେ ତିଆରି ହୋଇଥିବା ଏହି ଫିଲ୍ମର ତାପସୀ ଜୋର୍‌ଦାର୍‌ ପ୍ରମୋଶନ୍‌ ଚଲାଇଛନ୍ତି। ଗତକାଲି ଏହାର ସ୍ପେଶାଲ୍‌ ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜକୁମାର ରାଓ, ରାଧିକା ମଦନ, ଆୟୁଷ୍ମାନ ଖୁରାନା, ତାହିରା କଶ୍ୟପ, ପୁଲକିତ ସମ୍ରାଟଙ୍କ ସମେତ ଆହୁରି ଅନେକ ଷ୍ଟାର ସାମିଲ ହୋଇଥିଲେ।

Advertisment

https://twitter.com/guneetm/status/1232339255923531777?s=20

ଫିଲ୍ମ ଦେଖିବା ପରେ ସେଲେବ୍ରିଟିମାନେ ସୋଶାଲ୍‌ ମିଡିଆରେ ଏହାର ପ୍ରଶଂସା କରିଛନ୍ତି। ତାପସୀଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ଭଲ ଲାଗିଛି। ବିଶେଷ କରି ଏଭଳି ନୂଆ କନ୍‌ସେପ୍ଟ ଆଣିଥିବା ଯୋଗୁ ସମସ୍ତେ ନିର୍ମାତା ଅନୁଭବ ସିହ୍ନାଙ୍କର ପ୍ରଶଂସା କରୁଛନ୍ତି।

https://twitter.com/RajkummarRao/status/1232838739816304641?s=20

https://twitter.com/divyadutta25/status/1232763303455158272?s=20

ପୂର୍ବରୁ ଫିଲ୍ମର ଟ୍ରେଲର୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଟ୍ରେଲର୍‌ରେ ପ୍ରଥମେ ତାପସୀ ଓ ପାୱେଲ୍‌ ଗୁଲାଟିଙ୍କ ଭିତରେ ହାପି ମ୍ୟାରେଡ୍‌ ଲାଇଫ୍‌ ଦେଖିବାକୁ ମିଳୁଛି। ହେଲେ ଏଥିରେ ଟ୍ୱିଷ୍ଟ ସେବେ ଆସୁଛି ଯେବେ ଏକ ପାର୍ଟି ଚାଲିଥିବା ସମୟରେ ସ୍ୱାମୀ ପାୱେଲ୍‌ ସମସ୍ତଙ୍କ ସାମ୍ନାରେ ତାପସୀଙ୍କୁ ଚାପୁଡ଼ା ମାରୁଛନ୍ତି। ସେ ଏହି ଚାପୁଡ଼ା ସହ୍ୟ କରିପାରୁ ନାହାନ୍ତି। ତାଙ୍କୁ ଏହା ବହୁତ ଖରାପ ଲାଗୁଛି ଓ ବହୁତ ଅପମାନିତ ଅନୁଭବ କରୁଛନ୍ତି। ଯାହାଫଳରେ ସେ ତଲାକ୍‌ ନେବାକୁ ନିଷ୍ପତ୍ତି ନେଉଛନ୍ତି। ହେଲେ ଏହା ତାଙ୍କୁ ସହଜରେ ମିଳୁନାହିଁ।  ସମସ୍ତେ ବାସ୍‌ ତାଙ୍କୁ ଗୋଟିଏ କଥା କହୁଛନ୍ତି ଯେ ବାସ୍‌ ଗୋଟିଏ ଚାପୁଡ଼ା ତ ମାରିଛନ୍ତି। ଏପରିକି ତାଙ୍କ ଓକିଲ ମଧ୍ୟ ସେଭଳି କହୁଛନ୍ତି। ହେଲେ ସେ କାହା କଥାକୁ ନ ଶୁଣି ନିଜ ଆତ୍ମସମ୍ମାନକୁ ବାଛୁଛନ୍ତି ଓ ଏହି ଚାପୁଡ଼ା ବିରୋଧରେ ଏକାକି ଲଢ଼ୁଛନ୍ତି।

Advertisment

https://www.instagram.com/p/B9D4SY2Dhde/?utm_source=ig_web_copy_link

ଫିଲ୍ମି ସିତାରାଙ୍କୁ ତ ଏହା ପସନ୍ଦ ଆସିଛି ହେଲେ ଦର୍ଶକଙ୍କୁ ତାପସୀଙ୍କ ‘ଥପ୍ପଡ଼’ କେତେ ଭଲ ଲାଗୁଛି ତାହା ଦେଖିବା ବାକି ରହିଲା। ସୂଚନାଯୋଗ୍ୟ, ଅନୁଭବ ସିହ୍ନା ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ କୃଷ୍ଣ କୁମାର ଓ ଭୂଷଣ କୁମାରଙ୍କ ସହ ମିଶି ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨୮ରେ ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe