Advertisment

ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ୍

ମୁମ୍ବାଇ: ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ୍। ପରଦାକୁ ଆସୁଛି ଦୁଇ ଦୁଇଟି ଫିଲ୍ମ। ଗୋଟେପଟେ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ରିଲିଜ୍‌ ହେଉଥିବାବେଳେ ତାକୁ ଟକ୍କର ଦେବ ଭିକ୍କି କୌଶଲଙ୍କ ଫିଲ୍ମ ‘ଭୂତ’।  ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର କାହାଣୀ ସମଲିଙ୍ଗୀ ସମ୍ପର୍କ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ ଫିଲ୍ମ ‘ଭୂତ୍‌’ ଏକ ହରର୍‌ ଫିଲ୍ମ। ତେବେ ଏହି ଦୁଇଟି ଫିଲ୍ମ ସହ ଏଥରର ଫ୍ରାଇଡେରେ ଦେଖିବାକୁ ମିଳିବ ଲଭ୍, ରୋମାନ୍ସ, କମେଡି, […]

ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ୍

film

Advertisment

ମୁମ୍ବାଇ: ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ୍। ପରଦାକୁ ଆସୁଛି ଦୁଇ ଦୁଇଟି ଫିଲ୍ମ। ଗୋଟେପଟେ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ରିଲିଜ୍‌ ହେଉଥିବାବେଳେ ତାକୁ ଟକ୍କର ଦେବ ଭିକ୍କି କୌଶଲଙ୍କ ଫିଲ୍ମ ‘ଭୂତ’।  ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର କାହାଣୀ ସମଲିଙ୍ଗୀ ସମ୍ପର୍କ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ ଫିଲ୍ମ ‘ଭୂତ୍‌’ ଏକ ହରର୍‌ ଫିଲ୍ମ। ତେବେ ଏହି ଦୁଇଟି ଫିଲ୍ମ ସହ ଏଥରର ଫ୍ରାଇଡେରେ ଦେଖିବାକୁ ମିଳିବ ଲଭ୍, ରୋମାନ୍ସ, କମେଡି, ଥ୍ରୀଲର୍‌ ଓ ହରର୍‌ର ତଡ଼କା ।

Advertisment

https://www.instagram.com/tv/B7iNn4CBo9B/?utm_source=ig_web_copy_link

‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’: ଏହି ଫିଲ୍ମଟି ୨୦୧୭ରେ ଫିଲ୍ମ ‘ଶୁଭ ମଙ୍ଗଳ ସାବଧାନ’ର ଦ୍ୱିତୀୟ ସିରିଜ୍‌। ଯେଉଁଥିରେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡନାକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଦ୍ୱୀତୀୟ ସିରିଜ୍‌ରେ ମଧ୍ୟ ଆୟୁଷ୍ମାନ୍‌ ଲିଡ୍‌ ରୋଲ୍ ପ୍ଲେ କରିଛନ୍ତି। ତାଙ୍କ ବ୍ୟତୀତ ଏଥିରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ଗଜରାଜ ରାଓ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ହିତେଶ କେୱଲ୍ ଦେଇଛନ୍ତି। ଫିଲ୍ମର ଟ୍ରେଲର୍‌ରେ ଆୟୁଷ୍ମାନଙ୍କ କମେଡି ଟାଇମିଙ୍ଗକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ଦର୍ଶକଙ୍କୁ ସର୍ବଦା ଭରପୂର ମନୋରଞ୍ଜନର ଗ୍ୟାରେଣ୍ଟି ଦେଇଆସୁଥିବା ଆୟୁଷ୍ମାନଙ୍କ ଏହି ଫିଲ୍ମ ହିଟ୍ ହେବ ବୋଲି ର୍ନିମାତା ଆଶା ରଖିଛନ୍ତି।

https://www.instagram.com/p/B77jSjYJzb6/?utm_source=ig_web_copy_link

ଭୂତ୍: ଏହି ଫିଲ୍ମଟି ହେଉଛି ଏକ ହରର୍ ଥ୍ରିଲର୍। ଏଥିରେ ଅଭିନେତା ଭିକ୍କି କୌଶଲ୍‌ ଓ ଭୂମି ପେଡନାକର ଲିଡ୍ ରୋଲରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ। ଫିଲ୍ମଟିର ଟ୍ରେଲର୍ ରିଲିଜ ହେବା ପରେ ଏହାକୁ ବେଶ୍ ପସନ୍ଦ କରାଯାଇଥିଲ। ।  ଭିକ୍କି ଓ ଭୂମିଙ୍କ ବ୍ୟତୀତ ଫିଲ୍ମରେ ଆଶୁତୋଷ ରାଣା  ସିଦ୍ଧାନ୍ତ କପୁର ମଧ୍ୟ ଭିନୟ କରିଛନ୍ତି। 'ଭୂତ୍'ର କାହାଣୀ ଦମଦାର ରହିଥିବାରୁ ହରର୍ ଫିଲ୍ମ ଦେଖୁଥିବା ଦର୍ଶକଙ୍କ ମନ ଜିଣିବ ବୋଲି ଭିକ୍କି ଆଶା ରଖିଛନ୍ତି। ଅନ୍ୟପଟେ ବଲିଉଡ୍‌ରେ ଲଗାତାର ୭ଟି ହରର୍ ଫିଲ୍ମ ବ୍ୟାକ୍‌ ଟୁ ବ୍ୟାକ୍‌ ଫ୍ଲପ୍‌ ହୋଇଥିବାରୁ ଏହି ଫିଲ୍ମ ହିଟ୍‌ ହେବ କି ନାହିଁ ବୋଲି ମଧ୍ୟ ନିର୍ମାତାଙ୍କର ଏକ ପ୍ରକାରର ଚିନ୍ତା ରହିଛି।

Advertisment

https://www.instagram.com/p/B8QOKfJpNdn/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe