Advertisment

ଶୁକ୍ରବାର ପରଦାକୁ ଆସିବ 'ଲଭ୍ ଆଜ୍‌ କଲ୍‌'

ମୁମ୍ବାଇ: ସବୁ ଫିଲ୍ମ ଫ୍ରାଇଡେ ପରି ଏଥର ମଧ୍ୟ ଫିଲ୍ମି ଫ୍ରାଇଡେ ରହିବ ପୂରା ଧମାକେଦାର୍‌। ଶୁକ୍ରବାର ପରଦାକୁ ଆସିବ ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅପକମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍’। ସବୁଠୁ ଭଲ କଥା ହେଉଛି କାଲି ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଦିନ ପରଦାରେ ବି ଦେଖିବାକୁ ମିଳିବ ଲଭ୍‌ ଓ ରୋମାନ୍ସର ଯାଦୁ। https://www.instagram.com/p/B7XnEK-pkVz/?utm_source=ig_web_copy_link ‘ଲଭ୍ ଆଜ୍ କଲ୍’ରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିବ। […]

ଶୁକ୍ରବାର ପରଦାକୁ ଆସିବ 'ଲଭ୍ ଆଜ୍‌ କଲ୍‌'

love-aaj-kal

Advertisment

ମୁମ୍ବାଇ: ସବୁ ଫିଲ୍ମ ଫ୍ରାଇଡେ ପରି ଏଥର ମଧ୍ୟ ଫିଲ୍ମି ଫ୍ରାଇଡେ ରହିବ ପୂରା ଧମାକେଦାର୍‌। ଶୁକ୍ରବାର ପରଦାକୁ ଆସିବ ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅପକମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍’। ସବୁଠୁ ଭଲ କଥା ହେଉଛି କାଲି ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଦିନ ପରଦାରେ ବି ଦେଖିବାକୁ ମିଳିବ ଲଭ୍‌ ଓ ରୋମାନ୍ସର ଯାଦୁ।

Advertisment

https://www.instagram.com/p/B7XnEK-pkVz/?utm_source=ig_web_copy_link

‘ଲଭ୍ ଆଜ୍ କଲ୍’ରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିବ। ଏକ ଟିନ୍‌ ଏଜ୍ ଲଭ ଷ୍ଟୋରୀକୁ ନେଇ ଫିଲ୍ମର କାହାଣୀ ଗତି କରୁଛିା ସାରା-କାର୍ତ୍ତିକଙ୍କ ଛଡ଼ା ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର ଗୀତ ଓ ଟ୍ରେଲର୍‌କୁ ବି ଦର୍ଶକଙ୍କ ଥମ୍ସ ଅପ୍‌ ମିଳିଛି। ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍ କଲ୍‌ର’ ଏହା ସିକ୍ୱେଲ୍‌। ଫିଲ୍ମରେ ସୈଫ ଅଲ୍ଲୀ ଖାନ୍ ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅଲ୍ଲୀ ଓ ଦିନେଶ ଭିଜନ୍ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

https://www.instagram.com/p/B75Te05JQAu/?utm_source=ig_web_copy_link

ନିକଟରେ ସୈଫ୍ ଏହି ଫିଲ୍ମର ଟ୍ରେଲର୍‌କୁ ନାପସନ୍ଦ କରିଥିବା କଥା ଗଣମାଧ୍ୟମରେ କହିଥିଲେ। ନିଜ ଝିଅ ଏଥିରେ ଅଭିନୟ କରୁଥିଲେ ବି ସେ ଫିଲ୍ମ ବିଷୟରେ କହିବାକୁ ପଛାଇନଥିଲେ।  ତାଙ୍କ ଫିଲ୍ମ ତୁଳନାରେ ସାରାଙ୍କ ଫିଲ୍ମର ଟ୍ରେଲର୍ ଖୁବ୍ ଦୁର୍ବଳ ହୋଇଛି ବୋଲି ସେ କହିଥିଲେ। ତେବେ ସେ ଇମ୍‌ତି୍ଆଜ୍‌ଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ତା’ସହିତ ଏହି ଫିଲ୍ମ ପାଇଁ ଝିଅ ସାରାଙ୍କୁ ଶୁଭକାମନା ମଧ୍ୟ ଜଣାଇଥିଲେ। ତେବେ ନୂଆ ‘ଲଭ୍ ଆଜ୍ କଲ୍’ ଦର୍ଶକଙ୍କ ମନକୁ ଜିଣି ପାରିବ କି ନାହିଁ, ତାହା ରିଲିଜ୍ ପରେ ହିଁ ଜଣାପଡ଼ିବ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe