Advertisment

ଖସିଲା 'ବିଗ୍‌ ବସ୍‌ ୧୩'ର ଟିଆର୍‌ପି ରେଟିଂ

BARC(Broadcast Audience Research Council)  ଚଳିତ ବର୍ଷ ତୃତୀୟ ସପ୍ତାହର ଟେଲିଭିଜନ୍‌ ସିରିଏଲ୍‌ର ଟିଆର୍‌ପି ଲିଷ୍ଟ ବହାର କରିଦେଇଛି। ତେବେ ଏହି ଲିଷ୍ଟରେ ସବୁଠୁ ଚର୍ଚ୍ଚିତ ଶୋ’ ଏକ୍‌ତା କପୁରଙ୍କ ‘ନାଗୀନ୍‌ ୪’ ଓ ‘ବିଗ୍‌  ବସ୍‌’ର ରେଟିଂ ଡାଉନ୍‌ ହୋଇଛି।  ହେଲେ ସିରିଏଲ୍‌ ‘ଛୋଟି ସର୍ଦ୍ଦାନୀ’ ବାଜି ମାରିନେଇଛି। ଅନ୍ୟପଟେ କପିଲ୍‌ ଶର୍ମାଙ୍କ ଶୋ’ ମଧ୍ୟ ଏହି ଟପ୍‌ ୧୦ ତାଲିକାରେ ସ୍ଥାନ ପାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ ସିରିଏଲ୍‌ କେତେ ନମ୍ବରରେ ରହିଛି। […]

‘ବିଗ୍‌ ବସ୍‌’ ଘରେ ଏଣ୍ଟ୍ରି କଲେ ଦୁଇ ନୂଆ ସଦସ୍ୟ

bigboss

Advertisment

BARC(Broadcast Audience Research Council)  ଚଳିତ ବର୍ଷ ତୃତୀୟ ସପ୍ତାହର ଟେଲିଭିଜନ୍‌ ସିରିଏଲ୍‌ର ଟିଆର୍‌ପି ଲିଷ୍ଟ ବହାର କରିଦେଇଛି। ତେବେ ଏହି ଲିଷ୍ଟରେ ସବୁଠୁ ଚର୍ଚ୍ଚିତ ଶୋ’ ଏକ୍‌ତା କପୁରଙ୍କ ‘ନାଗୀନ୍‌ ୪’ ଓ ‘ବିଗ୍‌  ବସ୍‌’ର ରେଟିଂ ଡାଉନ୍‌ ହୋଇଛି।  ହେଲେ ସିରିଏଲ୍‌ ‘ଛୋଟି ସର୍ଦ୍ଦାନୀ’ ବାଜି ମାରିନେଇଛି। ଅନ୍ୟପଟେ କପିଲ୍‌ ଶର୍ମାଙ୍କ ଶୋ’ ମଧ୍ୟ ଏହି ଟପ୍‌ ୧୦ ତାଲିକାରେ ସ୍ଥାନ ପାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ ସିରିଏଲ୍‌ କେତେ ନମ୍ବରରେ ରହିଛି।

Advertisment

publive-image ୧) କୁଣ୍ଡଲି ଭାଗ୍ୟ ସିରିଏଲ୍‌ରେ ଚାଲିଥିବା ଫ୍ୟାମିଲି ଇମୋଶନାଲ୍‌ ଡ୍ରାମା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ତେଣୁ ଏହି ସିରିଏଲ୍‌ ଲଗାତାର ଭାବେ ୩ଦୁଇ ସପ୍ତାହ ହେଲାଣି ନମ୍ବର ୱାନ୍‌ରେ ରହିଛି।  ଶୋ’ରେ ଶରଧା ଆର୍ଯ୍ୟା ଓ ଧୀରଜ ଧୁପର୍‌ଙ୍କ ରୋମାନ୍ସ ଦର୍ଶକଙ୍କ ମନ ଜିତୁଛି।

publive-image୨) ଛୋଟି ସର୍ଦ୍ଦାରଣୀ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ସ୍ଥାନ ପାଇଛି। ଏହା ପ୍ରଥମ ଥର ପାଇଁ ଟପ୍‌ ୫ ଲିଷ୍ଟରେ ସାମିଲ୍‌ ହୋଇଛି। ଗତ ଜୁଲାଇମାସରେ ଆରମ୍ଭ ହୋଇଥିବା ଏହି ଶୋ’ ଅନ୍ୟ ବଡ଼ ବଡ଼ ଶୋ’କୁ ପଛରେ ପକାଇଦେଇଛି।

Advertisment

publive-image

୩) ଏହି ତାଲିକାର ତୃତୀୟ ନମ୍ବରରେ ରହିଛି ଏକ୍‌ତା କପୁରଙ୍କ ଶୋ’ ‘ନାଗୀନ୍‌ ୪’। ଗତ ଦୁଇ ସପ୍ତାହ ହେଲାଣି ଏହି ଶୋ’ ଟିଆର୍‌ପି ରେଟିଂରେ ତଳକୁ ଖସିବାରେ ଲାଗିଛି। ପ୍ରଥମ ସପ୍ତାହରେ ଏହି ଶୋ’ ନମ୍ବର ୱାନ୍‌ରେ ଥିଲା। ଏହାପରେ ଦ୍ୱିତୀୟ ସପ୍ତାହରେ ଏହା ୨ ନମ୍ବରରେ ଖସି  ଆସିଥିଲା ଆଉ ଏବେ ଏହା ତୃତୀୟ ନମ୍ବରରେ ସ୍ଥାନ ପାଇଛି।

publive-image୪) ରାଜନ୍‌ ଶାହିଙ୍କ ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଏହି ଲିଷ୍ଟରେ ୪ ନମ୍ବରେ ରହିଛି।  ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ସମୟ ଧରି ଚାଲିଥିବା ଏହି ସିରିଏଲ୍ ଗତ ସପ୍ତାହରେ ମଧ୍ୟ ଏହି ସ୍ଥାନରେ ଥିଲା। ଏହି ସିରିଏଲ୍‌ଟି ୨୦୦୯ରେ ଆରମ୍ଭ ହୋଇଥିଲା। ଏବେ ଏଥିରେ ଦର୍ଶକ କାର୍ତ୍ତିକ ଓ ନାଏରାଙ୍କ ଲଭ୍‌ଷ୍ଟୋରୀକୁ ବେଶ୍ ପସନ୍ଦ କରୁଛନ୍ତି।

publive-image୫) ‘ବିଗ୍‌ ବସ୍‌ ୧୩’ର ଟିଆରପି ରେଟିଂ ଏଥର କମିଯାଇଛି। ହେଲେ ତଥାପି ଏହି ଶୋ’ ଟପ୍‌ ୫ରେ ନିଜ ସ୍ଥାନ ବନେଇଦେଇଛି। ଏହାର ଗ୍ରାଣ୍ଡ ଫିନାଲେ ଫେବୃଆରୀ ୧୫ରେ ହେବାର ସମ୍ଭାବନା ରହିଛି। ତେବେ ଏଥିସହ ଏହି ଶୋ’କୁ ୧୪୦ ଦିନ ହୋଇଯିବ, ଯାହାକୁ ପୂର୍ବ ସମସ୍ତ ସିଜିନ୍‌ରୁ ଢେର୍‌ ଅଧିକ ଦିନ ହେଇଯାଉଛି।

ଟପ୍‌ ୫ ପରେ ୬ ନମ୍ବରରେ ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’, ୭ ନମ୍ବରରେ ‘ତାରକ ମେହେତା କା ଉଲଟା ଚଷମା’, ୮ ନମ୍ବରରେ ‘ଶକ୍ତି ଅସ୍ତିତ୍ୱ କେ ଏହଶାସ’, ୯ ନମ୍ବରରେ ‘ୟେ ଯାଦୁ ହୈ ଜିନ୍‌ କା’ ଓ ୧୦ ନମ୍ବରରେ ‘କପିଲ୍‌ ଶର୍ମା ଶୋ’ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe