Advertisment

ତୋର ମୋର ଯୋଡ଼ି ସୁନ୍ଦର

ଭୁବନେଶ୍ୱର: ଓଲିଉଡ୍ ଇଣ୍ଡଷ୍ଟ୍ରିର ମୋଷ୍ଟ ସେଲେବୁଲ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା କହିଲେ ଜମାରୁ ଭୁଲ ହେବନି। ଜଣେ ଜଣଙ୍କର ଦିୱାନା। ଓଲିଉଡ୍ ଇଣ୍ଡଷ୍ଟ୍ରିର ଏହି ସଫଳ ଯୋଡି ଏକାଠି ପ୍ରାୟ ୧୦ ଟି ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ମୁଁ ସପନର ସୌଦାଗର’ରୁ  ଏକାଠି ସ୍କ୍ରିନ ସେୟାର କରିଥିଲେ ଏହି ଦୁଇ ଲଭ୍ ବାର୍ଡସ। ପରେ ପରେ ଅନେକ ଫିଲ୍ମରେ ଏହି ଦୁଇ ଯୋଡିଙ୍କର କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଛନ୍ତି ସିନେ ଦର୍ଶକ। ନିର୍ଦ୍ଦେଶକଙ୍କ ଟେଷ୍ଟେଡ୍ […]

ଅଦ୍ୟତନ ହୋଇଛି
ତୋର ମୋର ଯୋଡ଼ି ସୁନ୍ଦର

sabysachiarchana

Advertisment

ଭୁବନେଶ୍ୱର: ଓଲିଉଡ୍ ଇଣ୍ଡଷ୍ଟ୍ରିର ମୋଷ୍ଟ ସେଲେବୁଲ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା କହିଲେ ଜମାରୁ ଭୁଲ ହେବନି। ଜଣେ ଜଣଙ୍କର ଦିୱାନା। ଓଲିଉଡ୍ ଇଣ୍ଡଷ୍ଟ୍ରିର ଏହି ସଫଳ ଯୋଡି ଏକାଠି ପ୍ରାୟ ୧୦ ଟି ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ମୁଁ ସପନର ସୌଦାଗର’ରୁ  ଏକାଠି ସ୍କ୍ରିନ ସେୟାର କରିଥିଲେ ଏହି ଦୁଇ ଲଭ୍ ବାର୍ଡସ। ପରେ ପରେ ଅନେକ ଫିଲ୍ମରେ ଏହି ଦୁଇ ଯୋଡିଙ୍କର କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଛନ୍ତି ସିନେ ଦର୍ଶକ। ନିର୍ଦ୍ଦେଶକଙ୍କ ଟେଷ୍ଟେଡ୍ ଓକେ ଫର୍ମୁଲା ସବ୍ୟସାଚୀ ଆଉ ଅର୍ଚ୍ଚିତାଙ୍କ ସୁପରହିଟ୍ ଯୋଡି। ଫିଲ୍ମ ‘ମୁଁ ସପନର ସୌଦାଗର’ରୁ  ଆରମ୍ଭ ହୋଇଥିଲା ଏମାନ ରିଲ ରୋମାନ୍ସ। ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ପାଗଳ କରିଛି ପାଉଁଜି ତୋର’, ‘କେବେ ତମେ ନାହଁ କେବେ ମୁଁ ନାହିଁ’, ‘ତୋର ମୋର ଯୋଡି ସୁନ୍ଦର’, ‘ମୁଁ ଏକା ତୁମର’, ‘ସ୍ମାଇଲ ପ୍ଲିଜ’- ଏମିତି କିଛି ଫିଲ୍ମରେ ଏମାନଙ୍କ ରିଲ କେମେଷ୍ଟ୍ରୀକୁ ଦର୍ଶକ ଦେଇଛନ୍ତି ବିପୁଳ ସମର୍ଥନ। ଯେବେ ଯେବେ ଏଇ ଯୋଡି ରୂପେଲି ପରଦାକୁ ଓହ୍ଲେଇଛି  ସୃଷ୍ଟି କରିଛି ଇତିହାସ।

Advertisment

[caption id="attachment_21265" align="aligncenter" width="800"]sabysachiarchana ପିଲାଟା ବିଗିଡ଼ି ଗଲାର ଏକ ଗୀତର ଦୃଶ୍ୟରେ ସବ୍ୟସାଚୀ ଓ ଅର୍ଚ୍ଚିତା[/caption]

ଟ୍ରାଡିସନାଲ କଷ୍ଟ୍ୟୁମରେ ହେଉ ବା ଗ୍ଲାମର ଲୁକରେ ହେଉ ଅର୍ଚ୍ଚିତା ସବୁବେଳେ ମନ କିଣିଛନ୍ତି ସିନେ ପ୍ରେମୀଙ୍କର।  ସବୁ ଲୁକରେ ଚୁଲବୁଲି ଅର୍ଚ୍ଚିତା ପରିଚୟ ଦେଉଛନ୍ତି ଜଣେ ଖାଣ୍ଟି ଓଡ଼ିଆଣୀର । ସବ୍ୟସାଚୀ ଏବଂ ଅର୍ଚ୍ଚିତା ଓଲିଉଡର ଦୁଇଜଣ ଚର୍ଚ୍ଚିତ ଚେହେରା। ଏହି କମ୍ୱିନେସନକୁ ନେଇ ପ୍ରଥମେ ଏକ୍ସପେରିମେଣ୍ଟ

Advertisment

କରିଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ  ଫିଲ୍ମ ‘ମୁଁ ସପନର ସୌଦାଗର’ରେ।  ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା ସବ୍ୟଙ୍କ ଦମଦାର ରୋଲ ସାଙ୍ଗକୁ ଅର୍ଚ୍ଚିତାଙ୍କ ଚୁଲବୁଲି ଅନ୍ଦାଜ। ୨୦୦୯ରେ ଫିଲ୍ମ ‘ପାଗଳ କରିଛି ପାଉଁଜି ତୋର’ରେ ସଞ୍ଜୟ ନାୟକ ପୁଣି ଥରେ ଏହି ଯୋଡିକୁ ନେଇ କରନ୍ତି ପରୀକ୍ଷା ନିରୀକ୍ଷା।

[caption id="attachment_21266" align="aligncenter" width="800"]sabyarchita ପିଲାଟା ବିଗିଡ଼ି ଗଲାରେ ସବ୍ୟସାଚୀ ଓ ଅର୍ଚ୍ଚିତା[/caption]

ଅର୍ଚ୍ଚିତାଙ୍କ ସହିତ ଯେଉଁ ହିରୋଙ୍କୁ ଏକାଠି ଦେଖିବାକୁ ହଲରେ ସବୁଠାରୁ ଅଧିକ ଭିଡ଼ ଲାଗେ, ସେଇ ସୁନ୍ଦର  ଯୋଡ଼ି ଏକାଠି ଅଭିନୟ କରିଥିଲେ ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ। କ୍ୟୁଟ୍ ସବ୍ୟ ଆଉ ସିମ୍ପଲ୍ ଆଣ୍ଡ ସୁଇଟ୍ ଅର୍ଚ୍ଚିତା ପୁଣି ଥରେ ଏକାଠି ହେଇଥିଲେ ଫିଲ୍ମ ‘ତୋର ମୋର ଯୋଡି ସୁନ୍ଦର’ରେ। ହସ କାନ୍ଦ ଭରା ଏଇ  କାହାଣୀରେ ଦର୍ଶକ ପାଇଥିଲେ ଓଡ଼ିଆ ଘରର ନିଚ୍ଛକ ପ୍ରତିଛବି ଆଉ ଏହି ଫିଲ୍ମ ଓଲିଉଡରେ ଦେଇଥିଲା ସକ୍ସେସଫୁଲ ରେଜଲ୍ଟ।

୨୦୧୩ ରେ ଆସେ ‘ମୁଁ ଏକା ତୁମର’। ଆଉ ଏହି ଯୋଡି ସମସ୍ତଙ୍କୁ ଚକିତ କରିଦିଏ। ଲଭ୍ ରୋମାନସର  ନୂଆ ଭାଷା ତିଆରି କରନ୍ତି ଏହି ରିଲ୍ କପଲ। ସୁଶାନ୍ତ ମଣିଙ୍କ ଏକ୍ସପରିମେଣ୍ଟ ଓଲିଉଡରେ କ୍ରିଏଟ କରେ ହିଷ୍ଟ୍ରୀ। ଏଠି ହ୍ୟାଣ୍ଡସମ୍ ସବ୍ୟ ଏବଂ  ଚୁଲବୁଲି ନାୟିକା ଅର୍ଚ୍ଚିତା କରନ୍ତି କମାଲ।  ତାଙ୍କର ଦମଦାର ଆକଟିଙ୍ଗ୍ ପାଇଁ  ମିଳେ ସମ୍ମାନ ଜନକ ଫିଲ୍ମ ଫେୟାର ଆୱାର୍ଡ।

[caption id="attachment_21267" align="aligncenter" width="800"]sabyasacharchita1 ‘ପିଲାଟା ବିଗିଡ଼ା ଗଲା’ର ଏକ ଗୀତର ଦୃଶ୍ୟରେ ସବ୍ୟସାଚୀ ଓ ଅର୍ଚ୍ଚିତା[/caption]

୨୦୧୪ରେ ଏହି ଯୋଡି ହସଖୁସିର ନୂଆ ଧରଣର ଇତିହାସ ତିଆରି କରନ୍ତି ଫିଲ୍ମ ‘ସ୍ମାଇଲ ପ୍ଲିଜ’ରେ । ଏସ୍କେ ମୁରଲିଧରନଙ୍କ ସବୁ ଏକ୍ସପେରିମେଣ୍ଟ ହୋଇଥିଲା ହିଟ୍। ସବ୍ୟଙ୍କ ଫଟୋଗ୍ରାଫର ଚରିତ୍ର ସହିତ ଏହି ଫିଲ୍ମ ସିନେ ଦର୍ଶକଙ୍କୁ ଯୋଗାଇଥିଲା ମଜାମସ୍ତିର ନୂଆ ଖୋରାକ।

ଥରେ ନୁହଁ କି ଦି ଥର ନୁହଁ, ଏକାଧିକ ଥର ପ୍ରମାଣିତ ହୋଇଛି ଉଭୟ ଉଭୟଙ୍କ ପାଇଁ ଲକି। ସେଇ ଧାରାରେ ବିଶ୍ୱାସ ରଖି ସୌରଭ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରଯୋଜିକା ପୂଜା ଭରାଲାୱାଲା ପୁଣିଥରେ ଏକାଠି କରିଛନ୍ତି ଏହି ଦୁଇ ଲକି କପଲଙ୍କୁ। ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ପ୍ରଯୋଜନା ସଂସ୍ଥା ପ୍ରସ୍ତୁତ କରିଛି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଆଗାମୀ ସିନେମା ‘ପିଲାଟା ବିଗିଡି ଗଲା’।

architasabya

ଭିନ୍ନ ଧରଣର କାହାଣୀ ସହ ଭିନ୍ନ ଭିନ୍ନ ଲୋକେସନରେ ଏକ୍ସପେରିମେଣ୍ଟ କରିବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ବସନ୍ତ ସାହୁ। ଆଉ ଏସବୁ ପରୀକ୍ଷା ନିରୀକ୍ଷାକୁ ଫୁଲଦମରେ ସମର୍ଥନ କରି ସହଯୋଗ କରିଛନ୍ତି  ପ୍ରଯୋଜିକା ପୂଜା ଭରାଲାୱାଲା। ଯଦି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଯୋଡ଼ିର ଇତିହାସ ଦେଖାଯାଏ, ତେବେ ଫିଲ୍ମଟି ନିଶ୍ଚିତ ଭାବେ ପ୍ଲସରେ ରହିବ, ଏଥିରେ ସନ୍ଦେହ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe