Advertisment

ରିଲିଜ୍ ହେଲା ‘ପୁଷ୍କରା’ର ଟ୍ରେଲର

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସବ୍ୟସାଚୀ ଓ ସୁପ୍ରିୟା।

author-image
Jitendra Garnayak
Puskara

Puskara

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର। ସଂପୂର୍ଣ୍ଣ ଓଡ଼ିଆ କାହାଣୀ ଉପରେ ଆଧାରିତ ଏହି ସିନେମାର ଟ୍ରେଲରକୁ ଦର୍ଶକ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି। ଟ୍ରେଲର ରିଲିଜ ହେବାର କିଛି ସମୟ ମଧ୍ୟରେ ଏହାକୁ ସିନେ ପ୍ରେମୀଙ୍କ ଭରପୂର ସମର୍ଥନ ମିଳିବାରେ ଲାଗିଛି।

Advertisment

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସବ୍ୟସାଚୀ ଓ ସୁପ୍ରିୟା। ସେମାନଙ୍କ ସହିତ ଏହି ଫିଲ୍ମରେ ଅଛନ୍ତି ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ରବି ମିଶ୍ର ଓ ଦିବଙ୍ଗତ ପିଣ୍ଟୁ ନନ୍ଦ। ଆଜି ଫିଲ୍ମର ଅଭିନେତା, ଅଭିନେତ୍ରୀ ଓ ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଓଡ଼ିଶା ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା କରାଯାଇଛି। ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଖୋଦ୍ ଶଙ୍କର ତ୍ରିପାଠୀ।

Advertisment

ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକସନ୍ସ। ବଡ଼ ପରଦାରେ ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ।

Sabyasachi Mishra Odia Film Pushkara