Advertisment

ତ୍ରିଷା - ମନସୁର କଣ୍ଟ୍ରୋଭର୍ସି, ଅଭିନେତ୍ରୀ କହିଲେ - ଭୁଲ୍‌ କରିବା ମଣିଷର ସ୍ୱଭାବ

ତ୍ରିଷାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଅଭିନେତ୍ରୀଙ୍କୁ କ୍ଷମା ମାଗି ସାରିଛନ୍ତି ଅଭିନେତା।

author-image
Niharika Rout
 Mansoor Ali Khan & Trisha

Mansoor Ali Khan & Trisha

 ଭୁଲ୍‌ କରିବା ମଣିଷର ସ୍ୱଭାବ ଓ କ୍ଷମା ଦେବା ଦେବତାଙ୍କ ଗୁଣ । ସୋଶାଲ ମିଡିଆରେ ଏପରି ପୋଷ୍ଟ କରିଛନ୍ତି ସାଉଥ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ । ତ୍ରିଷା କ୍ରିଷ୍ଣନ ଓ ମନସୁର ଅଲ୍ଲି ଖାନ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ । ତ୍ରିଷାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଅଭିନେତ୍ରୀଙ୍କୁ କ୍ଷମା ମାଗି ସାରିଛନ୍ତି ଅଭିନେତା। ଏପରି କ୍ଷେତ୍ରରେ ଆସିଛି ତ୍ରିଷାଙ୍କ ଏପରି ବୟାନ ।

Advertisment

କିଛି ଦିନ ତଳେ ମନସୁରଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାକୁ ଲାଗିଲା। ସେଥିରେ ତ୍ରିଷାଙ୍କ ବିରୋଧରେ ସେ ଅଭଦ୍ର ଟିପ୍ପଣୀ ଦେଉଥିବା ଶୁଣିବାକୁ ମିଳିଥିଲ। ଏହାକୁ ନେଇ ମନସୁରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏପରିକି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ମନସୁରଙ୍କ ବିରୋଧରେ ମହିଳା ଆୟୋଗ ମଧ୍ୟ ମାମଲା ରୁଜୁ କରିଛନ୍ତି। ଚାରିଆଡ଼ୁ ଫସିଯିବା ପରେ ଶେଷରେ ମନସୁର ତ୍ରିଷାଙ୍କୁ କ୍ଷମା ମାଗିଥିବା ଜଣାଯାଇଛି।

ଏବେ ମନସୁରଙ୍କ କ୍ଷମା ମାଗିବା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତ୍ରିଷା। ଏ ସଂକ୍ରାନ୍ତରେ ସେ କହିଛନ୍ତି, ଭୁଲ୍‌ କରିବା ମଣିଷର ସ୍ୱଭାବ ଓ କ୍ଷମା ଦେବା ଦେବତାଙ୍କ ଗୁଣ ।

Advertisment

ଫିଲ୍ମ ‘ଲିୟା’ରେ ଉଭୟ ତ୍ରିଷା ଓ ମନସୁର ଅଲି ଖାନ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ତ୍ରିଷାଙ୍କ ସହ ଗୋଟିଏ ବି ସିନ୍‌ ନ ଥିବାରୁ ଏହାକୁ ନେଇ ଅଭଦ୍ର ଟିପ୍ପଣୀ ଦେଇଥିଲେ ମନସୁର। ଏହା ଜାଣିବା ପରେ ଖପ୍ପା ହୋଇ ଯାଇଥିବା ତ୍ରିଷା ଭବିଷ୍ୟତରେ କେବେ ବି ମନସୁରଙ୍କ ସହ ଅଭିନୟ କରିବେ ନାହିଁ ବୋଲି ନିଜ ସୋଶାଲ ମିଡିଆ ସାଇଟ୍‌ରେ ପୋଷ୍ଟ କରିଥିଲେ। ଏହାପରେ ଏନେଇ ପୁଲିସ୍‌ ମନସୁରଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ମାମଲା ରୁଜୁ କରିଥିଲା। ଏହାପରେ ବାଧ୍ୟ ହୋଇ ମନସୁର ତ୍ରିଷାଙ୍କୁ କ୍ଷମା ମାଗିଥିବା ଜଣାଯାଇଛି।

Tollywood