Advertisment

'ଫେୟାର ଆଣ୍ଡ ଲଭଲି'କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ସୋଶାଲ ମିଡିଆର ପ୍ରଭାବ ଆଜିର ସମୟରେ ଖୁବ ପ୍ରଭାବ ରହିଛି। ଲୋକେ ସିଧାସଳଖ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରନ୍ତି ଓ ନିଜ ମତାମତ ମଧ୍ୟ ରଖିପାରନ୍ତି। ଅନେକ ସମୟରେ ସୋଶାଲ ମିଡିଆରେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ବିତର୍କ ମଧ୍ୟ ଦେଖିବାକୁ ମିଳିଥାଏ। ସେହିଭଳି ଅନେକେ ସମାଲୋଚନାର ବି ଶିକାର ହୁଅନ୍ତି। ତେବେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଶେଖର କପୁରଙ୍କୁ ମଧ୍ୟ ସୋଶାଲ ମିଡିଆରେ ହେବାକୁ ପଡ଼ିଛି ଅପଦସ୍ତ। ଏକ ଟ୍ୱିଟ୍ କରି ସମାଲୋଚିତ […]

ଅଦ୍ୟତନ ହୋଇଛି
'ଫେୟାର ଆଣ୍ଡ ଲଭଲି'କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

fair-and-lovly

Advertisment

ସୋଶାଲ ମିଡିଆର ପ୍ରଭାବ ଆଜିର ସମୟରେ ଖୁବ ପ୍ରଭାବ ରହିଛି। ଲୋକେ ସିଧାସଳଖ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରନ୍ତି ଓ ନିଜ ମତାମତ ମଧ୍ୟ ରଖିପାରନ୍ତି। ଅନେକ ସମୟରେ ସୋଶାଲ ମିଡିଆରେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ବିତର୍କ ମଧ୍ୟ ଦେଖିବାକୁ ମିଳିଥାଏ। ସେହିଭଳି ଅନେକେ ସମାଲୋଚନାର ବି ଶିକାର ହୁଅନ୍ତି। ତେବେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଶେଖର କପୁରଙ୍କୁ ମଧ୍ୟ ସୋଶାଲ ମିଡିଆରେ ହେବାକୁ ପଡ଼ିଛି ଅପଦସ୍ତ। ଏକ ଟ୍ୱିଟ୍ କରି ସମାଲୋଚିତ ହୋଇଛନ୍ତି ଶେଖର। ତେବେ ସେ କଣ ଲେଖିଥିଲେ, ଯେଉଁଥିପାଇଁ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି ଆସନ୍ତୁ ଜାଣିବା...

Advertisment

ଭାରତୀୟ କସ୍ମେଟିକ୍ ଇଣ୍ଡଷ୍ଟ୍ରୀରେ ବର୍ଷ ତମାମ ନିଜ ରାଜୁତି ଚଳାଇଥିବା ହିନ୍ଦୁସ୍ଥାନ ୟୁନିଲିଭରର ନିଜ ଫେୟାରନେସ୍ କ୍ରିମ୍ ଫେୟାର ଆଣ୍ଡ ଲଭଲି ଏବେ ନିଜ ନାମ ପରିବର୍ତ୍ତନ କରି ଗ୍ଲୋ ଆଣ୍ଡ ଲଭଲି ରଖିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରିମ୍ ବର୍ଣ୍ଣ ବୈଷମ୍ୟ ମନୋଭାବ ସୃଷ୍ଟି କରୁଥିବା ନେଇ ତୀବ୍ର ସମାଲୋଚନାର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନେଇଛି। ତେବେ ଏନେଇ ନିର୍ଦ୍ଦେଶକ ଶେଖର ଏକ ଟ୍ୱିଟ୍ କରିଛନ୍ତି।

ଶେଖର ଏହି ପରିପ୍ରେକ୍ଷୀରେ ଟ୍ୱିଟ୍ କରିଛନ୍ତି ଯେ, "ତେବେ ଫେୟାର୍ ଆଣ୍ଡ୍ ଲଭଲିକୁ ଗ୍ଲୋ ଆଣ୍ଡ୍ ଲଭଲି କୁହାଯିବ? କମନ୍...ହିନ୍ଦୁସ୍ଥାନ ଲିଭର, ତୁମେ ବର୍ଷ ବର୍ଷ ଧରି ଆମ ଦେଶର ଯୁବତୀମାନଙ୍କୁ ତାଙ୍କ କଳା ଚର୍ମ ଉପରେ ଅଶଭ୍ୟ ମନ୍ତବ୍ୟ ଦେଇ ଲାଭବାନ ହୋଇଛ। ଏବେ ତୁମେ ତୁମ ପ୍ୟାକେଜିଂରେ କଳା ଚର୍ମ ଝିଅଙ୍କୁ ସ୍ଥାନ ଦେଇ ତୁମ ଉଦ୍ଦେଶ୍ୟ ପ୍ରମାଣିତ କର।"

Advertisment

ଶେଖରଙ୍କ ଏଭଳି ଟ୍ୱିଟର ଅର୍ଥ ହେଲା, ବର୍ଷ ବର୍ଷ ଧରି ଫେୟାର ଆଣ୍ଡ ଲଭଲି କଭରରେ କଳା-ଗୋରା ଭେଦଭାବ ପ୍ରଦର୍ଶନ କରି ଖୁବ୍ ଟଙ୍କା ରୋଜଗାର କରିଛି ଏହି କମ୍ପାନୀ। ହେଲେ ଏବେ ଗ୍ଲୋ ଆଣ୍ଡ ଲଭଲି କହି ଦୋଷ ଛଡ଼େଇଦେବା ଯଥେଷ୍ଟ ନୁହେଁ ବରଂ ନିଜ କଭରରେ ଜଣେ କଳା ରଙ୍ଗର ଝିଅଙ୍କୁ ସ୍ଥାନ ଦେଇ ନିଜ ଉଦ୍ଦେଶ୍ୟ ପ୍ରମାଣ କରିବାକୁ ହିନ୍ଦୁସ୍ଥାନ ୟୁନିଲିଭରକୁ ଶେଖର ଚ୍ୟାଲେଞ୍ଜ କରିଛନ୍ତି।

ତେବେ ଶେଖର ଏଭଳି ଟ୍ୱିଟ୍ କରି ନିଜେ ଫସିଯାଇଛନ୍ତି। ନିଧି ନାମକ ଜଣେ ୟୁଜର ଏନେଇ ଶେଖରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, "ଓ କମନ୍... ଶେଖର କପୁର, ବର୍ଷ ବର୍ଷ ଧରି ତୁମେ ଭାରତୀୟ ଯୁବତୀମାନଙ୍କ ମହତ୍ୱକୁ ନଷ୍ଟ କରି ତୁମ କମର୍ସିଆଲ ଫିଲ୍ମରେ ଗୋରୀ ଝିଅଙ୍କୁ ସୁଯୋଗ ଦେଇ ଖୁବ୍ ବ୍ୟବସାୟ କରିଛ। ତୁମେ କାହିଁକି କଳା ରଙ୍ଗର ଯୁବତୀଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେଲନି?"

ଖାଲି ନିଧି ନୁହଁନ୍ତି ଅନେକ ୟୁଜର ଶେଖରଙ୍କୁ ଟ୍ରୋଲ୍ କରି ପଚାରିଛନ୍ତି, ଅନ୍ୟକୁ କହିବା ପୂର୍ବରୁ ଆପଣ ନିଜେ ପ୍ରଥମେ କୁହନ୍ତି, ଆଜି ଯାଏ କାହିଁକି ଆପଣ କୌଣସି କଳା ରଙ୍ଗର ଯୁବତୀଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେଇନାହାନ୍ତି?

ଅନ୍ୟପଟେ ନିଧିଙ୍କୁ ମଧ୍ୟ ଶେଖର ଓ ତାଙ୍କ ସମର୍ଥକମାନେ କିଛି ଏଭଳି ଜବାବ୍ ଦେଇଛନ୍ତି...

HUL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe