sridevi
ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଫିଲ୍ମ ‘ଇଂଲିଶ ଭିଙ୍ଗ୍ଲିଶ’ରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରିୟା ଆନନ୍ଦଙ୍କ ଉପରେ ଗମ୍ଭୀର ଆରୋପ ଲଗାଯାଇଛି। ଆଉ ଏହି ଆରୋପ ଲଗାଇଛନ୍ତି ଜଣେ ସୋଶାଲ୍ମିଡିଆ ବ୍ୟବହାରକାରୀ।
ପ୍ରିୟାଙ୍କ ପାଇଁ ଶ୍ରୀଦେବୀ ମୃତ୍ୟୁବରଣ କରିଥିବା ବ୍ୟବହାରକାରୀ କହିଛନ୍ତି। ତାଙ୍କର ଏମିତି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଅଭିନେତ୍ରୀ ପ୍ରିୟା ଏ ନେଇ ବ୍ୟବହାରକାରୀଙ୍କୁ କଡ଼ା ଜବାବ ଦେବା ପରେ ସେ କ୍ଷମା ମାଗିଥିବା ଜଣାପଡ଼ିଛି ।
କଥା ହେଉଛି, ଆନାଲଗାନ ନାମକ ଜଣେ ବ୍ୟବହାରକାରୀ ଟୁଇଟ୍ କରି କହିଛନ୍ତି ଯେ, ପ୍ରିୟା ଆନନ୍ଦଙ୍କ ସହ ଶ୍ରୀଦେବୀ ଫିଲ୍ମ ‘ଇଂଲିଶ ଭିଙ୍ଗ୍ଲିଶ’ରେ କାମ କରିବା ପରେ ସେ ଆରପାରିକୁ ଚାଲିଗଲେ। ଏମିତିକି ଫିଲ୍ମ ‘ଏଲ୍କେଜି’ରେ ଅଭିନେତା ଜେ.କେ ରିତେଶଙ୍କ ସହ ପ୍ରିୟା କାମ କରିବା ପରେ ସେ ମଧ୍ୟ ଆରପାରିକୁ ଚାଲିଗଲେ।
ସେ ଆହୁରି କହିଛନ୍ତି ଯେ, ଯିଏ ବି ପ୍ରିୟାଙ୍କ ସହ କାମ କରୁଛନ୍ତି, ସେ ଆରପାରିକୁ ଚାଲି ଯାଉଛନ୍ତି। ପ୍ରିୟା ନିଜ ସହ କଳାକାରଙ୍କ ପାଇଁ ଖରାପ ବା ନିଜ କୋ ଷ୍ଟାର୍ମାନଙ୍କ ପାଇଁ ଅନ୍ଲକି କି ବୋଲି କହିଥିଲେ ବ୍ୟବହାରକାରୀ ?
ଏଭଳି କମେଣ୍ଟ୍ ଶୁଣି ସୋଶାଲ୍ମିଡିଆ ବ୍ୟବହାରକାରୀଙ୍କୁ କଡ଼ା ଜବାବ ଦେଇଥିଲେ ପ୍ରିୟା । ସେ ନିଜ ଜବାବରେ ଲେଖିଥିଲେ, ତୁମ ଭଳି ଲୋକଙ୍କୁ ମୁଁ ଜବାବ ଦିଏ ନାହିଁ । କିନ୍ତୁ ତୁମେ ଯାହା ଲେଖିଛ । ତାହା ଅତ୍ୟନ୍ତ ନିନ୍ଦନୀୟ । ଜାଣିଛି କି, ସୋଶାଲ ମିଡ଼ିଆରେ ଅନ୍ୟକୁ ଏପରି ସମାଲୋଚନା କରି ଖସିଯିବା ଅତିସହଜ। କିନ୍ତୁ ଆପଣ ସବୁ ସୀମା ପାର କରି ଦେଇଛନ୍ତି।
ତେବେ ପ୍ରିୟାଙ୍କ ଜବାବ ପରେ ବ୍ୟବହାରକାରୀଜଣଙ୍କ ନିଜ ଭୁଲ୍ ବୁଝି ପାରି କ୍ଷମା ମାଗି ନେଇଥିବା ଜଣା ପଡ଼ିଛି ।
ସୂଚନାଯୋଗ୍ୟ ଯେ, ପ୍ରିୟା ‘ଇଂଲିସ୍ ଫିଙ୍ଗ୍ଲିସ୍’ରେ ଶ୍ରୀଦେବୀଙ୍କ ସହ ଅଭିନୟ କରିଥିଲେ। ସେ ବଲିଉଡ୍ ଫିଲ୍ମ ‘ଫୁକ୍ରେ’ ଓ ‘ରଙ୍ଗ୍ରେଜ୍’ରେ ବି କାମ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/sss-2.jpg)