Advertisment

ଶୁଟିଂ ବେଳେ ନିୟନ୍ତ୍ରଣ ହରାଇଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ସାଉଥ ଷ୍ଟାର୍‌

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଶାଲଙ୍କ ଫିଲ୍ମ ଶୁଟିଂ ବେଳେ ଏଭଳି କିଛି ଦୁର୍ଘଟଣା ଘଟିଛି।

Actor Vishal during movie stunt

Actor Vishal during movie stunt

Advertisment

ଫିଲ୍ମ ଶୁଟିଂ ବେଳେ ଘଟିଲା ବଡ଼ ଅଘଟଣ। ନିୟନ୍ତ୍ରଣ ହରାଇଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ସାଉଥ ଅଭିନେତା। ନିକଟରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଶାଲଙ୍କ ଫିଲ୍ମ ଶୁଟିଂ ବେଳେ ଏଭଳି କିଛି ଦୁର୍ଘଟଣା ଘଟିଛି।

Advertisment

ବିିଶାଲଙ୍କ ଅପ୍‌କମିଂ ଫିଲ୍ମ ‘ମାର୍କ ଆଣ୍ଟୋନିି’ର ଶୁଟିଂ ସେଟ୍‌ରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଫିଲ୍ମ ଶୁଟିଂ ସମୟରେ କିଭଳି ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ କାନ୍ଥରେ ଯାଇ ଧକ୍କା ହେଉଛି ତାହା ଦେଖିବାକୁ ମିଳିଛି। ଏହି ଘଟଣା ପରେ ସେଟ୍‌ରେ ଲୋକେ ଆତଙ୍କିତ ହୋଇ ଦୌଡାଦୌଡି କରିବାକୁ ଲାଗୁଥିବା ଭିଡିଓରେ ନଜର ଆସିଛି।

ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନାହିଁ। ସାଉଥ ଅଭିନେତା ବିଶାଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ଏହା ନିୟନ୍ତ୍ରଣ ହୋଇପାରିନଥିଲା ଓ ଡ୍ରାଇଭର ଟ୍ରକ୍‌ଟିକୁ ଅଟକାଇ ପାରିନଥିଲେ ବୋଳି ସୂଚନା ମିଳିଛି।

Advertisment

  
ଉଲ୍ଲେଖଯୋଗ୍ୟ ବିଶାଲଙ୍କ ଅପ୍‌କମିଂ ଫିଲ୍ମ ‘ମାର୍କ ଆଣ୍ଟୋନି’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଧିକ ରବିଚନ୍ଦ୍ରନ୍ ଅଛନ୍ତି। ଫିଲ୍ମରେ ବିଶାଲଙ୍କ ସହ ଏସ୍‌.ଜେ ସୂର୍ଯ୍ୟା, ରିତୁ ବର୍ମା, ଅଭିନୟା ଓ ସୁନିଲ ମଧ୍ୟ ଅଛନ୍ତି। ଚଳିତ ବର୍ଷ ଫିଲ୍ମଟି ପରଦାକୁ ଆସିବ।   

Accident Viral Video Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe