Advertisment

ତୈମୁରଙ୍କ ଯତ୍ନ ନେଉଥିବା ନାନୀଙ୍କୁ ମାସିକ ମିଳେ ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ସୈଫ୍‌ ଅଲୀ ଖାନ୍‌ଙ୍କ ପୁତ୍ର ତୈମୁରଙ୍କୁ କିଏ ବା ନଜାଣେ? ବଲିଉଡ୍‌ ପ୍ରତି ତାଙ୍କର ଏପର୍ଯ୍ୟନ୍ତ କିଛି ଅବଦାନ ନଥିବା ସତ୍ତ୍ୱେ ଷ୍ଟାର୍‌ କିଡ୍‌ ଭାବେ କିନ୍ତୁ ସେ ଲୋକପ୍ରିୟ। ତୈମୁରଙ୍କ କ୍ୟୁଟ୍‌ ଲୁକ୍‌ ଦର୍ଶକମାନଙ୍କୁ ଖୁବ୍‌ ପସନ୍ଦ ଆସେ। ସେଥିପାଇଁ ତ ଫଟୋ ଜର୍ଣ୍ଣାଲିଷ୍ଟମାନେ ତୈମୁରଙ୍କୁ ଯେଉଁଠି ଦେଖନ୍ତି ତାଙ୍କର ଫଟୋ ନିଆନ୍ତି ଏବଂ ସେସବୁକୁ ସୋଶାଲ୍‌ ମିଡିଆରେ ଶେଆର କରନ୍ତି। ତେବେ ଆପଣ ତୈମୁରଙ୍କ […]

ଅଦ୍ୟତନ ହୋଇଛି
ତୈମୁରଙ୍କ ଯତ୍ନ ନେଉଥିବା ନାନୀଙ୍କୁ ମାସିକ ମିଳେ ଏତିକି ଟଙ୍କା

karo

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ସୈଫ୍‌ ଅଲୀ ଖାନ୍‌ଙ୍କ ପୁତ୍ର ତୈମୁରଙ୍କୁ କିଏ ବା ନଜାଣେ? ବଲିଉଡ୍‌ ପ୍ରତି ତାଙ୍କର ଏପର୍ଯ୍ୟନ୍ତ କିଛି ଅବଦାନ ନଥିବା ସତ୍ତ୍ୱେ ଷ୍ଟାର୍‌ କିଡ୍‌ ଭାବେ କିନ୍ତୁ ସେ ଲୋକପ୍ରିୟ। ତୈମୁରଙ୍କ କ୍ୟୁଟ୍‌ ଲୁକ୍‌ ଦର୍ଶକମାନଙ୍କୁ ଖୁବ୍‌ ପସନ୍ଦ ଆସେ। ସେଥିପାଇଁ ତ ଫଟୋ ଜର୍ଣ୍ଣାଲିଷ୍ଟମାନେ ତୈମୁରଙ୍କୁ ଯେଉଁଠି ଦେଖନ୍ତି ତାଙ୍କର ଫଟୋ ନିଆନ୍ତି ଏବଂ ସେସବୁକୁ ସୋଶାଲ୍‌ ମିଡିଆରେ ଶେଆର କରନ୍ତି। ତେବେ ଆପଣ ତୈମୁରଙ୍କ ଫଟୋ କିମ୍ବା ଭିଡିଓ ଦେଖିବା ସମୟରେ ତାଙ୍କ ପାଖରେ ଜଣେ ନାନୀ ବା ଧାଇଙ୍କୁ ଦେଖିଥିବେ ଯେ ଧଳା ରଙ୍ଗର ଏକ ଲମ୍ବା ଶର୍ଟ ଏବଂ ଡେନିମ୍‌ ପ୍ୟାଣ୍ଟ ପିନ୍ଧି ତାଙ୍କ ପାଖରେ ଠିଆ ହୋଇଥିବେ। ତାଙ୍କୁ ତୈମୁରଙ୍କ ଯତ୍ନ ନେବା ପାଇଁ ରଖାଯାଇଛି।

Advertisment

ତେବେ ଆପଣ ଜାଣନ୍ତି କି ତୈମୁରଙ୍କ ଯତ୍ନ ନେବା ପାଇଁ ମାସିକ ତାଙ୍କୁ କେତେ ଟଙ୍କା ମିଳିଥାଏ?  ନିକଟରେ ପିଙ୍କଭିଲ୍ଲାକୁ ଦେଇଥିବା ଏକ ସାକ୍ଷାତକାରରେ କରୀନା ଏହାର ଖୁଲାସା କରିଥିଲେ।  ବେବୋ କହିଥିଲେ, ତାଙ୍କୁ ମାସିକ ୧,୫୦,୦୦୦ରୁ ଅଧିକ ଟଙ୍କା ମିଳେ।

publive-imageକରୀନା ଅନ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ ପିଲାମାନଙ୍କର ସୁରକ୍ଷାର କିଛି ମୂଲ୍ୟ ନଥାଏ। ଆପଣଙ୍କର ସମସ୍ତ ଧ୍ୟାନ ପିଲାର ସୁରକ୍ଷା ଉପରେ ରହିବା କଥା। ସୂଚନାଯୋଗ୍ୟ, କରୀନାଙ୍କୁ ତୈମୁରଙ୍କ ପାଖରେ ରହିବାକୁ ଭଲ ଲାଗେ।

Advertisment

ଏମିତି ମଧ୍ୟ ଶୁଣିବାକୁ ମିଳିଛି ତୈମୁରକୁ ସମୟ ଦେବା ପାଇଁ କରୀନା ଅଧିକ ଦିନ ପାଇଁ ବିଦେଶ ଶୁଟିଂରେ ଯାଆନ୍ତିନାହିଁ। ଏହି କାରଣ ପାଇଁ ସେ କିଛି ଫିଲ୍ମ ମଧ୍ୟ ହରାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe