Advertisment

ରଜରେ ଧୁମ୍‌ ମଚାଇଲା ତରଙ୍ଗର ଏହି ଦୁଇଟି ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ରଜ ଉପଲକ୍ଷେ ଆଜି ‘ଗୋଲମାଲ୍ ଲଭ୍‌’ ଓ ‘ତୁ ମୋ ଲଭଷ୍ଟୋରୀ-ଟୁ’ ରିଲିଜ ହୋଇଛି। ‘ଗୋଲମାଲ୍ ଲଭ୍‌’ରେ ନୂଆ ଯୋଡ଼ି ବାବୁଶାନ ଓ ତମନ୍ନାଙ୍କ ଅନ୍ ସ୍କିନ୍ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମିଛି। ଖାସ୍‌ କରି ବାବୁସାନ୍‌ଙ୍କ ଫ୍ୟାନ୍ ଫିଲ୍ମ ଦେଖିବାକୁ ଲମ୍ବା […]

ରଜରେ ଧୁମ୍‌ ମଚାଇଲା ତରଙ୍ଗର ଏହି ଦୁଇଟି ଫିଲ୍ମ

pana-raja

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ରଜ ଉପଲକ୍ଷେ ଆଜି ‘ଗୋଲମାଲ୍ ଲଭ୍‌’ ଓ ‘ତୁ ମୋ ଲଭଷ୍ଟୋରୀ-ଟୁ’ ରିଲିଜ ହୋଇଛି।

Advertisment

publive-image‘ଗୋଲମାଲ୍ ଲଭ୍‌’ରେ ନୂଆ ଯୋଡ଼ି ବାବୁଶାନ ଓ ତମନ୍ନାଙ୍କ ଅନ୍ ସ୍କିନ୍ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମିଛି। ଖାସ୍‌ କରି ବାବୁସାନ୍‌ଙ୍କ ଫ୍ୟାନ୍ ଫିଲ୍ମ ଦେଖିବାକୁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ନାୟକ ବାବୁଶାନ ଜଣେ NRIଙ୍କୁ ବାହା ହୋଇ ଲଣ୍ଡନରେ ସେଟେଲ୍‌ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି।  ଆଉ ହଠାତ୍ ତାଙ୍କୁ ଲଣ୍ଡନ୍‌ର ଠିକଣା ମିଳି ଯାଉଛି, ମାନେ ନାୟିକା ତମନ୍ନା।  ଏଭଳି କିଛି କାହାଣୀ ସହ ରଜ ବଜାରରେ ଧୁମ୍‌ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମ। ଏହି ଫିଲ୍ମରେ ଅଶୋକ ପତି ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଦିବଂଗତ ଅଭିନେତା ସଲିଲ୍ ମିତ୍ରଙ୍କ ସହ ବିଜୟ ମହାନ୍ତି, ଜୀବନ ପଣ୍ଡା ଓ ଶ୍ରୀତମ୍ ପ୍ରମୁଖ ଅଭିନୟ କରିଛନ୍ତି।  ଅଭିଜିତ୍ ମଜୁମଦାରଙ୍କ କମ୍ପୋଜିସନ୍‌ରେ ସର୍ଜିକାଲ୍ ଷ୍ଟ୍ରାଇକ୍, ପ୍ୟାର୍ କରିବି କୁଞ୍ଚମ୍ କୁଞ୍ଚମ୍ ଭଳି ଏହି ଫିଲ୍ମର ଗୀତ ଗୁଡ଼ିକ ରିଲିଜ୍ ପୂର୍ବରୁ ହିଟ୍ ହୋଇ ସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe