/odisha-reporter/media/post_attachments/uploads/2016/10/salman.jpg)
salman
ମୁମ୍ବାଇ: ଆଗାମୀ ଫିଲ୍ମ ‘ଟ୍ୟୁବ୍ଲାଇଟ୍’ ପାଇଁ ହିମାଚଳ ପ୍ରଦେଶର ମନାଲିରେ ସୁଟିଂ ଶେଷ କରିଛନ୍ତି ଦବଙ୍ଗ ଷ୍ଟାର ସଲମାନ୍। ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ଟ୍ୱିଟ୍ କରି ଏ ସୂଚନା ଦେଇଛନ୍ତି।
Advertisment
ସେ ଲେଖିଛନ୍ତି,“ସଲମାନଙ୍କ ମନାଲି ସିଡ୍ୟୁଲ୍ ଶେଷ ହୋଇଯାଇଛି। ଆମେ ଆଉ ତିନି ଦିନ ସୁଟିଂ କରିବୁ।”
ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ସେ ଗତ ଦୁଇ ମାସ ଧରି ଏହି ଫିଲ୍ମର ସୁଟିଂ କରିଥିଲେ।
Advertisment
କବୀର ଖାନ୍ ଓ ସଲମାନଙ୍କର ଏହା ହେଉଛି ତୃତୀୟ ଫିଲ୍ମ। ଏହା ପୂର୍ବରୁ କବୀରଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗି ଭାଇଜାନ୍’ ଓ ‘ଏକ ଥା ଟାଇଗର୍’ରେ ଅଭିଯନୟ କରିଥିଲେ ସଲମାନ।
‘ଟ୍ୟୁବ୍ଲାଇଟ୍’ରେ ଚୀନର ଅଭିନେତ୍ରୀ ଝୁ ଝୁ ଅଭିନୟ କରୁଛନ୍ତି।
ଆସନ୍ତା ବର୍ଷ ଇଦ୍ରେ ଏହି ଫିଲ୍ମ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
