ତୁନିଷା ଶର୍ମା ଆତ୍ମହତ୍ୟା ମାମଲା: କୋ-ଷ୍ଟାର ସିଜାନ ଖାନଙ୍କ ପାଇଁ ବଢ଼ୁଛି ଅଡ଼ୁଆ

ମୁମ୍ବାଇ: ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ  କୋ-ଷ୍ଟାର ସିଜାନ ଖାନ୍‌ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର କରାଇଥିଲା  ଭସଇ କୋର୍ଟ ଅଭିଯୁକ୍ତ ଶିଜାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ସିଜାନଙ୍କ ପରିବାର ଖୁବଶୀଘ୍ର ତାଙ୍କର ଜାମିନ ଆବେଦନ କରିପାରନ୍ତି । ଝିଅର ମୃତ୍ୟୁ ପାଇଁ ସିଜାନ ହିଁ ଦାୟୀ ବୋଲି ମୃତ […]

tunisha-sharma

tunisha-sharma

Tapas Behera
  • Published: Saturday, 31 December 2022
  • Updated: 31 December 2022, 04:51 PM IST

ମୁମ୍ବାଇ: ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ  କୋ-ଷ୍ଟାର ସିଜାନ ଖାନ୍‌ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର କରାଇଥିଲା  ଭସଇ କୋର୍ଟ ଅଭିଯୁକ୍ତ ଶିଜାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ସିଜାନଙ୍କ ପରିବାର ଖୁବଶୀଘ୍ର ତାଙ୍କର ଜାମିନ ଆବେଦନ କରିପାରନ୍ତି । ଝିଅର ମୃତ୍ୟୁ ପାଇଁ ସିଜାନ ହିଁ ଦାୟୀ ବୋଲି ମୃତ ଅଭିନେତ୍ରୀଙ୍କ ମା କହିଛନ୍ତି । ତୁନିଶାଙ୍କ ଅନ୍ତିମ ସଂସ୍କାର ପରେ ମିଡିଆ ସାମ୍ନାକୁ ଆସି ବିନିତା ଏଭଳି କିଛି ଅଭିଯୋଗ ଆଣିଛନ୍ତି ଯାହା ମୃତ୍ୟୁ ମାମଲାର ମୋଡକୁ ବଦଳାଇପାରେ ।  ବିନିତା କହିଛନ୍ତି ତୁନିଶା ଓ ସିଜାନ ମଧ୍ୟରେ କିଛି ଦିନ ହେବ କିଛି ବି ଠିକ୍ ନଥିଲା । ଅନ୍ୟ ଜଣେ ପ୍ରେମିକାକୁ ପାଇବା ପରେ ତୁନିଶା ସହ ବିଶ୍ୱାସ ଘାତକତା ଆରମ୍ଭ କରିିଥିଲା ସିଜାନ । ତୁନିଶାଙ୍କୁ ମାଡ଼ ମାରୁଥିଲା ସିଜାନ୍ । କେବଳ ସେତିକି ନୁହେଁ ଜୋର ଜବରଦସ୍ତି କୋରାନ ପଢିବାକୁ ଓ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଥିଲା । ପ୍ରେମରେ ଅନ୍ଧଥିବା ତୁନିଶାଠୁ ସିଜାନ ଦାମୀ ଉପହାର ଦାବି କରୁଥିଲା । ସର୍ମ୍ପକରେ କମ୍ ଭଲ ପାଇବା ଓ ଅଧିକ ମାନସିକ ନିର୍ଯ୍ୟାତନା ମିଳୁଥିଲା ।

ମାମଲାରେ ପୁଲିସ ହାତରେ ହ୍ୱାଟସଅପ୍ ଚାଟ୍, ଫଟୋ ଓ ଏମିତି କିଛି ପ୍ରମାଣ ମିଳିଛି ଯାହାକୁ ନେଇ ୩ଶହ ଫର୍ଦ୍ଦର ଏକ ଚାର୍ଜସିଟ କୋର୍ଟରେ ଦାଖଲ ହୋଇଛି । ଅନ୍ୟପଟେ ୩ଥର ସିଜାନର ଜାମିନ ଆବେଦନ ଖାରଜ କରିସାରିଛନ୍ତି ବସେଇ କୋର୍ଟ । ତୁନିଶାଙ୍କ ମା କହିଛନ୍ତି ତୁନିଶାଙ୍କ ମୃତ୍ୟୁ ପାଇଁ ସିଜାନ ଦାୟୀ । ଯେଉଁ ପର୍ଯ୍ୟନ୍ତ ମୃତ ଝିଅକୁ ନ୍ୟାୟ ମିଳିନି ସେପର୍ଯ୍ୟନ୍ତ ଲଢେଇ ଜାରି ରଖିବେ । ନିକଟରେ ସୁଟିଂ ସେଟରେ ୨୦ବର୍ଷ ବୟସ୍କା ତୁନିଶାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଥିଲା । ଘଟଣାରୁ ଦୁଇ ଦିନ ପରେ ପୁରୁଷ ବନ୍ଧୁ ସିଜାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଜେରା ସମୟରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତୁନିଶାଙ୍କ ଉପରେ ପାଲଟା ଅଭିଯୋଗ ଆଣୁଛନ୍ତି ଅଭିଯୁକ୍ତ ସିଜାନ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos